Wednesday, June 24, 2026 06:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିର ଐତିହାସିକ ବିଜୟ, ବିଜେପିର ଅମାନତ ରହିଲାନି

କଂଗ୍ରେସ ଦ୍ୱିତୀୟ, ବିଜେପି ତୃତୀୟ

by Our Correspondent
03 Jun, 2022- 02:58 PM
in Latest News, News
1 min read
0
ବିଜେଡିର ଐତିହାସିକ ବିଜୟ, ବିଜେପିର ଅମାନତ ରହିଲାନି

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ଫଳ ପ୍ରକାଶ ପାଇଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କର ଅମାନତ ଛଡ଼ିଯାଇଛି । ଶାସକ ଦଳର ଲୋକପ୍ରିୟତା ଓ ରଣକୌଶଳ ଆଗରେ ବିରୋଧୀ ଦଳ ଯେ ଫିକା, ତାହା ଏହି ଉପନିର୍ବାଚନ ଫଳ ପୁଣି ଥରେ ପ୍ରମାଣିତ କରିଛି ।

ଗତ ୩୧ ତାରିଖରେ ଅନୁଷ୍ଠିତ ବ୍ରଜରାଜନଗର ଭୋଟର ଆଜି ଗଣତି ହୋଇଥିଲା । ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିଜେପି ଓ କଂଗ୍ରେସ ପ୍ରତିଦ୍ୱନ୍ଦୀଙ୍କୁ ବହୁ ପଛରେ ପକାଇ ଦେଇଥିଲେ । ଚତୁର୍ଥ ରାଉଣ୍ଡ ଭୋଟଗଣତି ଶେଷବେଳକୁ ବିଜେଡି ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ୧୫ ହଜାର ଟପିଯାଇଥିଲା । ସମୁଦାୟ ୧୯ ରାଉଣ୍ଡ ଭୋଟଗଣତି ଶେଷକୁ ଏହି ବ୍ୟବଧାନ ୬୬ ହଜାରକୁ ଟପିଥିଲା ।

ସୂଚନା ଅନୁଯାୟୀ, ବିଜେଡି ପ୍ରାର୍ଥୀ ୯୩, ୭୯୦ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ମିଳିଛି ୨୭, ୫୬୫ ଭୋଟ । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ମିଳିଛି ୨୨, ୫୬୦ ଖଣ୍ଡ ଭୋଟ । ସମୁଦାୟ ଭୋଟ ୧, ୫୩, ୦୯୬ ର ଏକ ଷଷ୍ଠାଶଂରୁ ଏହା କମ୍ ହୋଇଥିବାରୁ ଅମାନତ ରହିନି ।

ସୂଚନାଯୋଗ୍ୟ, ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ଦିବଙ୍ଗତ ନେତା କିଶୋର ମହାନ୍ତି ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୧୧,୯୯୯ ଭୋଟରେ ପରାସ୍ତ କରିଥିଲେ । ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବିଜେଡି ପ୍ରାର୍ଥୀ ଅନୁପ ସାଏଙ୍କୁ ୬, ୭୯୦ ଭୋଟରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ମିଳିଥିଲା ୩୮, ୧୭୫ ଭୋଟ ।

Previous Post

ଶ୍ରୀମନ୍ଦିର ପ୍ରକଳ୍ପ ବିରୋଧୀଙ୍କୁ ସୁପ୍ରିମକୋର୍ଟ ଝଟକା

Next Post

୩ ରାଜ୍ୟସଭା ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ

Next Post
୩ ରାଜ୍ୟସଭା ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ

୩ ରାଜ୍ୟସଭା ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA