Thursday, April 30, 2026 01:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଯାହାକୁ ରଖିବେ ଅନନ୍ତ…

ମରଣ ମୁହଁରୁ ଫେରିଲେ ରାହୁଲ

by Our Correspondent
15 Jun, 2022- 09:10 PM
in Latest News, National, News
1 min read
0
ଯାହାକୁ ରଖିବେ ଅନନ୍ତ…

ଭୁବନେଶ୍ୱର: ୮୦ ଫୁଟ ଗଭୀରର ବୋରୱେଲ୍ ଗାତ । ତା’ ଭିତରେ ୧୦ ବର୍ଷର ମାନସିକ ଅନଗ୍ରସର ବାଳକ । ପାଣି କାଦୁଅରେ ବୁଡ଼ିଛି ଅଧା ଶରୀର । ପାଖରେ ବୁଲୁଛନ୍ତି ସାପ ଓ ବେଙ୍ଗ । ଏହା ଘଣ୍ଟେ କି ଦି ଘଣ୍ଟାର ଦୃଶ୍ୟ ନୁହେଁ । ଏହି ଦୃଶ୍ୟ ହେଉଛି ୧୦୮ ଘଣ୍ଟାର । ସାଢ଼େ ଚାରି ରାତି ଏବଂ ୫ ଦିନର । ଏଭଳି ଭୟଙ୍କର ମରଣ ମୁହଁରୁ ଜଣେ ବାଳକ ଜୀବନ ଧରି ଫେରିବା କେବଳ ସ୍ୱପ୍ନରେ ଦେଖିହୁଏ । ଆଉ ଏଭଳି ସ୍ୱପ୍ନ ସତ ହେଲେ.. । ଭଗବାନଙ୍କ ଇଚ୍ଛା ଓ ଅପାରକୃପା ନ ଥିଲେ ଏହା ଆଦୌ ସମ୍ଭବ ନୁହେଁ । ଏହା ହିଁ ସତ୍ୟ ଯେ ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ ।

ଛତିଶଗଡ଼ ଜାଞ୍ଜଗିରି-ଚାମ୍ପାର ମାଲଖାଦାରୁଆ ଥାନା ଅନ୍ତର୍ଗତ ପିହରିଡ୍ ଗାଁର ପିଲା ରାହୁଲଙ୍କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା । ଘର ପଛପଟେ ବାପା ଖୋଳିଥିବା ୮୦ ଫୁଟ ଗଭୀରର ବୋରୱେଲ୍ ଗର୍ତ୍ତ ଭିତରେ ଖସିପଡି ୫ ଦିନ ହେଲା ଜୀବନ ସହିତ ସଂଘର୍ଷ କରୁଥିଲା । ଶୁକ୍ରବାର ଅପରାହ୍ନ ୫ଟାରେ ଗାତ ଭିତରକୁ ଖସି ପଡିଥିବା ରାହୁଲ ମଙ୍ଗଳବାର ରାତି ୧୨ଟା ବେଳକୁ ଉଦ୍ଧାର ପାଇଲା । ସଂକୀର୍ଣ୍ଣ ୮୦ ଫୁଟିଆ ପାଣି କାଦୁଅ ଭର୍ତ୍ତି ଗାତ ଏବଂ ସେଥିରେ ସାପ, ବେଙ୍ଗ ମେଳରୁ ଜୀବନ ଧରି ଫେରିଥିବା ରାହୁଲଙ୍କୁ ତୁରନ୍ତ ବିଳାସପୁର ଆପୋଲ ହସ୍ପିଟାଲ୍ କୁ ଅଣାଯାଇ ସେଠାରେ ଚିକିତ୍ସା କରାଯାଉଛି ।

ଖୁସିର କଥା, ଡାକ୍ତରୀ ପାଠରେ ପିଲାଟିର ସ୍ୱାସ୍ଥ୍ୟକୁ ନେଇ ଯାହା ଆଶଙ୍କା ଥିଲା ଭଗବାନଙ୍କ କୃପାରୁ ସେଭଳି କିଛି ପରିଲକ୍ଷିତ ହୋଇନାହିଁ । ଖଣ୍ଡିଆ ଖାବରା ଅବସ୍ଥାରେ ୫ ଦିନ ଧରି କାଦୁଅପାଣିରେ ବୁଡ଼ି ରହିଥିବାରୁ ସଂକ୍ରମଣ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସେଭଳି ଗୁରୁତର ନାହିଁ । ସ୍ଥିର ଅଛି । ମା’ କୁ ନିଜ ମନର ଭାବ ଜଣୋଉଛି । ଠିକ୍ ରେ ଖିଆପିଆ କରୁଛି । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାକୁ ୭ ଦିନ ସମୟ ଲାଗିବ ବୋଲି ଡାକ୍ତରମାନେ କହିଛନ୍ତି । ମାନସିକ ଅନଗ୍ରସର ରାହୁଲର ଦୃଢ଼ ମନୋବଳ ଯୋଗୁଁ ସେ ମରଣ ମୁହଁରୁ ଫେରି ଆସିଛି ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଭଗବାନଙ୍କ ଇଚ୍ଛାରେ ରାହୁଲକୁ ମରଣ ମୁହଁରୁ ଟାଣି ଆଣିଥିବା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉଦ୍ଧାରକାରୀ ଦଳର କାର୍ଯ୍ୟକୁ ପ୍ରଶଂସା ପାଇଁ ଭାଷା ହିଁ ନାହିଁ । ରାହୁଲଙ୍କୁ ନିରନ୍ତର ଅମ୍ଲଜାନ, ଲାଇଟ୍ ଓ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଇଥିଲା । ଗତିବିଧି ଉପରେ ନଜର ରଖିବା ପାଇଁ ଗର୍ତ୍ତ ମଧ୍ୟରେ ସିସିଟିଭି ସଂଯୋଗ କରାଯାଇଥିଲା ।

ରାହୁଲ ଖସି ପଡ଼ିଥିବା ଗର୍ତ୍ତ ନିକଟରେ ସମାନ୍ତରାଳ ଭାବେ ୮୦ ଫୁଟ ଗଭୀରର ପୋଖରୀ ଭଳି ଗର୍ତ୍ତ ଖୋଳିବା ଏବଂ ସେଠାରୁ ରାହୁଲ ଫସି ରହିଥିବା ଜାଗାକୁ ସୁଡ଼ଙ୍ଗ ବା ଟନେଲ୍ ଖୋଳିବା ବେଶ୍ କଷ୍ଟସାଧ୍ୟ ଥିଲା । ସୁଡ଼ଙ୍ଗ ଖୋଳିବା ରାସ୍ତାରେ ବଡ଼ ଗ୍ରାନାଇଟ୍ ପଥର ଥିବାରୁ ତାହାକୁ ଭେଦ କରିବା ପାଇଁ ୩୦ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା । ସମାନ୍ତରାଳ ଗର୍ତ୍ତ ଖୋଳିବା ଏବଂ ପଥର ଭେଦ କରି ସୁଡ଼ଙ୍ଗ ଖୋଳିବା ବେଳେ ସୂତା ସୂତାକେ ବିପଦ ଥିଲା । କାରଣ ମାଟି ଭୁଷୁଡ଼ି ଯାଇଥିଲେ ରାହୁଲ ପୋତି ହୋଇଯିବାର ଭୟ ଥିଲା ।

ତେବେ ପ୍ରଶାସନର ନିଷ୍ଠା, ପ୍ରବଳ ସତର୍କତା, ଉଦ୍ଧାରକାରୀ ଦଳର ଦିନରାତି ଅକ୍ଲାନ୍ତ ପରିଶ୍ରମ ବୃଥା ଯାଇନି । ଉଦ୍ଧାରକାରୀ ଦଳରେ ସାମିଲ ହୋଇଥିବା କଟକ ନରାଜସ୍ଥିତ ଏନଡିଆରଏଫ ଟିମ୍ ର ଭୂମିକାକୁ ସବୁଆଡୁ ପ୍ରଶଂସା ମିଳିଛି । ଜୀବନକୁ ପାଣି ଛଡ଼ାଇ ଏନଡିଆରଏଫ୍ କର୍ମଚାରୀମାନେ ରାହୁଲଙ୍କୁ ଟନେଲ୍ ବାଟେ ଜୀବନ୍ତ ଉଦ୍ଧାର କରିବା ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି ।

ରାହୁଲ ଉଦ୍ଧାର ହେବା ପରେ ଜଞ୍ଜଗିର ଜିଲ୍ଲାପାଳ ଜିତେନ୍ଦ୍ର ଶୁଳ୍କା  ‘ଜୟ ଓଡ଼ିଶା… ଜୟ ଜଗନ୍ନାଥ’ ବୋଲି କହିଥିଲେ । ଜିଲ୍ଲାପାଳ ୫ ଦିନ କାଳ ସେଠି ଉପସ୍ଥିତ ରହି ଏହି ରେସକ୍ୟୁ ଅପରେସନ୍ ର ପ୍ରତ୍ୟକ୍ଷ ତତ୍ତବଧାନ କରିଥିବାରୁ ସେ ସମସ୍ତଙ୍କର ପ୍ରଶଂସାଭାଜନ ହୋଇଛନ୍ତି ।

ସର୍ବୋପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲାଙ୍କୁ ପ୍ରଶଂସାର ସୁଅ ଛୁଟିଛି । ରାହୁଲଙ୍କୁ ଉଦ୍ଧାର କରିବାର ସମସ୍ତ ପ୍ରସ୍ତୁତି କରିବା ସହ ଏହାର ତଦାରଖ ନିଜେ ମୁଖ୍ୟମନ୍ତ୍ରୀ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ବିଳାସପୁର ଆପୋଲୋ ହସ୍ପିଟାଲ୍ ଯାଇ ରାହୁଲଙ୍କୁ ଭେଟିଥିଲେ । ଡାକ୍ତରମାନଙ୍କଠାରୁ ତାଙ୍କ ସ୍ୱାସ୍ଥ୍ର୍ୟାବସ୍ଥା ପଚାରି ବୁଝିଥିଲେ । ରାହୁଲଙ୍କ ଆଶୁ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀ ତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି । ଏଥିସହ ରାହୁଲଙ୍କ ପଢ଼ାଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଯାହା ହେଉ, ରାହୁଲଙ୍କୁ ଭଗବାନ ବଞ୍ଚାଇଦେଲେ ଏହା ଆଜି ସବୁଆଡ଼େ ଚର୍ଚ୍ଚା । ରାହୁଲଙ୍କ ବାପା ଆଜି ଗଣମାଧ୍ୟମରେ ତାଙ୍କ ପୁଅକୁ ମହାପ୍ରଭୁ ଜଗନ୍ନାଥ ରକ୍ଷା କଲେ ବୋଲି କହିଛନ୍ତି । ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କ ପରିବାର ପୁରୀ ଆସିଥିବା ବେଳେ ସମୁଦ୍ର କୂଳରୁ ରାହୁଲ ନିଖୋଜ ହୋଇଯାଇଥିଲା । ତେବେ ଦୀର୍ଘ ୭ ଘଣ୍ଟା ପର ସିଂହଦ୍ୱାର ସାମନାରୁ ରାହୁଲଙ୍କୁ ସେ ପାଇଥିଲେ ବୋଲି ଆଜି ଗଣମାଧ୍ୟମକୁ ଜଣାଇଛନ୍ତି ।

Previous Post

ଇମାମି-କିସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

Next Post

କାର୍ଟୁନ୍ ହୋଇଗଲେ କି ବୈଜୟନ୍ତ?

Next Post
କାର୍ଟୁନ୍ ହୋଇଗଲେ କି ବୈଜୟନ୍ତ?

କାର୍ଟୁନ୍ ହୋଇଗଲେ କି ବୈଜୟନ୍ତ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA