Thursday, June 25, 2026 08:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସମ ହସ୍ପିଟାଲ-୨ରେ ବିରଳ ଶ୍ୱାସନଳୀ ଅସ୍ତ୍ରୋପଚାର

ବଂଚିଲା କର୍କଟ ରୋଗୀଙ୍କ ଜୀବନ

by Our Correspondent
11 Aug, 2025- 08:29 PM
in Health, Latest News, News
1 min read
0
ସମ ହସ୍ପିଟାଲ-୨ରେ ବିରଳ ଶ୍ୱାସନଳୀ ଅସ୍ତ୍ରୋପଚାର

ଭୁବନେଶ୍ୱର: ଆଧୁନିକ ଚିକିତ୍ସା ଏବଂ ଦଳଗତ କାର୍ଯ୍ୟର ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ ଫୁଲନଖରା ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, କ୍ୟାମ୍ପସ-୨ର ଡାକ୍ତରମାନେ ଜଣେ ୪୦ ବର୍ଷୀୟ କର୍କଟ ରୋଗୀଙ୍କ ରୁଦ୍ଧ ଶ୍ୱାସନଳୀକୁ ସଫଳତାର ସହ ଉନ୍ମୁକ୍ତ କରି ଉଦାହରଣ ସୃଷ୍ଟି କରିଛନ୍ତି । ରୋଗୀଙ୍କ ଡାହାଣ ପାଶ୍ୱର୍ ମୁଖ୍ୟ ବ୍ରୋଙ୍କସ ସମ୍ପୂର୍ଣ୍ଣ ଅବରୋଧ ହେତୁ ନିଃଶ୍ୱାସ ନେବାରେ କଷ୍ଟ ହେଉଥିଲା ।

କଟକ ଜିଲ୍ଲା ନିଆଳୀର ବାସିନ୍ଦା ଏହି ରୋଗୀ ୨୦୨୪ ମସିହାରେ ଜିଭ କର୍କଟ ରୋଗ ନିମନ୍ତେ ଅସ୍ତ୍ରୋପଚାର, କେମୋଥେରାପି ଏବଂ ରେଡିଏସନ ଥେରାପି ମଧ୍ୟ ଦିଆ ଯାଇଥିଲା । ତେବେ ଗତ ଦୁଇ ମାସ ମଧ୍ୟରେ ତାଙ୍କର ଶ୍ୱାସକ୍ରିୟାରେ କ୍ରମଶଃ ଅସୁବିଧା ଉପୁଜିବା ସହ ଅଧିକ ମାତ୍ରାରେ କାଶ ହେବା ଆରମ୍ଭ ହୋଇଥିଲା । ଅଗଷ୍ଟ ୧ ତାରିଖରେ ତାଙ୍କୁ ହସ୍ପିଟାଲର ପଲମୋନାରୀ ମେଡିସିନ ବିଭାଗରେ ଭର୍ତି କରାଯିବା ସମୟରେ ତାଙ୍କ ଶରୀରରେ ଅମ୍ଳଜାନର ମାତ୍ରା ବିପଦ୍‌ଜନକ ଭାବରେ କମି ଯାଇ ୮୪ ପ୍ରତିଶତକୁ ଖସି ଆସିଥିଲା ।

ଛାତିର ଏକ ସିଟି ସ୍କାନ୍ ଦ୍ୱାରା ବାଇଲେଟରାଲ ହିଲାର୍ ଲଙ୍ଗ ମାସେସ୍ ଥିବା ଜଣାପଡ଼ିଥିଲା । ସେହିପି ଭିଡିଓ ବ୍ରୋଙ୍କୋସ୍କୋପି ରିପୋର୍ଟରେ ଟ୍ୟୁମର ବୃଦ୍ଧି ଦ୍ୱାରା ଡାହାଣ ମୁଖ୍ୟ ବ୍ରୋଙ୍କସ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା ଯାହା ଡାହାଣ ଫୁସ୍‌ଫୁସ୍ ନିମନ୍ତେ ବାୟୁ ପ୍ରବାହକୁ ବନ୍ଦ କରିଦେଇଥିବା ଜଣାପଡ଼ିଥିଲା । ରୋଗୀଙ୍କ ପରିସ୍ଥିତି ଜଟିଳ ହେବାରୁ ଡାକ୍ତରୀ ଦଳ ସେଂଟ୍ରାଲ୍ ଏୟାରୱେ ଟ୍ୟୁମର ଡିବଲକିଂ- ଯାହାକି ଏକ ଅତ୍ୟନ୍ତ ଜଟିଳ ପ୍ରକିୟା କରିବାକୁ ନିଷ୍ପତି ନେଇଥିଲେ ।

ଅସ୍ତ୍ରୋପଚାରର ଦୁଇଟି ପର୍ଯ୍ୟାୟରେ ପ୍ରଥମେ ଅଗଷ୍ଟ ୨ ଏବଂ ଦ୍ୱିତୀୟ ଥର ପାଇଁ ଅଗଷ୍ଟ ୭ ରେ କରାଯାଇଥିଲା । ସାଧାରଣ ଆନେସ୍‌ଥେସିଆ ପ୍ରୟୋଗ ତଥା ଅତ୍ୟାଧୁନିକ କ୍ର୍ରାୟୋ ପ୍ରୋବ୍ ଏବଂ ଇଲେକ୍ଟ୍ରୋସ୍ନେର ଟେକ୍ନୋଲୋଜି ବ୍ୟବହାର କରି ଅତି ସାବଧାନତାର ସହିତ ଏହି ଉପଚାର କରାଯାଇ ଟ୍ୟୁମରକୁ ବାହାର କରାଯିବା ସହ ଶ୍ୱାସନଳୀକୁ ପୁନଃ ଉନ୍ମୁକ୍ତ କରାଯାଇଥିଲା ।

ଅସ୍ତ୍ରୋପଚାର ପରେ ରୋଗୀଙ୍କ ଶରୀରରେ ଅମ୍ଳଜାନର ମାତ୍ର ୯୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ‘ଯେତେବେଳେ ଶ୍ୱାସନଳୀ ସମ୍ପୂର୍ଣ୍ଣ ଭାବରେ ଅବରୋଧିତ ହୋଇଯାଏ, ପ୍ରତ୍ୟେକ ମୁହୂତ୍ୱର୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ଏହିପରି ପାର୍ଥକ୍ୟ ସୃଷ୍ଟିକାରୀ ସଫଳ ଚିକିତ୍ସା କରିବା ସମ୍ଭବପର ଅଟେ’, ବୋଲି ପଲ୍‌ମୋନାରୀ ମେଡିସିନ୍ ବିଭାଗର ସହଯୋଗୀ ପ୍ରଫେସର ଏବଂ ଏହି କ୍ଷେତ୍ରରେ ମୁଖ୍ୟ ସର୍ଜନ ଡାକ୍ତର ସ୍ୱଦେଶ କୁମାର ମହାନ୍ତି କହିଥିଲେ ।

ଡାକ୍ତର ମହାନ୍ତି, ଡାକ୍ତର ରଚିତା ମହାନ୍ତି, ଡାକ୍ତର ସୂର୍ଯ୍ୟ ଶଙ୍କର ମେହେର ଏବଂ ଡାକ୍ତର ରାଜକୃଷ୍ଣ ବେହେରାଙ୍କୁ ନେଇ ଗଠିତ ପଲ୍‌ମୋନାରୀ ମେଡିସିନ୍ ଅସ୍ତ୍ରୋପଚାର ଦଳ ଏବଂ ବିଭାଗୀୟ ମୁଖ୍ୟ ଡାକ୍ତର ସୁଦୀପ ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ଆନେସ୍‌ଥେସିଆ ଦଳ ମଧ୍ୟରେ ଘନିଷ୍ଠ ସହଯୋଗ ଯୋଗୁଁ ଏହି ଅସ୍ତ୍ରୋପଚାର ସଫଳ ଭାବେ ସମ୍ଭବ ହୋଇପାରିଥିଲା । ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଡାକ୍ତର ଜଗଦୀଶ ଜେନା, ଡାକ୍ତର ରଞ୍ଜିତା ବକ୍ସି, ଡାକ୍ତର ପ୍ରଜ୍ଞା ନନ୍ଦ, ଡାକ୍ତର ରୋହନ ରୋଶନ ନାୟକ ଏବଂ ଡାକ୍ତର ପ୍ରତ୍ୟାଶା ନାୟକ ରହିଥିଲେ ।

ଏହି ଗୁରୁତ୍ୱପୂର୍ଣ୍ଣ ଏୟାରୱେ ପ୍ରକ୍ରିୟା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଶେଷଜ୍ଞ ଦଳ ଦ୍ୱାରା ସମ୍ପାଦିତ ହୋଇଥିଲେ ମଧ୍ୟ ଏହା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟିର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱକୁ ପ୍ରତିଫଳିତ କରିଛି । ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ଭିତିଭୂମି ଏବଂ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ପ୍ରତି ପ୍ରଫେସର ନାୟକଙ୍କ ପ୍ରତିବଦ୍ଧତା ରାଜ୍ୟ ମଧ୍ୟରେ ଏପରି ଜଟିଳ ଏବଂ ଜୀବନ ରକ୍ଷାକାରୀ ହସ୍ତକ୍ଷେପ ଉପଲବ୍ଧ କରିପାରିଛି ।

କାୟୋ ଏବଂ ଇଲେକ୍ଟ୍ରୋସ୍ନେର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେଂଟ୍ରାଲ୍ ଏୟାରୱେ ଟ୍ୟୁମର ଡିବଲକିଂ ଚିକିତ୍ସା ଓଡ଼ିଶାର କେବଳ କିଛି ହାତଗଣିତ କେନ୍ଦ୍ରରେ ଉପଲବ୍ଧ । ଏହି ଚିକିତ୍ସା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ନିମନ୍ତେ ଅତ୍ୟାଧୁନିକ ହସ୍ପକ୍ଷେପକାରୀ ପଲମୋନୋଲଜି ପ୍ରକ୍ରିୟା ବ୍ୟବହାର କରିବା କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ ପାଲଟିଛି ।

Previous Post

୮୮ ପ୍ରତିଶତ ଅଭିଯୋଗର ସମାଧାନ

Next Post

ନବୀନ ବିଜେଡିର ଅନ୍ତିମ ଅଧ୍ୟାୟ!!

Next Post
ନବୀନ ବିଜେଡିର ଅନ୍ତିମ ଅଧ୍ୟାୟ!!

ନବୀନ ବିଜେଡିର ଅନ୍ତିମ ଅଧ୍ୟାୟ!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA