ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ପିଲାଙ୍କ ପାଠପଢ଼ା ସମୟରେ ପରିବର୍ତ୍ତନ କରିଛନ୍ତି । ମେ’ ୨ ତାରିଖଠାରୁ ସକାଳ ୬ ରୁ ୯ ଟା ଯାଏ କ୍ଲାସ୍ ହେବ । ତୃତୀୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନେ ଏହି ସମୟରେ ପାଠ ପଢ଼ିବେ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏହି ନିଦେ୍ର୍ଦଶନାମା ଜାରି ହୋଇଛି ।
ପୂର୍ବରୁ ରାଜ୍ୟ ସରକାର ମେ’ ମାସରୁ ସକାଳୁଆ ସ୍କୁଲ ସମୟ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତଧାର୍ଯ୍ୟ କରିଥିଲେ । ଇତିମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପ୍ରିଲ ୨୬ ତାରିଖରୁ ୩୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଥିଲା ।
ସୂଚନାଥାଉକି, ଏବର୍ଷ ଖରାଛୁଟି ମାତ୍ର ୧୧ ଦିନ ରଖିଛନ୍ତି ରାଜ୍ୟ ସରକାର । ଜୁନ୍ ୬ ରୁ ୧୬ ଯାଏ ଖରାଛୁଟି ହେବ । ତେବେ ଘରୋଇ ସ୍କୁଲଗୁଡ଼ିକ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।