Thursday, April 30, 2026 08:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିଆଁରେ ଘିଅ ଢ଼ାଳିଲେ ଶଙ୍କରାଚାର୍ଯ୍ୟ

ପ୍ରକଳ୍ପ ପାଇଁ ସହଯୋଗ ମାଗିଲା ବିଜେଡି

by Our Correspondent
25 May, 2022- 07:31 PM
in Latest News, News
1 min read
0
ନିଆଁରେ ଘିଅ ଢ଼ାଳିଲେ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶହ ଶହ ବର୍ଷର ପୁରାତନ ମଠ ବର୍ଷେ ହେଲା ମାଟିରେ ମିଶିଗଲାଣି । ବିନା ବିରୋଧରେ ଶହ ଶହ ଦୋକାନ ଘର କେବେଠୁ ଉଚ୍ଛେଦ ସରିଲାଣି । ଏବେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ଅର୍ଥାତ ନେଡ଼ି ଗୁଡ କହୁଣୀକୁ ବୋହିସାରିଛି । ଆଉ ଏତିକିବେଳେ ବିକାଶ ଯୋଜନାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ । ଏଏସଆଇ କି ଏନଏମଏ ଅନୁମୋଦନ ପ୍ରସଙ୍ଗ ଭିତରକୁ ନ ଯାଇ ସିଧାସଳଖ ପୁରୀରେ ବିକାଶ ନାଁରେ ଚାଲିଥିବା କାର୍ଯ୍ୟକୁ ସେ ନାପସନ୍ଦ କରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଗତକାଲି ଗୋବର୍ଦ୍ଧନ ମଠ ପରିସରରେ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗବେଷକ, ସଂଗଠକ ଓ ଐତିହ୍ୟ ବିଶାରଦମାନଙ୍କୁ ନେଇ ଦୀର୍ଘ ୫ ଘଣ୍ଟା କାଳ ଅଲୋଚନା ହୋଇଥିଲା । ସବୁବର୍ଗର ଲୋକଙ୍କଠାରୁ ଶୁଣିବା ପରେ ଶଙ୍କରାଚାର୍ଯ୍ୟ ଆଜି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ।

ସେଥିରେ କହିଛନ୍ତି, ପୁରୀରେ ବିକାଶ ନାଁରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି । ଆମେ ବିକାଶ ଚାହୁଁଛୁ ମାତ୍ର ଅସ୍ଥିତ୍ୱ ବିଲୋପର ପକ୍ଷରେ ନାହୁଁ । ପ୍ରଶସ୍ତ ମାର୍ଗ ନାଁରେ ମଠଗୁଡ଼ିକୁ ଭାଙ୍ଗି ଦିଆଗଲା । ଦେବୀ ଦେବତା ମନ୍ଦିର ବି ବିଲୁପ୍ତ କରିଦିଆଯାଉଛି । ପୁରୀ ହେଉଛି ଧାର୍ମିକ ରାଜଧାନୀ । ଏହାକୁ ବିକୃତ ଓ ବିଲୁପ୍ତ କରା ନ ଯାଉ । ମାର୍ଗ ପ୍ରଶସ୍ତ ନାଁରେ ପ୍ରଦର୍ଶନ ସ୍ଥଳୀ ପିକନିକ୍ ସ୍ଥଳୀ କରିବା ଠିକ୍ ନୁହେଁ । ଶାସନତନ୍ତ୍ର ଲୋକମତକୁ ନେଇ ବଳଶାଳୀ ଭାବିବା ଉଚିତ ନୁହେଁ । ତପସ୍ଥଳୀକୁ ଭୋଗସ୍ଥଳୀ ସୁର-ସୁନ୍ଦରୀଙ୍କ ସ୍ଥାନ କଲେ ଦେବୀ ଦେବତା କୋପ କରିବେ । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋ କଥାକୁ ଅନୁଧ୍ୟାନ କରନ୍ତୁ । ମଠ ଭଙ୍ଗା ପାଇଁ ଦୁଃଖ ପ୍ରକାଶ କରନ୍ତୁ । ଭବିଷ୍ୟତରେ ଆଉ ନ କରନ୍ତୁ ।

ରାଜ୍ୟ ସରକାରଙ୍କ ଉପରେ ଶଙ୍କରାଚାର୍ଯ୍ୟ ଏଭଳି ବର୍ଷିବା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି । ତେବେ ଶଙ୍କରାଚାର୍ଯ୍ୟଙ୍କ ଆଭିମୁଖ୍ୟକୁ ଅଧିକାଂଶ ସେବାୟତ କିନ୍ତୁ ଗ୍ରହଣ କରିନାହାନ୍ତି । ‘ମଠ ଭଙ୍ଗାହେଲା ବେଳେ ଆମେ ସମସ୍ତେ ଯାଇ ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ମାତ୍ର ସେ ଧ୍ୟାନ ଦେଇ ନ ଥିଲେ । ଏବେ ସବୁ ସରି ପ୍ରକଳ୍ପ କାମ ଆଗକୁ ଯିବା ବେଳେ ତାଙ୍କର ସ୍ୱର ଶୁଭୁଛି । ଏହା ଠିକ୍ ନୁହେଁ’ ବୋଲି ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି । କୌଣସି ପରିସ୍ଥିତିରେ ପ୍ରକଳ୍ପ ବନ୍ଦ ନହେଉ ବୋଲି ସେ ମତ ଦେଇଛନ୍ତି ।

ବିଜେପି ମୁଖପାତ୍ର ଡ. ଯତୀନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳ ବିକାଶକୁ ବିରୋଧ କରୁନି । ମାତ୍ର ଆଇନ ଅନୁସାରେ ନିର୍ମାଣ କାର୍ଯ୍ୟ ହେଉ । ସେ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହୁ । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ସମସ୍ତଙ୍କ ସାମନାରେ ରଖିବାକୁ ସେ ଦାବି କରିଛନ୍ତି ।

ଏହାର ଜବାବରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦିତ । ସାଧାରଣ ଜନତା ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ୍ ଡୋମେନରେ ରଖାଯାଇଥିଲା । ଏହାପରେ ଯାଇ ପରିଚାଳନା କମିଟି ଦ୍ୱାରା ଯୋଜନା ଅନୁମୋଦିତ ହୋଇଥିଲା । ରାଜ୍ୟ ସରକାର ଯୋଜନାକୁ ଓଡ଼ିଶା ବିଧାନସଭାକୁ ଆଣିଥିଲେ । ସମସ୍ତ ବିଧାୟକଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା ।

ଯୋଜନା ଅନୁମୋଦନ ପାଇଁ ଏନଏମଏକୁ ପଠାଯାଇଥିଲା ଏବଂ ଏନଏମଏ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ଏହାପରେ ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ଏହି ସମାରୋହ ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହାପରେ ଯାଇ କାମ ଆରମ୍ଭ ହେଲା ।

ଏଏସଆଇର କିଛି ପରାମର୍ଶକୁ ଗ୍ରହଣ କରାଯାଇ ଯୋଜନାରେ ସଂଶୋଧନ କରାଯାଇଥିଲା ବୋଲି ମଧ୍ୟ ବିଜେଡ଼ି ମୁଖପାତ୍ର କହିଛନ୍ତି । ରାଜ୍ୟ ସରକାର ସମସ୍ତଙ୍କ ସ୍ୱୀକୃତିରେ କାମ ଆରମ୍ଭ କରିଥିବାରୁ ଏଥିରେ ପ୍ରତିବନ୍ଧକ ସୃଷ୍ଟି ନ କରିବାକୁ ଅନୁରୋଧ କରିଛନ୍ତି । ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ପରିକ୍ରମା ପ୍ରକଳ୍ପକୁ ସମର୍ଥନ ପାଇଁ ସେ ସହଯୋଗ କାମନା କରିଛନ୍ତି ।

Previous Post

କଂଗ୍ରେସ ଛାଡ଼ିଲେ କପିଲ ସିବଲ୍

Next Post

‘ମିଶନ ଶକ୍ତି’କୁ ୫ ବର୍ଷରେ ମିଳିବ ୫୦ ହଜାର କୋଟି ଋଣ

Next Post
‘ମିଶନ ଶକ୍ତି’କୁ ୫ ବର୍ଷରେ ମିଳିବ ୫୦ ହଜାର କୋଟି ଋଣ

'ମିଶନ ଶକ୍ତି'କୁ ୫ ବର୍ଷରେ ମିଳିବ ୫୦ ହଜାର କୋଟି ଋଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA