Tuesday, July 8, 2025 09:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଂଗ୍ରେସ ଭବନରେ ଆଉ ମିଳିବେନି ରାଧା ବାବୁ

by Our Correspondent
22 Nov, 2023- 05:44 PM
in Latest News, News
1 min read
0
କଂଗ୍ରେସ ଭବନରେ ଆଉ ମିଳିବେନି ରାଧା ବାବୁ

ଭୁବନେଶ୍ୱର: କଂଗ୍ରେସ ଭବନର ଅତି ପରିଚିତ ସମସ୍ତଙ୍କର ପ୍ରିୟ ରାଧା ବାବୁ ଆଉ ନାହାନ୍ତି । ଗତ ରାତିରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କୁ ମାତ୍ର ପ୍ରାୟ ୫୫ ବର୍ଷ ହୋଇଥିଲା । ରାଧା ବାବୁଙ୍କ ଅକାଳ ମୃତ୍ୟୁ ରାଜ୍ୟ କଂଗ୍ରେସ ପରିବାରକୁ ସ୍ତବ୍ଧ କରିଦେଇଛି । ସାମ୍ବାଦିକ ମହଲରେ ମଧ୍ୟ ଶୋକର ଛାୟା ଖେଳାଇ ଦେଇଛି ।

ରାଧାମୋହନ ସ୍ୱାଇଁ ଓରଫ ରାଧା ବାବୁ ସବୁ ଦିନ ପରି ଗତକାଲି କଂଗ୍ରେସ ଭବନ ଠିକ୍ ସମୟରେ ଆସି ଦିନସାରା ଅଫିସ କାମ କରିଥିଲେ । ଆଜି ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀର ଆୟୋଜନ କାମରେ ସଂଧ୍ୟା ପର୍ଯ୍ୟନ୍ତ ବ୍ୟସ୍ତ ରହିଥିଲେ । ଏହାପରେ ତାଙ୍କ ବାସସ୍ଥାନ କଟକ ଫେରି ଯାଇଥିଲେ । ରାତିରେ ଘରେ ଖାଇପିଇ ଶୋଇଥିଲା ବେଳେ ସେ ହୃଦଘାତର ଶିକାର ହୋଇଥିଲେ । ପରିବାର ଲୋକ ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନେଇଥିଲେ । ମାତ୍ର ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ରାଧା ବାବୁ ଦୀର୍ଘ ପ୍ରାୟ ଅଢ଼େଇ ଦଶନ୍ଧୀ ଧରି କଂଗ୍ରେସ ଭବନର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ପେଟ ପୋଷିବା ପାଇଁ ତାଙ୍କର ଏଠି ଚାକିରି ଲାଳସା ନଥିଲା । ବରଂ କଂଗ୍ରେସକୁ ହୃଦୟରୁ ଭଲ ପାଉଥିବାରୁ ସେ ସେବା ମନୋବୃତ୍ତି ନେଇ କଂଗ୍ରେସ ଭବନକୁ ଟାଣି ହୋଇ ଆସିଥିଲେ । ନେତା ଭାବରେ ନୁହେଁ, ଜଣେ ସାଧାରଣ କର୍ମଚାରୀ ଭାବେ ସେ ଦାୟିତ୍ୱରେ ବାନ୍ଧି ହୋଇ ରହିଥିଲେ । ତାଙ୍କର କର୍ତ୍ତବ୍ୟନିଷ୍ଠା ଓ ବ୍ୟକ୍ତିତ୍ୱର ଆକର୍ଷଣ ପାଇଁ ସେ ସମସ୍ତଙ୍କ ହୃଦୟ ଛୁୂଇଁଥିଲେ ।

କଂଗ୍ରେସ ଭବନକୁ ଅତିଥି ଆସିବାଠାରୁ ଆରମ୍ଭ କରି ସାମ୍ବାଦିକ ସମ୍ମିଳନୀ ଆୟୋଜନ ପର୍ଯ୍ୟନ୍ତ ଯାବତୀୟ ଦାୟିତ୍ୱକୁ ରାଧା ବାବୁ ସୁରୁଖୁରୁରେ କରୁଥିଲେ । ସାମ୍ବାଦିକ ସମ୍ମିଳନୀକୁ ସଫଳ କରାଇବା ପଛରେ ତାଙ୍କର ବିଶେଷ ଭୂମିକା ରହୁଥିଲା । ସବୁ ସାମ୍ବାଦିକଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ଯୋଗୁଁ ଏହା ସମ୍ଭବ ହେଉଥିଲା । ତାଙ୍କର ଭଦ୍ର ଅମାୟିକ ବ୍ୟବହାର ଓ ସ୍ନେହବୋଳା କଥାରେ ସମସ୍ତଙ୍କୁ ନିଜର କରିପାରିଥିଲେ । ଆଜି ତାଙ୍କ ଅବର୍ତ୍ତମାନରେ କଂଗ୍ରେସ ଭବନ ଖାଁ ଖାଁ ହୋଇଯାଇଛି ।

ରାଧା ବାବୁଙ୍କ ଅକାଳ ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ, ଡମ୍ବରୁଧର ଉଲ୍ଲାକା, ରାମଚନ୍ଦ୍ର ଖୁଣ୍ଟିଆ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଗଣେଶ୍ୱର ବେହେରା, ପଞ୍ଚାନନ କାନୁନଗୋ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆଜି କଂଗ୍ରେସ ଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇ ସ୍ୱର୍ଗତ ରାଧା ବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।

Previous Post

CM inaugurates AIFF-FIFA Football Academy

Next Post

ହଟ୍ଟଗୋଳ: ଚାଲିପାରିଲାନି ବିଧାନସଭା

Next Post
ହଟ୍ଟଗୋଳ: ଚାଲିପାରିଲାନି ବିଧାନସଭା

ହଟ୍ଟଗୋଳ: ଚାଲିପାରିଲାନି ବିଧାନସଭା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA