Thursday, May 21, 2026 09:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସଂଯୁକ୍ତା ମହାପାତ୍ରଙ୍କ ଉପନ୍ୟାସ ‘ରାଜନନ୍ଦିନୀ’ ଉନ୍ମୋଚିତ

by Our Correspondent
06 Oct, 2020- 11:54 PM
in Latest News
1 min read
0
ସଂଯୁକ୍ତା ମହାପାତ୍ରଙ୍କ ଉପନ୍ୟାସ ‘ରାଜନନ୍ଦିନୀ’ ଉନ୍ମୋଚିତ

ଭୁବନେଶ୍ବର: ସୁଲେଖିକା, ସଂପାଦିକା ଓ ସଂଗଠିକା ସଂଯୁକ୍ତା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ ‘ରାଜନନ୍ଦିନୀ’ ଉନ୍ମୋଚିତ ହୋଇଯାଇଛି। ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଅନୁବାଦିକା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ଡ. ଶକୁନ୍ତଳା ବଳିଆରସିଂହ ଏବଂ କବି, ଗୀତିକାର, ସ୍ତମ୍ଭକାର, ବରିଷ୍ଠ ପ୍ରଶାସକ ତଥା ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ରଂଜନ କୁମାର ଦାସ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ଏ ଉପନ୍ୟାସରେ ମହାଭାରତର ‘ଦ୍ରୌପଦୀ’ ଚରିତ୍ରକୁ ପୁନର୍ବିନ୍ୟାସ କରି ବର୍ତ୍ତମାନ ସମୟରେ ନାରୀର ପୀଡ଼ା ଓ ପୁଲକକୁ ପ୍ରତିପାଦିକ କରିଛନ୍ତି ଲେଖିକା ଶ୍ରୀମତୀ ମହାପାତ୍ର।

ପ୍ରତିଟି ବାପା ପାଇଁ ସେମାନଙ୍କର ଝିଅ ଜଣେ ଜଣେ ରାଜନନ୍ଦିନୀ ବୋଲି କହିଥିଲେ ରଂଜନ କୁମାର ଦାସ। ଆଜି ବି ରାଜନନ୍ଦିନୀମାନେ ଅବହେଳା, ନିର୍ଯାତନା ଓ ଶୋଷଣର ଶିକାର। ଆଜି ବି ଦ୍ରୌପଦୀମାନେ ନିରନ୍ତର ବିବସ୍ତ୍ର ହୋଇଚାଲିଛନ୍ତି ବୋଲି ଶ୍ରୀ ଦାସ କହିଥିଲେ। ବେବିନାର ବ୍ୟଥା ଠାରୁ ହଥରସ୍‌ରେ ହତ୍ୟାକାଣ୍ଡ ପର୍ଯ୍ୟନ୍ତ ସବୁଠି ଆଜି ରାଜନନ୍ଦିନୀ ନ୍ୟାୟ ଅପେକ୍ଷାରେ ବୋଲି ସେ ମତ ଦେଇଥିଲେ। ଏ ପୁସ୍ତକ ମାଧ୍ୟମରେ ଲେଖିକା କେବଳ ପୁରାଣ ଚରିତ୍ର ଓ କାହାଣୀକୁ ଭିନ୍ନ ବାଗରେ ଥୋଇଛନ୍ତି, ତାହା ନୁହେଁ। ବରଂ ସେ ଦ୍ରୌପଦୀ ଚରିତ୍ର ମାଧ୍ୟମରେ ଆମ ଜୀବନ ଓ ସମାଜର ବହୁ ଦାର୍ଶନିକ ତତ୍ତ୍ବକୁ ପରିବେଷଣ କରିଛନ୍ତି ବୋଲି ଉପନ୍ୟାସରୁ ଉଦ୍ଧୃତି ଦେଇ ଶ୍ରୀ ଦାସ କହିଥିଲେ।

ରାମାୟଣ ଓ ମହାଭାରତ ସବୁ କାଳରେ ଆମକୁ ପ୍ରଭାବିତ କରି ରଖିଛି ଓ ସେଥିରେ ଥିବା ଚରିତ୍ରମାନେ ଏବେ ବି ପ୍ରାସଙ୍ଗିକ ବୋଲି କହିଥିଲେ ଶକୁନ୍ତଳା ବଳିଆରସିଂହ। ବିଭିନ୍ନ ଭାଷାରେ ଶହ ଶହ ବର୍ଷ ଧରି ମହାଭାରତ ଓ ରାମାୟଣ ତଥା ସେଥିରେ ଥିବା ଚରିତ୍ରମାନଙ୍କୁ ନେଇ ବାରମ୍ବାର ପୁସ୍ତକ ରଚିତ ହୋଇଛି। ତେବେ ଲେଖକଟିଏ ନିଜ କାଳର କଥା ଲେଖିବା ବେଳେ ଭବିଷ୍ୟତ ପାଇଁ କିଛି ବାର୍ତ୍ତା ଦିଏ, ଚେତାବନୀ ବି ଦିଏ। ଏ ଉପନ୍ୟାସରେ କେବଳ ଦ୍ରୌପଦୀ ଚରିତ୍ର ମାଧ୍ୟମରେ ନାରୀର ତ୍ୟାଗ ଆଉ ପୀଡ଼ା କଥା କହାଯାଇନାହିଁ। ବରଂ ଲେଖିକା ଏଠାରେ ଚେତାଇ ଦେଇଛନ୍ତି ଯେ ତମେ ଯଦି ନାରୀକୁ ଅପମାନିତ କରିବ ତେବେ ତୁମର ଧ୍ବଂସ ଅବଶ୍ୟମ୍ଭାବୀ। ଉପନ୍ୟାସର ଶୈଳୀ ଓ ବର୍ଣ୍ଣନା ଚାତୁରୀ ବେଶ୍‌ ନିଆରା ବୋଲି ସେ ମତ ଦେଇଥିଲେ।

ନିଜ ଜୀବନର ଗୋଟିଏ ବ୍ୟକ୍ତିଗତ ଅପମାନ ଓ ପୀଡ଼ା ଦ୍ବାରା ପ୍ରେରିତ ହୋଇ ସେ କିଭଳି ଏ ଉପନ୍ୟାସ ରଚନା କରିଥିଲେ ତାହା ନିଜର ଲେଖକୀୟ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ ସଂଯୁକ୍ତା ମହାପାତ୍ର। କଥାକାର, ସାମ୍ବାଦିକ ତଥା ପେନ୍‌ ଇନ୍‌ ବୁକ୍ସ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଉତ୍ସବ ପରିଚାଳନା କରିଥିଲେ। କରୋନା ମହାମାରୀ ଜନିତ କଟକଣାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେଏ ସଭାର ଆୟୋଜନ କରାଯାଇଥିଲା ଓ ସାମାଜିକ ଗଣମାଧ୍ୟମରେ ଏହାର ପ୍ରସାରିତ ହୋଇଥିଲା। ପୁସ୍ତକଟି ପାଠକଙ୍କ ପାଇଁ ଆମାଜନ୍‌ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି।

Previous Post

ସାରୁଅ ଜମି କେଳେଙ୍କାରୀ: ଜାଗୀ ପଣ୍ଡାଙ୍କ ବିରୋଧରେ ଦ୍ୱିତୀୟ ମାମଲା

Next Post

MI beat RR by 57 Runs

Next Post
MI beat SRH by 34 Runs

MI beat RR by 57 Runs

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA