କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ଦଣ୍ଡ
ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବନ୍ଦ କରିବାକୁ ଷଡ଼ଯନ୍ତ୍ର ରଚିଥିବା ଚକ୍ରାନ୍ତକାରୀମାନଙ୍କୁ ଲାଗିଛି ଶକ୍ତ ଧକ୍କା । ବେଆଇନ ପ୍ରକଳ୍ପ ନିର୍ମାଣ ହେଉଥିବା ଅଭିଯୋଗରେ ଦାଖଲ ଦୁଇଟି ଯାକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ କୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରକଳ୍ପ କାର୍ଯ୍ୟ ଚାଲୁ ଥିବାରୁ ଏହା ବନ୍ଦ କରିବା ଉଦ୍ୟମ ଉପରେ ଓଲଟି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । କୋର୍ଟଙ୍କ ବହୁମୂଲ୍ୟ ସମୟ ଅଯଥା ନଷ୍ଟ କରିଥିବାରୁ ଦୁଇ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ ।







