Thursday, June 25, 2026 05:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଗାନ୍ଧୀଙ୍କୁ ମହାତ୍ମା କରିଥିଲା ଓଡିଶା’

by Our Correspondent
04 Jan, 2023- 07:34 PM
in Latest News, News
1 min read
0
‘ଗାନ୍ଧୀଙ୍କୁ ମହାତ୍ମା କରିଥିଲା ଓଡିଶା’

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଜୀବନ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଓଡିଶାର ପ୍ରମୁଖ ଅବଦାନ ରହିଥିଲା । ଅଧ୍ୟାତ୍ମିକତା ଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଓଡିଶାର ଅନବଦ୍ୟ ଅବଦାନ ରହିଛି । 

ଆଜି ଜୟଦେବଭବନରେ ଅନୁଷ୍ଠିତ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ପୂଣ୍ୟତିଥି ଅବସରରେ ଆୟୋଜିତ ତ୍ରୟୋଦଶ ଗାନ୍ଧୀ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି । ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ଯେ ଭାରତକୁ ସ୍ୱାଧୀନ କରିବା ସହ ବିଭିନ୍ନ କ୍ଷେତ୍ରରେ କ୍ରାନ୍ତି ଆଣିବାପାଇଁ ଯେଉଁ ମହାପୁରୁଷମାନେ ଅବଦାନ ଦେଇ ଯାଇଛନ୍ତି ସେମାନଙ୍କ ଜୀବନ ଶୃଙ୍ଖଳା, ନୈତିକତା ଓ ଅଧ୍ୟାତ୍ମିକ ଭିତ୍ତିଭୂମିରେ ବିକଶିତ ହୋଇଥିଲା । ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାଜ କିଶୋର ନାୟକଙ୍କ ପର୍ଯ୍ୟନ୍ତ ତ୍ୟାଗୀ ପୁରୁଷମାନଙ୍କ ଜୀବନୀ ବିଶ୍ଲେଷଣ କଲେ ଏହା ଜଣାପଡେ ।

ଭାରତ ଭୂମି ଭୋଗର ନୁହେଁ, ଏହା ତ୍ୟାଗ ଓ ସେବାର ବୋଲି ଆମ ଦେଶର ସଂଗ୍ରାମୀମାନେ ବାରମ୍ବାରା ଚେତାଇ ଦେଇ ଯାଇଛନ୍ତି । ଏହାକୁ ଆଦର୍ଶ ଭାବେ ରଖି ବର୍ତ୍ତମାନର ପୀଢି ଆଗେଇଲେ ଦେଶର ଅଭୂତପୂର୍ବ ବିକାଶ ହୋଇପାରିବ । ଭାରତ ଏବେ ପଛରେ ନାହିଁ । ବିଶ୍ୱର ନେତୃତ୍ୱ ନେଉଛି । ଏ ପରିପ୍ରେକ୍ଷୀରେ ବିକାଶର ଧାରା ଠାରୁ ପଛରେ ରହିଥିବା ବ୍ୟକ୍ତି ବିଶେଷଙ୍କୁ ଆଗକୁ ଆଣିବା କ୍ଷେତ୍ରରେ ସମସ୍ତଙ୍କର ସକ୍ରିୟ ସହଯୋଗ ଆବଶ୍ୟକ ।

ଏହି ଉତ୍ସବରେ ସ୍ମାରକୀ ବକ୍ତୃତା ପ୍ରଦାନ କରି ସୁପ୍ରିମକୋର୍ଟର ପ୍ରାକ୍ତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ମହାତ୍ମା ଗାନ୍ଧୀଙ୍କର ଜୀବନର ବିଶ୍ଲେଷଣ କରି ଭାରତୀୟମାନଙ୍କ ମଧ୍ୟରେ ସୁପ୍ତ ସିଂହର ଶକ୍ତି ଜାଗ୍ରତ କରିବା ଲାଗି ଗାନ୍ଧୀଜୀ ତିନିଟି ଉପାୟ ଅବଲମ୍ବନ କରିଥିଲେ । ତାହା ହେଉଛି ସତ୍ୟ, ଅହିଂସା ଓ ନିର୍ଭିକତା । ଏବେ ଆମ ସମାଜ ବ୍ୟବସ୍ଥା ଯେତେସବୁ ସମସ୍ୟାର ସମ୍ମୁଖୀନ ହେଉଛି ତାହାର ସରଳ ଉପଚାର ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ଓ ତାଙ୍କ ପ୍ରଦର୍ଶିତ ନିର୍ଭିକତାରେ ରହିଛି । ଲୋକଙ୍କ ମନରୁ ରାଜା, ଜମିଦାର ଓ ବ୍ରିଟିଶ ସରକାର ପ୍ରତି ଥିବା ଭୟ ଦୂର କରି ସେମାନଙ୍କୁ ସ୍ୱରାଜ ସଂଗ୍ରାମରେ ସହୀଦ ହେବାଲାଗି ଗାନ୍ଧୀଜୀ ଯେଉଁ ପ୍ରେରଣା ଦେଇଥିଲେ ତାହା ସବୁ କାଳ ପାଇଁ ଅବିସ୍ମରଣୀୟ ହୋଇ ରହିବ ।

ଗାନ୍ଧୀଜୀଙ୍କ ବିଚାରଧାରା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ ହୋଇଛି ଏବଂ ମଣିଷ ସମାଜ ଯେତେସବୁ ସମସ୍ୟାର ସମ୍ମୁଖୀନ ହେଉଛି ସେସବୁର ଉପଚାର ଗାନ୍ଧୀ ବିଚାରରେ ରହିଛି । ଆମ ଗଣତନ୍ତ୍ରର ତିନିଟି ଯାକ ସ୍ତମ୍ଭ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗକୁ ଠିକଣା ଭାବେ ଅନୁଶୀଳନ କରି ଶୃଙ୍ଖଳା ଓ ସଂଯମତାର ସହ ଆଗକୁ ବଢିବା ସଂଗେ ସଂଗେ ଲୋକଙ୍କ ମନରେ ନିର୍ଭିକତାର ବାତାବରଣ ସୃଷ୍ଟି କଲେ ଦେଶରେ ନୂଆ କ୍ରାନ୍ତି ଆସିପାରିବ ବୋଲି ନ୍ୟାୟମୂର୍ତ୍ତି ଶ୍ରୀ ମିଶ୍ର କହିଥିଲେ ।

ତାଙ୍କ ଜେଜେ ବାପା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧୀଜୀ ବାଣପୁର ଆସି ତାଙ୍କ ଘରେ ରାତ୍ରୀଯାପନ କରିବା କଥା ଉଲ୍ଲେଖ କରିବା ସଂଗେ ସଂଗେ ଗାନ୍ଧୀଜୀ କେବଳ ରକ୍ତମାଂସ ଶରୀରଧାରୀ ଜଣେ ସାଧାରଣ ମଣିଷ ନୁହନ୍ତି, ଦୁର୍ଦ୍ଦିନରେ ପଡିଥିବା ଦେଶବାସୀଙ୍କ ପାଇଁ ଜଣେ ଅବତାରୀ ପୁରୁଷ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି ।

ଗାନ୍ଧୀ ବିଚାରର ସର୍ବକାଳୀନ ପ୍ରାସଙ୍ଗିକତା ଶୀର୍ଷକ ଏହି ବକ୍ତୃତାମାଳାରେ ଭିତ୍ତିଭାଷଣ ଉପସ୍ଥାପନ କରି ପ୍ରଫେସର ସଂଘମିତ୍ରା ମିଶ୍ର ପାଟକୁରା ଗାନ୍ଧୀ ଭାବେ ଖ୍ୟାତ ରାଜ କିଶୋର ନାୟକଙ୍କ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହିତ ଯେଉଁ ସଂଗ୍ରାମୀମାନଙ୍କ ସାଧନା, ସେବା, ସଙ୍କଳ୍ପ, ସଂଘର୍ଷ ଫଳରେ ଆମେ କଷ୍ଟଲବ୍ଧ ସ୍ୱାଧୀନତାକୁ ଫେରିପାଇଛୁ ସେମାନଙ୍କ ପ୍ରତି ଜାତି ସବୁବେଳେ କୃତଜ୍ଞ ହୋଇ ରହିବ ବୋଲି ଉଲ୍ଲେଖ କରିଥିଲେ ।

ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରହଲାଦ ସିଂହ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ ଭଲ ମଣିଷ ହେବାପାଇଁ ଗାନ୍ଧୀଜୀ ଯେଉଁ ମାର୍ଗଦର୍ଶନ ଦେଇଯାଇଛନ୍ତି ତାହା ସବୁକାଳ ପାଇଁ ପ୍ରାସଙ୍ଗିକ । ସତ୍‍ର ସରଳରେଖା ଉପରେ ମଣିଷର ଚିନ୍ତା, କାମ ଓ କଥା ତିନିଟି ବିନ୍ଦୁ ହୋଇ ରହିପାରିଲେ ଜଣେ ସଚ୍ଚା ସତ୍ୟାଗ୍ରହୀ ହେବା ସହ ସମାଜରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ । ଗାନ୍ଧୀଙ୍କ ଠାରୁ ରାଜକିଶୋର ନାୟକଙ୍କ ପର୍ଯ୍ୟନ୍ତ କ୍ରାନ୍ତିକାମୀମାନେ ଏହା ବାରମ୍ବାର ପ୍ରମାଣିତ କରି ଯାଇଛନ୍ତି ।

ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ପ୍ରାରମ୍ଭିକ ସୂଚନା ଦେଇ ରାଜକିଶୋର ନାୟକଙ୍କ ଜୀବନର ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏହି ଅବସରରେ ରାଜ କିଶୋର ନାୟକଙ୍କ ପତ୍ନୀ ନିର୍ମଳାପ୍ରଭା ନାୟକଙ୍କ ରଚିତ “ସାୟାହ୍ନର ସ୍ମୃତି” ପୁସ୍ତକର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏହି ପୁସ୍ତକ ବିକ୍ରିରୁ ଲବ୍ଧ ଅର୍ଥ ଅସୁରେଶ୍ୱର ସ୍ଥିତ ଗୋରକ୍ଷଣୀକୁ ପ୍ରଦାନ କରାଯିବ ବୋଲି ଉତ୍ସବରେ ଘୋଷଣା ହୋଇଥିଲା ।

Previous Post

ବିଜେପିର ବୁଥ୍ ମଜବୁତ କେବେ?

Next Post

ନିରଞ୍ଜନଙ୍କ ଜୀବନ ରଖିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

Next Post
ନିରଞ୍ଜନଙ୍କ ଜୀବନ ରଖିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ନିରଞ୍ଜନଙ୍କ ଜୀବନ ରଖିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA