Sunday, June 28, 2026 11:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ କେବେ?

ରାଜ୍ୟସଭାରେ ଉଠାଇଲେ ସସ୍ମିତ ପାତ୍ର

by Our Correspondent
02 Aug, 2023- 08:46 PM
in Latest News, News
1 min read
0
‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ କେବେ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବିକୁ ସଂସଦରେ ପୁଣି ଉଠାଇଛି ବିଜୁ ଜନତା ଦଳ । ଆଜି ରାଜ୍ୟସଭାର ଶୂନ୍ୟକାଳରେ ଡ. ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଅବିଳମ୍ବେ ଏହା ବିଚାର କରିବାକୁ ଅନୁରୋଧ କରିଛନ୍ତି ।

ଡ. ପାତ୍ର କହିଛନ୍ତି, ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମନା କରି ଆସୁଛି । ବାରମ୍ବାର ବାତ୍ୟା, ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟୁଛି । ଏହାର ଭରଣା କରିବା ରାଜ୍ୟ ସରକାରଙ୍କ ପାଇଁ କାଠିକର ହୋଇ ଆସିଛି । ଜନଜୀବନ ସ୍ୱାଭାବିକ କରିବାକୁ ସମୟ ଲାଗୁଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସହଯୋଗର ବିଶେଷ ଆବଶ୍ୟକତା ପଡୁଛି । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଦାବି କରି ଆସୁଛନ୍ତି । ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ନୀତି ଆୟୋଗ ବୈଠକରେ ମଧ୍ୟ ଆଲୋଚନା କରିଛନ୍ତି । ମାତ୍ର ଓଡ଼ିଶାର ନ୍ୟାୟୋଚିତ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଚାଲିଛନ୍ତି ।

ସ୍ୱତନ୍ତ୍ର ଫୋକସ୍ ରାଜ୍ୟରେ କ’ଣ ସୁବିଧା ରହିବା ଦରକାର ତାହା ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଡ. ପାତ୍ର । ସାଧାରଣତଃ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ଖର୍ଚ୍ଚରେ କେନ୍ଦ୍ର ଓ ରାଜ୍ୟର ଭାଗ ୬୦:୪୦ କିମ୍ବା ୫୦:୫୦ ଅନୁପାତ ରହିଥାଏ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରସ୍ତାବ ହେଉଛି ଯେ ଯେବେ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି ସେବେଠାରୁ ୩ ବର୍ଷ ପର୍ଯ୍ୟନ୍ତ ଏହି ଭାଗିଦାର(ସେୟାରିଂ ପାର୍ଟନର) ୯୦:୧୦ ରଖାଯାଉ । ଯାହା ସ୍ୱତନ୍ତ୍ର କାଟାଗୋରି ରାଜ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଥାଏ । ଏହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଭରଣାରେ ଓଡ଼ିଶା ଭଳି ରାଜ୍ୟକୁ ସହାୟ ହୋଇପାରିବ । ନିଜର ଅଣ୍ଟା ସଳଖିବା ପାଇଁ ରାଜ୍ୟ ସମୟ ପାଇବ ଏବଂ କେନ୍ଦ୍ର ଉପରେ ମଧ୍ୟ ଆର୍ଥିକ ସହାୟତା ଚାପ ରହିବ ନାହିଁ । କେବଳ ଓଡ଼ିଶା କାହିଁକି ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ପାଇଁ ମଧ୍ୟ ଏହାର ବିଚାର କରାଯାଇପାରେ ।

ସୂଚନାଯୋଗ୍ୟ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ବା ସ୍ପେଶାଲ୍ କାଟାଗୋରି ଷ୍ଟେଟ୍ ହେଉଛି ଓଡ଼ିଶାର ଦୀର୍ଘଦିନର ଦାବି । ତେବେ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କର ସବୁ ମାନଦଣ୍ଡକୁ ଓଡ଼ିଶା ପୂରଣ କରୁନାହିଁ । ‘ଅନ୍ତର୍ଜାତୀୟ ସୀମାରେଖା’ ମାନଦଣ୍ଡଟି ଓଡ଼ିଶା ପାଇଁ ପ୍ରତିବନ୍ଧକ ରହିଛି । ଦୁର୍ଭାଗ୍ୟକୁ ପ୍ରାକୃତିକ ବିପର୍ଯ୍ୟୟକୁ ଏକ ମାନଦଣ୍ଡ ଭାବେ ରଖାଯାଇନାହିଁ । ଏହି ନ୍ୟାୟରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି । ଏହାର ବିକଳ୍ପ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବି ଉଠାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କର ଏହି ଦାବିକୁ ଯଥାର୍ଥ ବୋଲି ଡ. ପାତ୍ର ରାଜ୍ୟସଭାରେ ପୁନର୍ବାର ଦର୍ଶାଇବା ସହ କେନ୍ଦ୍ର ସରକାର ଅବିଳମ୍ବେ ଏହା ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ।

Previous Post

‘The Sea & Seven Villages’ ସିନେମାକୁ ଆଉ ଏକ ସଫଳତା

Next Post

ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡରେ ଆଉ ୫୦ ବର୍ଗ ସାମିଲ

Next Post
ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡରେ ଆଉ ୫୦ ବର୍ଗ ସାମିଲ

ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡରେ ଆଉ ୫୦ ବର୍ଗ ସାମିଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA