Thursday, June 1, 2023 02:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚଳିତବର୍ଷରୁ ସରକାର ଦେବେ ଫସଲବୀମା ପ୍ରିମିୟମ୍

ସମବାୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

by Our Correspondent
22 May, 2023- 03:17 PM
in Latest News, News
1 min read
0
ଚଳିତବର୍ଷରୁ ସରକାର ଦେବେ ଫସଲବୀମା ପ୍ରିମିୟମ୍

ଭୁବନେଶ୍ୱର: ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ଚଳିତବର୍ଷଠାରୁ ରାଜ୍ୟ ସରକାର ବହନ କରିବେ । ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଏହି ସୂଚନା ଦେଇଛନ୍ତି । ଆଜି ସମବାୟ ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ନେଇଛନ୍ତି । ରାଜ୍ୟରେ ଫସଲବୀମା ପରିସରକୁ ଅଧିକ ସଂଖ୍ୟକ ଚାଷୀଙ୍କୁ ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ୧୦ ରୁ ୧୨ ଲକ୍ଷ ଚାଷୀ ଫସଲବୀମାରେ ଅନ୍ତର୍ଭୁକ୍ତ ହେଉଛନ୍ତି । ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବୀମା ଅର୍ଥ ଦେବାକୁ ସମର୍ଥ ହେଉ ନ ଥିବାରୁ ସେମାନେ ଚାହିଁଲେ ମଧ୍ୟ ଏହି ପରିସରକୁ ଆସିପାରୁନାହାନ୍ତି । ବର୍ତ୍ତମାନଠାରୁ ଯେ କୌଣସି ଚାଷୀ ଫସଲବୀମାରେ ନିଜକୁ ପଞ୍ଜିକୃତ କରିପାରିବେ ।

ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢ଼ାଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଫସଲବୀମା କାର୍ଯ୍ୟକାରୀ ପାଇଁ ଯେଉଁ ତିନୋଟି କମ୍ପାନୀ ସହିତ ରାଜିନାମା ହୋଇଥିଲା ତାହାର ଅବଧି ଚଳିତ ବର୍ଷ ସରିଯାଇଛି । ତେଣୁ ଟେଣ୍ଡର ଜରିଆରେ ଆଗାମୀ ତିନି ବର୍ଷ ପାଇଁ ନୂଆ କମ୍ପାନୀ ଚିହ୍ନଟ କରାଯିବ । ଚଳିତ ଖରିଫ ଋତୁରୁ ସରକାର ବୀମା ଅର୍ଥ ପ୍ରଦାନ କରିବାକୁ ଥିବାରୁ ଅଧିକରୁ ଅଧିକ ଚାଷୀ କିଭଳି ଫସଲବୀମା ପରିସରକୁ ଆସିବେ ସେଥିପାଇଁ ସମଗ୍ର ରାଜ୍ୟରେ ଆଇଇସି କାର୍ଯ୍ୟକ୍ରମ ଚାଲିବ ବୋଲି ଶ୍ରୀ ଚଢ଼ା ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ବିଭିନ୍ନ ବିଭାଗର କାର୍ଯ୍ୟସମୀକ୍ଷା ଆରମ୍ଭ କରିଛନ୍ତି । ଆଜି ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗର କାର୍ଯ୍ୟ ସମୀକ୍ଷା ହୋଇଥିଲା । ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ  ଏବଂ ସଚିବ  ବିଭାଗର ସଫଳତାକୁ ନେଇ ବିସ୍ତୃତ ସୂଚନା ଦେଇଥିଲେ ।

ରିପୋର୍ଟ କାର୍ଡରେ ବିଭାଗର ସଫଳତା ଉଲ୍ଲେଖ କରାଯାଇଛି ।

– ନିର୍ବାଚନ ପ୍ରତିଶ୍ରୁତି ମୁତାବକ ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାଦ୍ୱାରା ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ୭ ଲକ୍ଷରୁ ଅଧିକ ଅତିରିକ୍ତ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ଏଥିରୁ ଉପକୃତ ହୋଇଛନ୍ତି ।

– ରାଜ୍ୟରେ ବିଗତ ଆର୍ଥିକ ବର୍ଷରେ ୩୪.୫୭ ଲକ୍ଷ ଚାଷୀଙ୍କୁ ମୋଟ ୧୬୬୮୩.୫୭ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଛି । ୨୦୦୦-୦୧ ବର୍ଷରେ ୬.୪୦ ଲକ୍ଷ ଚାଷୀଙ୍କୁ ଦିଆଯାଇଥିବା ୪୩୮.୩୬ କୋଟି ଟଙ୍କା ଋଣ ତୁଳନାରେ ଏହି ଅଭିବୃଦ୍ଧି ବିଭାଗର ସଫଳତାକୁ ସୂଚୀତ କରୁଛି ।

– ରାଜ୍ୟରେ ପାକସ୍ ମାନେ ଚାଷୀଙ୍କୁ ପ୍ରମାଣିକ ବିହନ ଓ ସାର ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ପାକସ୍ ମାନଙ୍କ ଦ୍ୱାରା ସେବା ପ୍ରଦାନକୁ ଆହୁରି ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ୨୨୯୫ ଗୋଟି ପାକସ୍ କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ୍ ବ୍ୟବସ୍ଥାରେ କମ୍ପୁ୍ୟଟରୀକରଣ କରାଯାଇଛି । ଏହା ଦେଶରେ ପ୍ରଥମ । ସେହିଭଳି ତୃଣମୂଳସ୍ତରରେ ସ୍ୱଳ୍ପ ମିଆଦୀ ଋଣ ସେବା ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ ୧୪୫୧ ଟି ନୂତନ ପାକସ୍ ସଂଗଠିତ କରାଯାଇଛି ।

– କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟର ଅନଲାଇନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ୬୬ଟି ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ପ୍ଲାଟଫର୍ମରେ ସ୍ଥାନିତ କରାଯାଇଛି । ଏଥିରେ ଏଫପିଓମାନଙ୍କୁ ପଞ୍ଜିକରଣ କରାଯାଇଛି । ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଗ୍ରହଣ କରିଛି । ଆନ୍ତ-ମଣ୍ଡି ବାଣିଜ୍ୟ କାରବାରର ପରିମାଣରେ ପ୍ରଭୂତ ବୃଦ୍ଧି ଘଟି ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି ।

-ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ହାନିର ସୁରକ୍ଷା ପାଇଁ ସରକାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ୨୦୨୧-୨୨ ବର୍ଷ ପାଇଁ ୩୧.୯୩ ଲକ୍ଷ ଚାଷୀଙ୍କୁ ୧୧୬୬.୦୨ କୋଟି ଟଙ୍କାର ବୀମାଅର୍ଥ ପ୍ରଦାନ କରାଯାଇଛି । ୨୦୨୩-୨୪ ବର୍ଷରୁ ଏହି ଯୋଜନାରେ ଉନ୍ନତିକରଣ ପୂର୍ବକ ଅଧିକ ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଓ ଚାଷୀଙ୍କୁ ପ୍ରିମିୟମ ଦେୟମୁକ୍ତ କରିବା ପାଇଁ ଯୋଜନା ରହିଛି ।

Previous Post

୩ ନୂଆ ମନ୍ତ୍ରୀଙ୍କୁ ମିଳିଲା ବିଭାଗ

Next Post

ସୁଶାନ୍ତ ମନ୍ତ୍ରୀ ନହେବାରୁ ସମର୍ଥକ ଖପ୍ପା

Next Post
ସୁଶାନ୍ତ ମନ୍ତ୍ରୀ ନହେବାରୁ ସମର୍ଥକ ଖପ୍ପା

ସୁଶାନ୍ତ ମନ୍ତ୍ରୀ ନହେବାରୁ ସମର୍ଥକ ଖପ୍ପା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3329 shares
    Share 1332 Tweet 832
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2183 shares
    Share 873 Tweet 546
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2076 shares
    Share 830 Tweet 519
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2043 shares
    Share 817 Tweet 511
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1930 shares
    Share 772 Tweet 483

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA