Wednesday, April 22, 2026 09:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁଶାନ୍ତ ମନ୍ତ୍ରୀ ନହେବାରୁ ସମର୍ଥକ ଖପ୍ପା

ମୋର କିଛି ଅସନ୍ତୋଷ ନାହିଁ: ସୁଶାନ୍ତ

by Our Correspondent
22 May, 2023- 08:29 PM
in Latest News
1 min read
0
ସୁଶାନ୍ତ ମନ୍ତ୍ରୀ ନହେବାରୁ ସମର୍ଥକ ଖପ୍ପା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂହ ପୁଣି ମନ୍ତ୍ରିମଣ୍ଡଳକୁ ଫେରିବେ ବୋଲି ତାଙ୍କ ସମର୍ଥକମାନେ ଆଶା ବାନ୍ଧିଥିଲେ । ସମ୍ଭାବ୍ୟ ମନ୍ତ୍ରୀ ଭାବେ ତାଙ୍କ ନାଁ ଗଣମାଧ୍ୟମରେ ଚର୍ଚ୍ଚା ଦେଖି ସମର୍ଥକମାନେ ଖୁସିରେ ଡେଇଁଥିଲେ । କିଛି ସମର୍ଥକ ଆଗୁଆ ମିଠା ବି ବାଣ୍ଟିଦେଇଥିଲେ । ବିଭିନ୍ନ ହ୍ୱାଟସ୍ ଆପ୍ ଗ୍ରୁପ୍ ରେ ପରଷ୍ପରକୁ ଆଗୁଆ ଶୁଭେଚ୍ଛା ବାର୍ତ୍ତା ଦେଇ ଚାଲିଥିଲେ । ମାତ୍ର ସେମାନଙ୍କର ଏହି ଖୁସି ପାଣି ଫୋଟକା ଭଳି ମିଳେଇ ଯାଇଛି । ନୂଆ ମନ୍ତ୍ରୀ ତାଲିକାରେ ସୁଶାନ୍ତଙ୍କ ନାଁ ନ ଦେଖି ସମର୍ଥକମାନେ ଖପ୍ପା ହୋଇଛନ୍ତି । ଆଗକୁ ସମୂହ ଇସ୍ତଫା ଦେବୁ ବୋଲି ଡ଼ରାଇଛନ୍ତି ।

ସୁଶାନ୍ତଙ୍କୁ ମନ୍ତ୍ରିପଦ ନ ମିଳିବାର କ୍ଷୋଭକୁ ଗଣମାଧ୍ୟମରେ ଖୋଲିଛନ୍ତି ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଏବଂ ଛାତ୍ର ବିଜେଡି ସଭାପତି କରନ୍ ସିକନ୍ଦର । ସୁଶାନ୍ତ ମନ୍ତ୍ରୀ ପଦ ପାଇବେ ବୋଲି ଆମେ ପଶ୍ଚିମ ଓଡ଼ିଶାବାସୀ ଆଶାବାଦୀ ଥିଲୁ । ମାତ୍ର ଆମେ ସମସ୍ତେ ନିରାଶ ହୋଇଛୁ । ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ବୋଲି ସେମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ।

ସେପଟେ ସୁଶାନ୍ତ ଏହା ଉପରେ ମୁହଁ ଖୋଲି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଓ ଦଳୀୟ ଶୃଙ୍ଖଳାକୁ ସମ୍ମାନ ଦେଇଛନ୍ତି । ବ୍ୟକ୍ତିଗତ ଭାବେ ତାଙ୍କର କିଛି ଅସନ୍ତୋଷ ନାହିଁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଆମ ଉପରେ ସବୁବେଳେ ରହିଛି । କିଏ କେଉଁଠି ଅସନ୍ତୁଷ୍ଟ ଥିବ, ମୁଁ ଜାଣିନି । ଯିଏ ମୋ ପାଖକୁ ଆସୁଥିଲେ ତାଙ୍କୁ ବୁଝାଇ ଦେଇଛି । ଆମର କାମ ଦରକାର । ମୁଖ୍ୟମନ୍ତ୍ରୀ ଆମ କାମ କରିଦେଉଛନ୍ତି ବୋଲି ସେମାନଙ୍କୁ ବୁଝାଇଥିବା ସୁଶାନ୍ତ ସଫେଇ ଦେଇଛନ୍ତି ।

ସୂଚନାଯୋଗ୍ୟ, ଭଟଲିରୁ ପ୍ରତିନିଧିତ୍ୱ କରୁଥିବା ସୁଶାନ୍ତ ସିଂହ ବିଜେଡିର ଜଣେ ଟାଣୁଆ ସଂଗଠକ । କେବଳ ବରଗଡ଼ ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାରେ ତାଙ୍କର ଦବଦବା ରହିଛି । ସାଂଗଠନିକ ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁରସ୍କୃତ ମଧ୍ୟ କରି ଆସିଛନ୍ତି । ବିଜେଡି ସରକାରର ଚତୁର୍ଥ ପାଳି ଓ ପଞ୍ଚମ ପାଳିର ପ୍ରଥମ ତିନିବର୍ଷ ସୁଶାନ୍ତ ସିଂହ ମନ୍ତ୍ରୀ ଥିଲେ । ପଞ୍ଚମ ପାଳିରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ଏଥିସହ ଦୁଇ ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ପାଇଥିଲେ ।

ଉପରକୁ ସବୁ ଠିକଠାକ୍ ଥିଲା ବେଳେ ଗତ ଜୁନ୍ ମାସରେ ମନ୍ତ୍ରିମଣ୍ଡଳ ନବକଳେବରରେ ସୁଶାନ୍ତ ବାଦ୍ ପଡ଼ିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅନ୍ୟ ମନ୍ତ୍ରୀମାନଙ୍କ ବାଦ୍ ପଛରେ ଯଥେଷ୍ଟ କାରଣ ଥିଲେ ମଧ୍ୟ ସୁଶାନ୍ତଙ୍କ କ୍ଷେତ୍ରରେ ସେଭଳି ଯଥାର୍ଥ କାରଣ ଜଣାପଡ଼ି ନ ଥିଲା । ଅପରପକ୍ଷରେ, ଜିଲ୍ଲାରେ ତାଙ୍କ ବିରୋଧୀ ରୀତା ସାହୁଙ୍କୁ ମନ୍ତ୍ରୀ କରାଯାଇଥିଲା । ସୁଶାନ୍ତ ସେଥିରେ କ୍ଷୁବ୍ଧ ହୋଇଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ ମନ ବୁଝେଇ ଦେଇଥିଲେ । ସାଂଗଠନିକ କାର୍ଯ୍ୟରେ ଏହାର ପ୍ରଭାବ ପଡ଼ିବାକୁ ଦେଇ ନ ଥିଲେ ।

ତେବେ ମନ୍ତ୍ରିମଣ୍ଡଳର ଦ୍ୱିତୀୟ ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ନିଷ୍ପତ୍ତି ପରେ ସୁଶାନ୍ତ ସିଂହ ପୁଣି ମନ୍ତ୍ରିମଣ୍ଡଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ବିଭିନ୍ନ ଗଣମାଧ୍ୟମ ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଥିଲେ । ଖାସ୍ କରି କିଶୋର ମହାନ୍ତି ଓ ନବ ଦାସଙ୍କ ବିୟୋଗ ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶାରେ ସୃଷ୍ଟି ହୋଇଥିବା ସାଂଗଠନିକ ନେତୃତ୍ୱର ଶୂନ୍ୟସ୍ଥାନ ସୁଶାନ୍ତ ହିଁ ପୂରଣ କରିପାରିବେ ଏବଂ ତାଙ୍କୁ ମନ୍ତ୍ରୀ ପଦ ଫେରାଇ ଦିଆଯିବ ବୋଲି ସମର୍ଥକମାନଙ୍କ ମଧ୍ୟରେ ଦୃଢ଼ ଧାରଣା ସୃଷ୍ଟି ହୋଇଥିଲା ।

ମାତ୍ର ତାହା ହେଲା ନାହିଁ । ପଶ୍ଚିମ ଓଡ଼ିଶାରୁ ସାରଦା ନାୟକଙ୍କୁ ମନ୍ତ୍ରୀ କରାଯାଇ ଭିନ୍ନ ବାର୍ତ୍ତା ଦିଆଯାଇଛି । ସେହିଭଳି ରୀତା ସାହୁଙ୍କ ମନ୍ତ୍ରୀ ପଦ ବଜାୟ ରହିବା ସୁଶାନ୍ତ ସମର୍ଥକମାନଙ୍କ ରାଗକୁ ଆହୁରି ବଢ଼ାଇ ଦେଇଛି । ସାରଦାଙ୍କୁ ମନ୍ତ୍ରୀ କରି ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶାରେ ବିଜେଡିକୁ ଅଧିକ ସଶକ୍ତ କରିବାକୁ ଦଳ ଯୋଜନା କରିଥିବା ବେଳେ ସୁଶାନ୍ତ ସମର୍ଥକଙ୍କ କ୍ଷୋଭ ଓ ଅସନ୍ତୋଷ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଯେଉଁ ନ୍ୟାୟରେ ସୁଦାମ ମାର୍ଣ୍ଡିଙ୍କୁ ଫେରାଇ ଅଣାଗଲା, ସୁଶାନ୍ତଙ୍କ ପାଇଁ ସେହି ନ୍ୟାୟ କାହିଁକି ଲାଗୁ ହେଲାନି ବୋଲି ସମର୍ଥକମାନେ ପ୍ରଶ୍ନ କରି ଅସନ୍ତୋଷ ଝାଡ଼ିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ହାଇକମାଣ୍ଡ ଏହି ଅସନ୍ତୋଷକୁ କେମିତି ପ୍ରଶମିତ କରୁଛନ୍ତି ତାହା ଆଗକୁ ଜଣାପଡ଼ିବ ।

Previous Post

ଚଳିତବର୍ଷରୁ ସରକାର ଦେବେ ଫସଲବୀମା ପ୍ରିମିୟମ୍

Next Post

ଈଶିତା କିଶୋର ଆଇଏଏସ୍ ଟପ୍ପର

Next Post
ଈଶିତା କିଶୋର ଆଇଏଏସ୍ ଟପ୍ପର

ଈଶିତା କିଶୋର ଆଇଏଏସ୍ ଟପ୍ପର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA