ଭୁୁବନେଶ୍ୱର: ପ୍ରଦୀପ ମହାରଥୀଙ୍କ ଉତ୍ତରାଧିକାରୀ ଭାବେ ପିପିଲିରୁ ଉପନିର୍ବାଚନ ଲଢ଼ିବେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ସବୁ ଦ୍ୱନ୍ଦ, କଳ୍ପନାଜଳ୍ପନାର ଅବସାନ ଘଟାଇ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି । ପିପିଲି ଆସନରୁ ପ୍ରାର୍ଥୀ ହେବା ପାଇଁ ମହାରଥୀ ପରିବାରର ମାଆ ଓ ପୁଅ ଆଗ୍ରହୀ ଥିବାରୁ ନବୀନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ତେବେ ଦଳୀୟ ନେତାଙ୍କ ସହ ବ୍ୟାପକ ବିଚାର ବିମର୍ଷ ପରେ ରୁଦ୍ରଙ୍କ ମୁଣ୍ଡରେ ଆର୍ଶିବାଦ ଢ଼ାଳିଛନ୍ତି ନବୀନ ।








