ପ୍ରତୀକ ସିଂ ଭୁବନେଶ୍ୱର, ପିନାକ୍ ମିଶ୍ର କଟକ ଡିସିପି
ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ରାଜ୍ୟ ସରକାର ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି । ୧୯୯୪ ବ୍ୟାଚ୍ ର ଅଧିକାରୀ କ୍ରାଇବ୍ରାଞ୍ଚ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ତାଙ୍କ ଜାଗାକୁ ଆସିଛନ୍ତି ୧୯୯୬ ବ୍ୟାଚ୍ ଅଧିକାରୀ ଅରୁଣ ବୋଥ୍ରା । ପରିବହନ କମିସନର ଭାବେ ସେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ପୂର୍ବରୁ ଶ୍ରୀ ବୋଥ୍ରା କ୍ରାଇମବ୍ରାଞ୍ଚ ଦାୟିତ୍ୱ ତୁଲାଇଥିଲେ ।
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଦ୍ୱୈତନଗରୀର ଅତିରିକ୍ତ ପୁଲିସ କମିସନର ଭାବେ ଅବସ୍ଥାପିତ ହୋଇଛନ୍ତି । ଭୁବନେଶ୍ୱରର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂହ । ଶ୍ରୀ ସିଂହଙ୍କ ଜାଗାରେ କଟକ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି ବ୍ରହ୍ମପୁର ଏସପି ପିନାକ୍ ମିଶ୍ର ।
ବଦଳି ତାଲିକାରେ ୧୬ ଆଇପିଏସ୍ ଏବଂ ଜଣେ ଓପିଏସ୍ ଅଧିକାରୀ ଅଛନ୍ତି । ବରଗଡ଼, ଝାରସୁଗୁଡ଼ା, ବ୍ରହ୍ମପୁର, ଖୋର୍ଦ୍ଧା, ନବରଙ୍ଗପୁର, କଳାହାଣ୍ଡି ଏବଂ ନୟାଗଡ଼ ଜିଲ୍ଲାରେ ନୂଆ ଏସପି ନିଯୁକ୍ତି ପାଇଛନ୍ତି ।
ଡ. ମନୋଜ କୁମାର ଛାବ୍ରା- ଡିଜି, ଜେଲ୍ ବିଭାଗ
ସନ୍ତୋଷ କୁମାର ଉପାଧ୍ୟାୟ- ଡିଜି, ଅଗ୍ନିଶମ ସେବା ଏବଂ ହୋମଗାର୍ଡ
ସଞ୍ଜୀବ ପଣ୍ଡା- ଗୁଇନ୍ଦା ନିର୍ଦ୍ଦେଶକ, ଓଏସପିଏଚ ଆଣ୍ଡ ଡବ୍ଲୁସି(ଅତିରିକ୍ତ)
ଅରୁଣ ବୋଥ୍ରା- ଅତିରିକ୍ତ ଡିଜି, କ୍ରାଇମବ୍ରାଞ୍ଚ ଏବଂ ପରିବହନ କମିସନର(ଅତିରିକ୍ତ)
ଗଜଭିୟେ ଏସ.କେ.ଇଶୱାର୍ଦ୍ଦଶ- ଆଇଜି, କମ୍ୟୁନିକେସନ୍
ସଫିନ୍ ଅହମ୍ମଦ- ଆଇଜି, ଏଚଆରପିସି
ଡ. ଉମାଶଙ୍କର ଦାଶ- ଅତିରିକ୍ତ ପୁଲିସ କମିସନର(ଭୁବନେଶ୍ୱର-କଟକ)
ନୀତି ଶେଖର-ଡିଆଇଜି, ଡବ୍ଲୁଆର, ରାଉରକେଲା
ପିନାକ୍ ମିଶ୍ର- ଡିସିପି, କଟକ
ପରମର ସ୍ମିତ୍ ପରର୍ଷୋତ୍ତମଦସ- ଏସପି, ବରଗଡ଼
ପ୍ରତୀକ ସିଂହ-ଡିସିପି, ଭୁବନେଶ୍ୱର
ରାହୁଲ ଜୈନ୍- ଏସପି, ଝାରସୁଗୁଡ଼ା
ଶର୍ବଣା ବିବେକ ଏମ- ଏସପି, ବ୍ରହ୍ମପୁର
ସିଦ୍ଧାର୍ଥ କାଟାରିଆ-ଏସପି, ଖୋର୍ଦ୍ଧା
ଏସ. ସୁଶ୍ରୀ-ଏସପି, ନବରଙ୍ଗପୁର
ଅଭିଳାଷ ଜି- ଏସପି, କଳାହାଣ୍ଡି
ଅଲେଖ ପହି- ଏସପି, ନୟାଗଡ଼