ଭୁବନେଶ୍ୱର: ୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ
ଅନୁଗୁଳ – ସଦାଶିବ ନାୟକ
ବାଲେଶ୍ବର – ମଦନ ମୋହନ ମାଝୀ
ବଲାଙ୍ଗୀର – ବ୍ରଜମୋହନ ବିଶୋଇ
ବୌଦ୍ଦ – ଭଗବାନ କହଁର
ଢେଙ୍କାନାଳ – ସୁରେନ୍ଦ୍ର ହେମ୍ବ୍ରମ
ଯାଜପୁର – ଲମ୍ବୋଦର ମୁଣ୍ଡା
କଳାହାଣ୍ଡି – ଶିବାଜୀ ମାଝୀ
ନୂଆପଡା – ଭଗତରାମ ମାଝୀ
ସମ୍ବଲପୁର – ଶୋଭାରାମ ପ୍ରଧାନ
ଦେବଗଡ – ପାଞ୍ଜିଆ ଭୋଇ
ବରଗଡ – ସୁଶୀଳା ଭୋଇ
ଝାରସୁଗୁଡା – ମୋହନ କିଶାନ
ନୟାଗଡ – ଜାନକୀ ଦେହୁରୀ
ଗଞ୍ଜାମ – ବିଦ୍ୟାଧର ଜାନୀ
ସୂଚନାଥାଉକି, ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସମ୍ପ୍ରସାରିତ କରିଛନ୍ତି । ଏହି ପରିଷଦଗୁଡ଼ିକ ଜରିଆରେ ରାଜ୍ୟର ଜନଜାତିମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଉଛି ।