Monday, June 29, 2026 10:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିରାଜିଲେ ପ୍ରଭୁ ଶ୍ରୀରାମ

ସାରା ଦେଶ ରାମମୟ

by Our Correspondent
22 Jan, 2024- 02:08 PM
in Latest News, News
1 min read
0
ବିରାଜିଲେ ପ୍ରଭୁ ଶ୍ରୀରାମ

ଭୁବନେଶ୍ୱର: ଦୀର୍ଘ ୪୯୨ ବର୍ଷର ସଂଘର୍ଷ, ପ୍ରତୀକ୍ଷା ଓ ଉତ୍କଣ୍ଠାର ଅବସାନ । ଜନ୍ମସ୍ଥାନ ଅଯୋଧ୍ୟାରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀରାମ । କୋଟି କୋଟି ଭକ୍ତଙ୍କ ସ୍ୱପ୍ନକୁ ସାର୍ଥକ କରି ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯଜମାନରେ ଏହା ସମ୍ପନ୍ନ ହୋଇଛି । ସୁସଜ୍ଜିତ ମନ୍ଦିର ଉପରେ ଆକାଶରୁ ପୁଷ୍ପ ବର୍ଷା ସହ ଉପସ୍ଥିତ ହଜାର ହଜାର ଭକ୍ତଙ୍କ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଛି ଗଗନ ପ୍ରବନ । ଏହି ଅପୂର୍ବ ଦୃଶ୍ୟର ସିଧା ପ୍ରସାରଣ ଦେଖିଛନ୍ତି ବିଶ୍ୱବ୍ୟାପୀ ଭକ୍ତ । ସମସ୍ତଙ୍କ ମୁହଁରୁ ଶୁଭିଛି ଜୟ ଶ୍ରୀରାମ ।

୧୧ ଦିନ ଧରି ବ୍ରତ ପାଳନ କରୁଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସକାଳେ ସରଯୁ ନଦୀରେ ସ୍ନାନ ତର୍ପଣ କରି ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଆରମ୍ଭ ହୋଇଥିଲା ପ୍ରାଣ ପ୍ରତିଷ୍ଠା ରୀତିନୀତି । ଗର୍ଭଗୃହରେ କାଶୀ ପୀଠର ବେଦଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀ ଯଜମାନ ହୋଇ ବସିଥିବା ବେଳେ ପାଖରେ ଥିଲେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ୍ ପଟେଲ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ସମୟ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ୍ ଥିଲା । ଆଉ ଯଥା ସମୟରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେଇଥିଲେ । ଏହି ଦିବ୍ୟ ସମାରୋହରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କେବଳ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ସୀମିତ ନାହିଁ । ସମଗ୍ର ବିଶ୍ୱର ଅଗଣିତ ଭକ୍ତଙ୍କ ମଧ୍ୟକୁ ଏହା ବ୍ୟାପୀ ଯାଇଛି । ସବୁ ଜାଗାରେ ପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରଗୁଡ଼ିକରେ ପ୍ରବଳ ଭିଡ଼ ହୋଇଛି ।

ଓଡ଼ିଶାରେ ସବୁ ଦେବାଦେବୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭୁବନେଶ୍ୱରର ମୁଖ୍ୟ ରାମ ମନ୍ଦିର ଓ ସବୁ ହନୁମାନ ମନ୍ଦିରଗୁଡ଼ିକରେ ଠାକୁରଙ୍କ ଦର୍ଶନ ଓ ପ୍ରସାଦ ସେବନ ପାଇଁ ଭିଡ଼ ହୋଇଛି । ବିଭିନ୍ନ ସ୍ଥାନରେ ଭକ୍ତମାନଙ୍କ ପାଇଁ ଅନ୍ନଛତ୍ର ଖୋଲାଯାଇଛି ।

ଏପଟେ ନୟାଗଡ଼ ଜିଲ୍ଲା ଫତେଗଡ଼ ମିନି ଅଯୋଧ୍ୟା ସଦୃଶ ହୋଇଛି । ସେଠାରେ ପାହାଡ଼ ଉପରେ ନିର୍ମିତ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଚାଲିଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତା ୨୭ ତାରିଖରେ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ସେଠାରେ ଭକ୍ତଙ୍କର ପ୍ରବଳ ଗହଳି ହୋଇଛି ।

 

Previous Post

LIVE CONSECRATION CEREMONY OF RAM MANDIR AYODHYA DHAM 22ND JANUARY 2024

Next Post

୧୭ ଜିଲ୍ଲାପାଳଙ୍କ ସମେତ ୪୧ ଅଧିକାରୀଙ୍କ ବଦଳି

Next Post
୧୭ ଜିଲ୍ଲାପାଳଙ୍କ ସମେତ ୪୧ ଅଧିକାରୀଙ୍କ ବଦଳି

୧୭ ଜିଲ୍ଲାପାଳଙ୍କ ସମେତ ୪୧ ଅଧିକାରୀଙ୍କ ବଦଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA