Wednesday, July 9, 2025 07:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡିକୁ ବଳିଗଲେ ବିଜେପି ବିଦ୍ରୋହୀ

ବିଜେପି ଅଫିସ ଆଗରେ ମେଳି

by Our Correspondent
10 Apr, 2024- 06:45 PM
in Latest News, News, Politics
1 min read
0
ବିଜେଡିକୁ ବଳିଗଲେ ବିଜେପି ବିଦ୍ରୋହୀ

ଭୁବନେଶ୍ୱର: ବିଜେଡିରେ ମାଳ ମାଳ ବିଦ୍ରୋହୀ । ଏହି ବିଦ୍ରୋହୀଙ୍କ ଭୋଟ ବିଜେପି ସପକ୍ଷକୁ ଯିବ ବୋଲି ଯାହା ପ୍ରଚାର ପ୍ରଚାର ହେଉଛି ତାହା ଭୁଲ୍ ବୋଲି କ୍ରମଶଃ ସ୍ପଷ୍ଟ ହେଲାଣି । କାରଣ ୧୦ ହଜାର ଆଶାୟୀଭରା ବିଜେଡିକୁ ୧ ହଜାର ବିଜେପି ଆଶାୟୀଙ୍କ ଭାର ବଳିଗଲାଣି । ଅନେକ ଜାଗାରେ ବିଜେଡି ଆମଦାନୀ ନେତାଙ୍କୁ ବିଜେପି ଭରସା କରିଥିବା ବେଳେ ବାକି ଜାଗାରେ ଏକାଧିକ ଆଶାୟୀ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେଲେଣି ।

ସୂଚନାଥାଉକି, ତିନୋଟି ପର୍ଯ୍ୟାୟରେ ବିଜେଡି ବର୍ତ୍ତମାନ ସୁଦ୍ଧା ୧୦୮ ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଥରକରେ ୧୧୨ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ୪୯ ଆସନରେ ପ୍ରାର୍ଥା ଘୋଷଣା କରିଛି । ସୁତରାଂ କୌଣସି ଦଳ ଏ ଯାଏଁ ୧୪୭ଟି ଯାକ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବାକିତକ ଆସନରେ ବିଦ୍ରୋହ ଆଶଙ୍କାରେ ଅଙ୍କ ଛିଣ୍ଡୁନି । କିଛି ଆସନରେ ପ୍ରାର୍ଥୀ ଘୋଷଣା ପାଇଁ ପ୍ରମୁଖ ଦୁଇଟି ଯାକ ଦଳ ଛକାଛକିରେ ଅଛନ୍ତି ।

ପ୍ରାର୍ଥୀ ଘୋଷଣା ସରିଥିବା କିମ୍ବା ବାକିଆ କିଛି ଆସନରେ ପ୍ରାର୍ଥୀତ୍ୱକୁ ନେଇ ବିଜେଡି ଓ ବିଜେପିରେ ଅସନ୍ତୋଷ ଲାଗି ରହିଥିଲେ ମଧ୍ୟ ବିଜେପିରେ ବିଦ୍ରୋହୀଙ୍କ ସଂଖ୍ୟା ଅଧିକ ରହିବା ସମସ୍ତଙ୍କୁ ଚକିତ କରିଛି । ଶଙ୍ଖ ଭବନରେ ପ୍ରତିଦିନ ମିଶ୍ରଣ ପର୍ବ ଚାଲୁଛି ଏବଂ ବିଭିନ୍ନ ଅଞ୍ଚଳରୁ ଆଶାୟୀ ନେତା ଓ କର୍ମୀମାନେ ଦଳ ମୁଖିଆ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଆଶୀର୍ବାଦ ନେଉଛନ୍ତି । ଅସନ୍ତୁଷ୍ଟ ମାନେ ଆସୁଛନ୍ତି ମାତ୍ରା ତାହା ଗୁହାରି ଭିତରେ ସୀମିତ ରହୁଛି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚିତ୍ର କିନ୍ତୁ ଭିନ୍ନ । ଟିକେଟ୍ ଆଶାୟୀଙ୍କଠାରୁ ବଳି ପଡିଛନ୍ତି ଅସନ୍ତୁଷ୍ଟ ବିଦ୍ରୋହୀ । ଅଧିକାଂଶ ଜାଗାରେ ଟିକେଟ୍ ରୁ ବଞ୍ଚିତ ଆଶାୟୀମାନେ ନିଜର ସମର୍ଥକମାନଙ୍କୁ ଧରି ବିଜେପି ଅଫିସ ଆଗରେ ନାରାବାଜି କରୁଛନ୍ତି । କିଛି ଅଞ୍ଚଳର କର୍ମୀମାନେ ସେଠାରେ ଧାରଣାରେ ବସି ଟିକେଟ୍ ବଦଳାଇବା ଜିଦ୍ ଧରିଛନ୍ତି ।

ଧର୍ମଶାଳାରୁ ସ୍ମୃତିରେଖା ପାହିଙ୍କ ପ୍ରାର୍ଥୀତ୍ୱକୁ ଘୋର ବିରୋଧ କରୁଛନ୍ତି ପ୍ରମୁଖ ଆଶାୟୀ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କ ସମର୍ଥକ । ଦ୍ୱିତୀୟ ଥର ପାଇଁ ଗତକାଲି ବିଜେପି ଅଫିସ ଆଗରେ ପ୍ରବଳ ହାଙ୍ଗାମା କରିଥିଲେ । ହଜାର ହଜାର ସମର୍ଥକ ଜାରକା ମହୋତ୍ସବ ପଡ଼ିଆରୁ ବାଇକ୍ ଶୋଭାଯାତ୍ରାରେ ଆସି ବିଜେପି ରାଜ୍ୟ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ପ୍ରାର୍ଥୀତ୍ୱ ପୁନଃବିଚାର କରା ନ ଗଲେ ଲିକୁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଚେତାବନୀ ଦେଇଛନ୍ତି । ଗତ ୨ ତାରିଖରେ ଏହି ସମର୍ଥକମାନେ ଦୁଇ ଦିନ କାଳ ଅହୋରାତ୍ର ଧାରଣା ଦେଇଥିଲେ । ମାତ୍ର ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ୩ ଦିନ ସମୟ ମାଗି ଧାରଣାରୁ ଉଠାଇ ଦେଇଥିଲେ । ସଭାପତି ଏଥର ତାଙ୍କୁ ଆଉ ଭଣ୍ଡେଇ ପାରିବେନି ବୋଲି ଲିକୁଙ୍କ ସମର୍ଥକମାନେ କହିଛନ୍ତି ।

ଜୟଦେବରେ ଅରବିନ୍ଦ ଢ଼ାଲିଙ୍କ ପ୍ରାର୍ଥୀତ୍ୱକୁ ଜୋରଦାର ବିରୋଧ ଜାରି ରହିଛି । ସେଠାରେ ବସନ୍ତ ନାୟକଙ୍କ ଗୋଷ୍ଠୀ ତାଙ୍କୁ ଅଞ୍ଚଳରେ ପୂରାଇ ଦେଉନାହାନ୍ତି କହିଲେ ଚଳେ । ଆମଦାନୀ ବିଦେଶୀ ନେତାଙ୍କୁ ସେମାନେ ସମର୍ଥନ କରିପାରିବେ ନାହିଁ ବୋଲି କହିଛନ୍ତି ।

ବଡ଼ମ୍ବାରେ ବି ଅନୁରୂପ ଅବସ୍ଥା । ବିଜେପି ମହଲରେ ପ୍ରାର୍ଥୀ ସମ୍ବିତ୍ ତ୍ରିପାଠୀଙ୍କୁ ପ୍ରବଳ ବିରୋଧ କରାଯାଉଛି । ପୂର୍ବ ପ୍ରାର୍ଥୀ ବିଜୟ ଦଳବେହେରାଙ୍କ ସମର୍ଥକମାନେ ପୂରା ତାତିକି ଅଛନ୍ତି । ବର୍ଷ ବର୍ଷ ଧରି ସଂଗଠନ କାମରେ ଖଟି ଖଟି କ’ଣ ଏୟା ପରିଣାମ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଜଟଣୀରେ ପ୍ରାର୍ଥୀ ବିଶ୍ୱ ବଡ଼ଜେନା ଓ ଆଶାୟୀ ପ୍ରାର୍ଥୀ ସନ୍ତୋଷ ଜେନାଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା । ଉଭୟଙ୍କ ସମର୍ଥକମାନେ କେହି କାହାରିକୁ ବରଦାସ୍ତ କରିବା ଅବସ୍ଥାରେ ନାହାନ୍ତି ।

ବାଲେଶ୍ୱର ଜିଲ୍ଲା ସୋରରେ ରାଜେନ୍ଦ୍ର ଦାସ(ରାଜୁ)ଙ୍କ ବିରୋଧରେ ଏକାଠି ହୋଇଛନ୍ତି ରାଜେଶ ମଲ୍ଲିକ, ରବୀନ୍ଦ୍ର ଜେନା, ମୃତ୍ୟୁଞ୍ଜୟ ଜେନା । କୌଣସି ପରିସ୍ଥିତିରେ ରାଜେନ୍ଦ୍ର ଦାସଙ୍କୁ ସମର୍ଥନ କରିପାରିବେନି ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ରଣପୁରରେ ସୁରମା ପାଢ଼ୀଙ୍କୁ ଟିକେଟ୍ ମିଳି ନ ଥିବାରୁ ତାଙ୍କ ସମର୍ଥକମାନେ ତାତି ଉଠିଛନ୍ତି । ଟିକେଟ୍ ପାଇଥିବା ତାପସ ମାର୍ଥାଙ୍କୁ ସହଯୋଗ କରିବେ ନାହିଁ ବୋଲି ସମର୍ଥକମାନେ ଧମକ ଦେଇଛନ୍ତି ।

ଖଣ୍ଡପଡ଼ାରେ ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଛନ୍ତି ପୁରୁଣା ଆଶାୟୀ ଇଂ ଅର୍ଚ୍ଚନା ଦାଶ । ସେଠାରେ ବିଜେପି ଗୋଷ୍ଠୀ କନ୍ଦଳ ଭୟଙ୍କର ରୂପ ନେଲାଣି ।

ସତ୍ୟବାଦୀରେ ବିଜେପିର ଗୋଷ୍ଠୀ କନ୍ଦଳ ବି ତୀବ୍ର ଆକାର ଧାରଣ କରିଛି । ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରାର୍ଥୀତ୍ୱ ବିରୋଧରେ ଅନେକ ନେତା ଓ କର୍ମୀମାନେ ବିଦ୍ରୋହ ଆରମ୍ଭ କରିଛନ୍ତି । ସେମାନେ ଦଳ ଛାଡ଼ିବା ଆରମ୍ଭ କରିଛନ୍ତି । ଦଳର ବରିଷ୍ଠ ନେତା ତଥା ପ୍ରମୁଖ ଆଶାୟୀ କୃଷ୍ଣ ଜଗଦେବ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦଳ ଛାଡ଼ିବାର ଚେତାବନୀ ଦେଇଛନ୍ତି ।

ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବିରୋଧରେ ମେଳି କରିଛନ୍ତି ଛୋଟେଲାଲ ମହାନ୍ତ ।

ଝାରସୁଗୁଡ଼ା ଆସନରୁ ନିରାଶ ପ୍ରାର୍ଥୀ ସୁଧାଂଶୁ ଦୋରା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଉଥିବାରୁ ବିଜେପି ନେତୃତ୍ୱ ଚିନ୍ତାରେ ପଡ଼ିଯାଇଛନ୍ତି ।

ଭବାନୀପାଟଣା ସଦର ଆସନରୁ ପ୍ରଦୀପ୍ତ ନାଏକଙ୍କୁ ପୁଣି ଟିକେଟ ମିଳିଥିବାରୁ ତାଙ୍କ ବିରୋଧୀମାନେ ଏକାଠି ହୋଇଛନ୍ତି । ଦଳର ଏକ ବୃହତ୍ତ ଗୋଷ୍ଠୀ ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଛନ୍ତି ।

ସବୁଠାରୁ ରୋଚକ କଥା ହେଉଛି, ବୋଲଗଡ଼-ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା ହୋଇ ନ ଥିଲେ ମଧ୍ୟ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ନେଇଛି । ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ଥାନୀୟ ନେତା ଓ କର୍ମୀମାନେ ଗ୍ରହଣ କରୁନାହାନ୍ତି । ଗତ ୫ ବର୍ଷ ଭିତରେ ସାଂସଦ ସେମାନଙ୍କୁ ପଚାରି ନ ଥିବାରୁ ଏଥର ତାଙ୍କୁ ହଟାଇବାକୁ ଅଡି ବସିଛନ୍ତି । ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କର୍ମୀମାନେ “ଅପରାଜିତା ହଟାଓ, ବିଜେପି ବଞ୍ଚାଅ’ ଅଭିଯାନ ଆରମ୍ଭ କରିଛନ୍ତି ।

Previous Post

ବିଜେଡି ନିର୍ବାଚନ ଇସ୍ତାହାର କମିଟି ଗଠିତ

Next Post

କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି

Next Post
କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି

କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA