Sunday, August 9, 2026 10:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘The Sea & Seven Villages’ ସିନେମାକୁ ଆଉ ଏକ ସଫଳତା

by Our Correspondent
01 Aug, 2023- 09:18 PM
in Entertainment, Latest News, News
1 min read
0
‘The Sea & Seven Villages’ ସିନେମାକୁ ଆଉ ଏକ ସଫଳତା

ଭୁବନେଶ୍ୱର: ସୁନାମଧନ୍ୟ ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଚଳଚ୍ଚିତ୍ର “ଦ ସି ଆଣ୍ଡ ସେଭନ ଭିଲେଜେସ..”କୁ ମିଳିଛି ଆଉ ଏକ ସଫଳତା । ବିଶ୍ୱର ଦୀର୍ଘତମ ଭ୍ରାମ୍ୟମାଣ ଚଳଚିତ୍ର ମହୋତ୍ସବ *ଜାଗରଣ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାପାଇଁ ଏହି ସିନେମାଟି ମନୋନୀତ ହେଇଛି । ଏହି ଚଳଚିତ୍ର ମହୋତ୍ସବକୁ ସାରା ବିଶ୍ୱରୁ ୭୨ ଦେଶରୁ ୭୦୦୦ ଟି ସିନେମା ଆସିଥିଲା ଯେଉଁଥିରୁ ଅଳ୍ପ କେତୋଟି ବଛା ବଛା ହାତ ଗଣତି ଶ୍ରେଷ୍ଠ ସିନେମାକୁ ଏହି ମହୋତ୍ସବ ରେ ପ୍ରଦର୍ଶନ କରିବା ପାଇଁ ଜାତୀୟ ସ୍ତରର ସୁନାମଧନ୍ୟ ଜୁରୀ ମାନେ ବିବେଚନା କରିଛନ୍ତି ସେଥି ମଧ୍ୟରୁ ଓଡିଶାରୁ “ଦ ସି ଆଣ୍ଡ ସେଭନ ଭିଲେଜେସ..” ଅନ୍ୟତମ ଅଟେ ।

ସାରା ବିଶ୍ୱରେ ଭଲ ସିନେମାକୁ ପ୍ରୋତ୍ସାହନ ଦେବା ତଥା ସିନେମାର କଳାତ୍ମକ ଦୃଷ୍ଟିକୋଣକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ଜାଗରଣ ପ୍ରକାଶନ ଗ୍ରୁପ ଦ୍ୱାରା ପରିଚାଳିତ “ଜାଗରଣ ଭ୍ରାମ୍ୟମାଣ ଫିଲ୍ମ ମହୋତ୍ସବ” ସାରା ଭାରତ ବର୍ଷରେ ଏଗାରଟି ରାଜ୍ୟରେ ଦୀର୍ଘ ଶହେ ଦିନ ଧରି ବିଭିନ୍ନ ମେଟ୍ରୋ ସିଟି ମାନଙ୍କରେ ଏହି ଚଳଚିତ୍ର ମହୋତ୍ସବକୁ ଆୟୋଜନ କରିବ ।

ଜଳବାୟୁ ପରିବର୍ତ୍ତନ ଓ ବିସ୍ଥାପନକୁ ନେଇ ଶ୍ରୀଯୁକ୍ତ ଖଟୁଆଙ୍କ ନିର୍ଦ୍ଦେଶିତ ତଥା କିଟ ଏବଂ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନିବେଦିତ ତଥା କାଦମ୍ବିନୀ ମିଡିଆ ପ୍ରସ୍ତୁତ ସିନେମା “ଦ ସି ଆଣ୍ଡ ସେଭନ ଭିଲେଜେସ..” ଏହି ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି । ଯାହାର ପ୍ରଯୋଜନା କରିଛନ୍ତି ଡକ୍ଟର ଇତି ସାମନ୍ତ । ପୂର୍ବରୁ ଏହି ସିନେମାଟି ଆନ୍ତର୍ଜାତୀୟ କେରଳ ଚଳଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣିଥିଲା ।

ରିପୋର୍ଟ- ସତ୍ୟଜିତ୍ ମହାନ୍ତି

Previous Post

୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନିଯୁକ୍ତ

Next Post

‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ କେବେ?

Next Post
‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ କେବେ?

'ସ୍ୱତନ୍ତ୍ର ଫୋକସ୍ ରାଜ୍ୟ' କେବେ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA