Saturday, August 29, 2026 09:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସମ୍ ହସ୍ପିଟାଲରେ ୭ ବର୍ଷ ଶିଶୁକନ୍ୟାର ସଫଳ ହୃଦ ଅସ୍ତ୍ରୋପଚାର

by Our Correspondent
27 Apr, 2022- 10:22 PM
in Health, News
1 min read
0
ସମ୍ ହସ୍ପିଟାଲରେ ୭ ବର୍ଷ ଶିଶୁକନ୍ୟାର ସଫଳ ହୃଦ ଅସ୍ତ୍ରୋପଚାର

ଭୁବନେଶ୍ୱର : ଜନ୍ମଗତ ହୃଦଜନିତ ତ୍ରୁଟି ଥିବା ଏକ ୭ ବର୍ଷର ଶିଶୁ କନ୍ୟାକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ କରିପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର । ଏହି ଶିଶୁ କନ୍ୟାଟିର ଜନ୍ମରୁ ହାର୍ଟରେ ଏକ ଛିଦ୍ର ରହିଥିବା ବେଳେ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିଲା । ତେବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଡ଼ାକ୍ତରଙ୍କ ପ୍ରଚେଷ୍ଟା ଓ ଚିକିତ୍ସା ଓ ଅସ୍ତ୍ରୋପଚାର ଦ୍ୱାରା ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି ।

କେନ୍ଦୁଝର ଅଂଚଳର ଏହି ଶିଶୁଟିର ଜଟିଳ ହୃଦ ସମସ୍ୟା ଥିବା ଯୋଗୁ ସେ ଠିକ୍ ଭାବେ ସେ ତାର ଖାଦ୍ୟ ଗ୍ରହଣ କରି ପାରୁନଥିଲା, ତାର ଓଜନ ଖୁବ୍ କମ୍ ଥିଲା ଏବଂ ସେ କୌଣସି ଶାରିରୀକ କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ହୋଇପାରୁନଥିଲା । ତାର ପିତାମାତା ଅନେକ ହସ୍ପିଟାଲରୁ ନିରାଶ ହେବା ପରେ ଶେଷରେ ସମ୍ ହସ୍ପିଟାଲ ଆସିଥିଲେ । ଏଠାରେ ପ୍ରଥମେ କାର୍ଡିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର କୁମାର ଗୌରବ ଚିକିତ୍ସା ଆରମ୍ଭ କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ । ପରୀକ୍ଷାରୁ ଝିଅଟିରେ ହାର୍ଟରେ ଛିଦ୍ର ଅର୍ଥାତ୍ ଭେଂଟ୍ରିକୁଲାର ସେପ୍ଟାଲ ଡିଫେକ୍ଟ (ଭିଟିଏସ) ଥିବା ସହ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିବାର ଜାଣିବାକୁ ପାଇଥିଲେ । ଏହି ସମସ୍ୟା ଯୋଗୁ ତାର ଶରୀରରେ ଅମ୍ଳଜାନ ସ୍ତର ମାତ୍ର ୬୦-୬୫ ରହୁଥିଲା ବୋଲି ଡ଼ାକ୍ତର କୁମାର ଗୌରବ କହିଛନ୍ତି ।

ଶିଶୁଟିର ଅବସ୍ଥା ସଂକଟାପନ୍ନ ଦେଖି ସେ ତୁରନ୍ତ କାର୍ଡିଓଲୋଜି ବିଭାଗର ସିଟିବିଏସ ସର୍ଜନ ଡ଼ାକ୍ତର ସଂଗ୍ରାମ କେଶରୀ ବେହେରାଙ୍କ ନିକଟକୁ ପଠାଇଥିଲେ । ଡାକ୍ତର ବେହେରା ଓ ତାଙ୍କ ଟିମ୍ ତୁରନ୍ତ ଶିଶୁର ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇଥିଲେ । ଏହି ବିରଳ ଅସ୍ତ୍ରୋପଚାର ଦ୍ୱାରା ତା ହାର୍ଟରେ ଥିବା ଛିଦ୍ରଟିକୁ ବନ୍ଦ କରିଦେବା ସହ ଫୁସଫୁସକୁ ସ୍ୱଚ୍ଛ ରକ୍ତ ସଂଚାଳନ କରୁଥିବା ଧମନୀ, ଯାହାକି ବନ୍ଦ ହୋଇଯାଇଥିଲା ସେ ରାସ୍ତାକୁ ସଫା କରିବା ସହ ଉନ୍ମୁକ୍ତ କରିଦେଇଥିଲେ, ଯାହା ଫଳରେ ଶିଶୁଟି ନିଶ୍ୱାସ ନେବାରେ ଆଉ କୌଣସି ସମସ୍ୟା ହୋଇ ପାରିନଥିଲା ଏବଂ ସେ ସୁସ୍ଥ ହୋଇପାରିଥିଲା । ତାର ଅମ୍ଳଜାନ ସ୍ତର ମଧ୍ୟ ୧୦୦ ପ୍ରତିଶତ ହୋଇପାରିଛି ବୋଲି ଅପରେସନ କରିଥିବା ଡ଼ାକ୍ତର ସଂଗ୍ରାମ କେଶରୀ ବେହେରା କହିଛନ୍ତି ।

ବର୍ତମାନ ଶିଶୁଟି ସୁସ୍ଥ ଅଛି ଏବଂ ଖୁବ୍ ଶିଘ୍ର ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ ହୋଇଯିବ ବୋଲି ମଙ୍ଗଳବାର ସମ୍ ହସ୍ପିଟାଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଡିଓଲୋଜି ବିଭାଗର ଡାକ୍ତର କୁମାର ଗୌରବ, ଡାକ୍ତର ସଂଗ୍ରାମ କେଶରୀ ବେହେରା, ଡ଼ାକ୍ତର ଦେବସ୍ମିତା ରଥ ଓ ଡ଼ାକ୍ତର ଅନୁସ୍ପନ୍ଦନା ମହାପାତ୍ର ସୂଚନା ଦେଇଛନ୍ତି ।
ଶିଶୁଟିର ଜନ୍ମରୁ ଏଭଳି ସମସ୍ୟା ଥିବାବେଳେ ଏବେ ସମ୍ ହସ୍ପିଟାଲର ଡାକ୍ତରଙ୍କ ଯୋଗୁଁ ସେ ସୁସ୍ଥ ହୋଇପାରିଛି ବୋଲି ତାର ବାପା-ମା କହିଛନ୍ତି । ତେବେ ଏଭଳି ଜନ୍ମଗତ ହୃଦ ସମସ୍ୟା ଥିବା ଶିଶୁଙ୍କର ଏକ ବର୍ଷ ମଧ୍ୟରେ ଅପରେସନ କରାଇଦେବା ଉଚିତ ବୋଲି ଡ଼ାକ୍ତର ଦେବସ୍ମିତା ରଥ କହିଛନ୍ତି ।

ସମ୍ ହସ୍ପିଟାଲରେ ଏକ ପେଡିଆଟ୍ରିକ୍ କାର୍ଡିଓଲୋଜି ୟୁନିଟ୍ ଖୋଲାଯାଇଥିବାବେଳେ ଡାକ୍ତର ଗୌରବ, ଡ଼ାକ୍ତର ବେହେରା, ଡ଼ାକ୍ତର ରଥ, ଡ଼ା ଅନୁସ୍ପନ୍ଦନା ମହାପାତ୍ର ଓ କାର୍ଡିଆକ ଆନେସ୍ଥେଟିଷ୍ଟ ଡ଼ାକ୍ତର ସୁଶାନ୍ତ ଭୋଇଙ୍କ ସମେତ ୨୦ ଜଣଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ଏଭଳି ବିରଳ ଓ ଜଟିଳ ହୃଦ ସମସ୍ୟାର ସଫଳ ଅସ୍ତ୍ରୋପଚାର କରାଯାଉଥିବା ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି ।

Previous Post

କିମସ୍ ରେ ଯୋଗଦେଲେ ଦୁଇ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଡାକ୍ତର

Next Post

ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା, ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ

Next Post
ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା, ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ

ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା, ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA