Thursday, May 21, 2026 11:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚପିଗଲା ସତପାଲ୍ ସିଂ ପରିବାର ମୃତ୍ୟୁ ରହସ୍ୟ !

୫ ସଦସ୍ୟ ନିଆଁରେ ପୋଡ଼ି ମରିବା ୭ ବର୍ଷ ପୂରିଲା

by Our Correspondent
10 Aug, 2024- 08:30 PM
in Latest News, News, Story Of The Week
1 min read
0
ଚପିଗଲା ସତପାଲ୍ ସିଂ ପରିବାର ମୃତ୍ୟୁ ରହସ୍ୟ !

ଭୁୁବନେଶ୍ୱର: ହୋଟେଲ ପଲ୍ ହାଇଟସ୍ ମାଲିକ ସତପାଲ୍ ସିଂଙ୍କ ପରିବାରର ୫ ସଦସ୍ୟଙ୍କ ରହସ୍ୟଜନକ ମୃତ୍ୟୁକୁ ୭ ବର୍ଷ ବିତିଗଲା । ମାତ୍ର ଏହି ଗଣମୃତ୍ୟୁ ପଛର ରହସ୍ୟ ଉପରୁ ପରଦା ହଟିପାରିଲା ନାହିଁ । ସତପାଲ୍ ଙ୍କ ସାନପୁଅ ପରିବାରକୁ ହତ୍ୟା କରାଯାଇଛି ବୋଲି ସାଧାରଣରେ ସନ୍ଦେହ ଉପୁଜିଥିଲେ ମଧ୍ୟ ପୁଲିସ ଦୁର୍ଘଟଣାରେ ଅଟକି ରହି କେବେଠୁ ମାମଲାରେ ଡୋରି ବାନ୍ଧିଦେଇଛି । ଭୁବନେଶ୍ୱରରେ ଏକ ଆଭିଜାତ୍ୟ ପରିବାରର ପାଞ୍ଚ ପାଞ୍ଚ ଜଣଙ୍କ ମୃତ୍ୟୁ ରହସ୍ୟ ଏଭଳି ଚପିଯିବା ଆଶ୍ଚର୍ଯ୍ୟର ବିଷୟ ହୋଇଛି ।

ଅଘଟଣ ଘଟିଥିଲା ୨୦୧୭ ଅଗଷ୍ଟ ୨ ତାରିଖ ମଧ୍ୟରାତ୍ରରେ । ସତପାଲ୍ ସିଂଙ୍କ ବୁଦେ୍ଧଶ୍ୱରୀ କଲୋନୀସ୍ଥିତ ବାସଭବନରେ ନିଆଁରେ ପୋଡି ଯାଇଥିଲେ ତାଙ୍କ ସାନପୁଅ ଗଗନ୍ ପାଲକ ସିଂ, ବୋହୁ ଭାବନା ସିଂ, ନାତି ରୁବିର ସିଂ, ନାତୁଣୀ ସୋହାବି ସିଂ ଏବଂ କେୟାର ଟେକର୍ ଖୁସି ଦାସ । ପଡୋଶୀଙ୍କ କହିବା କଥା ଥିଲା, ଭୋର୍ ୪ଟା ପାଖାପାଖି ସତପାଲ୍ ଙ୍କ ଘରୁ ହୁତୁ ହୁତୁ ନିଆଁ ଓ ଧୂଆଁ ଉଠିବାର ଦେଖିଥିଲେ । ଘରେ ପଶିବାକୁ ଉଦ୍ୟମ କରି ବିଫଳ ହେବା ପରେ ଦମକଳବାହିନୀକୁ ଖବର ଦେଇଥିଲେ । ଦମକଳବାହିନୀ ନିଆଁକୁ ଆୟତ୍ତ କରିବା ସହ ସତପାଲ୍ ଙ୍କ ସାନପୁଅ ବେଡ଼ରୁମ୍ ରୁ ପୁଅ ଓ ବୋହୁଙ୍କ ଦଗ୍ଧ ଶରୀର ଉଦ୍ଧାର କରାଯାଇଥିଲା । ଅନ୍ୟ ବେଡରୁମ୍ ରୁ ସତପାଲ୍ ଙ୍କ ନାତି, ନାତୁଣୀ ଓ କେୟାର ଟେକର୍ ଙ୍କୁ ଅର୍ଦ୍ଧଦଗ୍ଧ ଓ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ସଟ୍ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରଥମରୁ ସଫେଇ ଦିଆଗଲା । ମାତ୍ର ପାରିପାଶ୍ୱିର୍କ ସ୍ଥିତିରୁ ଏହା ଜମାରୁ ବିଶ୍ୱାସଯୋଗ୍ୟ ନ ଥିଲା । ପ୍ରାଥମିକ ତଦନ୍ତ ବେଳେ ଖୋଦ୍ ପୁଲିସ ଏହାକୁ ଗ୍ରହଣ କରି ନ ଥିଲା । ଘରର ସିସିଟିଭି ହାର୍ଡଡିସ୍କ ଟାମ୍ପରିଂ ହୋଇଥିବା ପୁଲିସ ସୁରାକ୍ ପାଇଥିଲା । ହେଲେ ଆଶ୍ଚର୍ଯ୍ୟ ଯେ ତଦନ୍ତ ଆଗକୁ ନେବା ପାଇଁ ପୁଲିସକୁ ଯଥେଷ୍ଟ ଲିଡ୍ ମିଳିଥିଲେ ମଧ୍ୟ ଅଚାନକ ସବୁ ବନ୍ଦ ହୋଇଗଲା । ସ୍ୱାଭାବିକ ଭାବେ, ଏହା ମୃତ୍ୟୁ ସନ୍ଦେହକୁ ଦୁଇଗୁଣା ବଢ଼ାଇ ଦେଇଥିଲା । ଆଜି ବି ଅନେକ ପ୍ରଶ୍ନର ଉତ୍ତର ଅସମାହିତ ରହିଗଲା ।

-ନିଆଁରେ ପୋଡି ହୋଇଯାଇଥିବା ସତପାଲ୍ ଙ୍କ ସାନପୁଅ ପରିବାର ଘରର ତୃତୀୟ ମହଲାରେ ରହୁଥିଲେ । ଦ୍ୱିତୀୟ ମହଲାରେ ବଡ଼ପୁଅ ପରିବାର ଓ ପ୍ରଥମ ମହଲାରେ ସତପାଲ୍ ଏବଂ ପତ୍ନୀ ରହୁଥିଲେ । କୁହାଗଲା, ଦ୍ୱିତୀୟ ମହଲାରେ ସର୍ଟ ସର୍କିଟ୍ ହୋଇ ତୃତୀୟ ମହଲାକୁ ନିଆଁ ବ୍ୟାପିଲା । ତେବେ ତୃତୀୟ ମହଲାରେ ରହୁଥିବା ସାନପୁଅ ପରିବାରକୁ ଏହି ନିଆଁ ଜାଳିଦେଇଥିଲା ବେଳେ ନିଆଁର ଉତ୍ସ ଦ୍ୱିତୀୟ ମହଲାରେ ଥିବା ବଡ଼ପୁଅ ପରିବାରର ଜଣଙ୍କୁ ବି ଛୁଇଁଲା ନାହିଁ । କିଭଳି?

– ନିଆଁ ଲାଗିବା ଦେଖି କୁଆଡ଼େ ବଡ଼ପୁଅ ନିଜ ସ୍ତ୍ରୀ, ପିଲାଛୁଆଙ୍କୁ ଧରି ଝରକା ବାଟେ ଘରୁ ବାହାରି ଆସି ଜୀବନ ବଞ୍ଚାଇଥିଲେ । ମାତ୍ର ସେଠୁଁ ଗଲେ କୁଆଡ଼େ? ବାପାଙ୍କୁ ଉଠାଇଥିଲେ କି? ସାନଭାଇ ପରିବାର ନିଆଁରେ ଜଳୁଥିବା ବେଳେ ସ୍ୱାଭାବିକ ପ୍ରତିକ୍ରିୟା ଥିଲା କି? ଜୀବନ ବଞ୍ଚାଇବାକୁ ପାଟିତୁଣ୍ଡ, ଧାଁଧପଡ଼ କିମ୍ବା ପଡୋଶୀଙ୍କଠାରୁ ସାହାଯ୍ୟଭିକ୍ଷା ଥିଲା କି? ଦମକଳ ଏବଂ ପୁଲିସକୁ ଖବର ଦେଇଥିଲେ କି?

-ପ୍ରଥମ ମହଲାରେ ପତ୍ନୀଙ୍କ ସହ ରହୁଥିବା ସତପାଲ୍ ସିଂ ତାଙ୍କ ଘରେ ନିଆଁ ଲାଗିଥିବା କେତେବେଳେ ଜାଣିଲେ? ନିଜେ ଦେଖିଲେ ନା ବଡ଼ପୁଅଙ୍କଠାରୁ ଖବର ପାଇଲେ ନା ପଡୋଶୀଙ୍କ ପାଟିତୁଣ୍ଡରୁ ଜାଣିଲେ? ସତପାଲ୍ ବାବୁ ଦମକଳବାହିନୀକୁ ଖବର ଦେଇଥିଲେ କି?

-ସତପାଲ୍ ଙ୍କ ଘରେ ଚାରିଆଡ଼େ ଲାଗିଥିଲା ସିସିଟିଭି କ୍ୟାମେରା । ତୃତୀୟ ମହଲାରେ ଲାଗିଥିବା ସିସିଟିଭି କ୍ୟାମେରା ଓ ହାର୍ଡଡିସ୍କ ନିଆଁରେ ପୋଡ଼ିଯାଇଥିବା କୁହାଗଲା । ତେବେ ପ୍ରଥମ ଓ ଦ୍ୱିତୀୟ ମହଲାରେ ଲାଗିଥିବା କ୍ୟାମେରା ଓ ହାର୍ଡଡିସ୍କ ଗଲା କୁଆଡେ? ପୁଲିସ ଏହା ଉପରେ ତଦନ୍ତ କଲା କି?

-ଦ୍ୱିତୀୟ ମହଲାର ହାର୍ଡଡିସ୍କ ଟାମ୍ପରିଂ କରାଯାଇଥିବା ନେଇ ପୁଲିସ ପାଖରେ ସୁରାକ୍ ଥିବା ତଦନ୍ତକାରୀ ଅଧିକାରୀ ଗଣମାଧ୍ୟମରେ କହିଥିଲେ । ତେବେ ସେହି ସୁରାକ୍ କ’ଣ ଏବଂ ତଦନ୍ତର ଫଳ କ’ଣ?

-୫ଜଣଙ୍କର ଶବ କ୍ୟାପିଟାଲ୍ ହସ୍ପିଟାଲ୍ ରେ ପୋଷ୍ଟମର୍ଟମ ହୋଇଥିଲା । ପୋଷ୍ଟମର୍ଟମ୍ କରିଥିଲେ ଡାକ୍ତର ଏଲ.କେ.ବେହେରା ଓ ଡାକ୍ତର ପୁରବୀ ମହାନ୍ତି । ହସ୍ପିଟାଲ୍ ରେ ଶବ ପୋଷ୍ଟମର୍ଟମ କରିବା ପୂର୍ବରୁ ସେମାନେ ସତପାଲ୍ ଙ୍କ ଘର ଅଗ୍ନିକାଣ୍ଡସ୍ଥଳ ବୁଲିବାକୁ ଆସିଥିଲେ । ପୋଷ୍ଟମର୍ଟମ ବିଦ୍ୟାରେ କ’ଣ ଏମିତି ଅଛି ଯେ ଶବ ବ୍ୟବଚ୍ଛେଦ ପୂର୍ବରୁ ଡାକ୍ତର ମୃତକଙ୍କ ଘରକୁ ଆସିବେ?

କମିଶନରେଟ୍ ପୁଲିସ ଏସବୁ ପ୍ରଶ୍ନ ଉପରୁ ପରଦା ହଟାଇବାକୁ ଯେ ଅକ୍ଷମ ତାହା ନୁହେଁ । ମାତ୍ର କୌଣସି ଅଦୃଶ୍ୟ କାରଣରୁ ମାମଲାକୁ ଦୁର୍ଘଟଣାର ରୂପ ଦେଇ ରଫାଦଫା କରିଦେଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଉପଯୁକ୍ତ ତଦନ୍ତ କରି ମୃତକଙ୍କୁ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି ।

ମାମଲା ସମ୍ପର୍କରେ ଜାଣିବା ପାଇଁ ଆମେ ଲକ୍ଷ୍ମୀସାଗର ଥାନା ସହ ଯୋଗାଯୋଗ କରିଥିଲୁ । ମାତ୍ର ଏହା ପୁରୁଣା ମାମଲା ବୋଲି କୁହାଯାଇଥିଲା ।

Previous Post

ପାର୍ଥିବ ଶରୀର ସ୍ଥାନାନ୍ତରଣରେ ସହଯୋଗର ହାତ ବଢ଼ାଇଲା ‘ଜୟ ଓଡ଼ିଶା’

Next Post

ବିତ୍ତିହୋତ୍ର: ଏକ ଦୁଃଖଦ ଜୀବନର ଅବସାନ

Next Post
ବିତ୍ତିହୋତ୍ର: ଏକ ଦୁଃଖଦ ଜୀବନର ଅବସାନ

ବିତ୍ତିହୋତ୍ର: ଏକ ଦୁଃଖଦ ଜୀବନର ଅବସାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA