Saturday, April 25, 2026 04:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଡିଓଙ୍କୁ ମାଡ଼ ମାରି ଜେଲ୍ ଗଲେ ବିଜେପି ବିଧାୟକ

by Our Correspondent
01 May, 2022- 11:10 PM
in Latest News, News
1 min read
0
ବିଡିଓଙ୍କୁ ମାଡ଼ ମାରି ଜେଲ୍ ଗଲେ ବିଜେପି ବିଧାୟକ

ଭୁବନେଶ୍ୱର: ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଜେଲ୍ ଯାଇଛନ୍ତି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଥିବା ବିଧାୟକଙ୍କୁ ଆଜି ସକାଳେ ଦେବଗଡ଼ ପୁଲିସ ଗିରଫ କରିଥିଲା । ବିଧାୟକଙ୍କ ଦୁଇ ସହଯୋଗୀ ଅକାଳୁ ଧଳ ଓ କୁମରମଣି ସାହୁ ମଧ୍ୟ ଗିରଫ ହୋଇଛନ୍ତି । ଦେବଗଡ଼ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଙ୍କ କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଆସନ୍ତା ୭ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି ହେବ ।

ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ୍ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ଓ ତାଙ୍କର ସମର୍ଥକମାନେ ପ୍ରାଣାନ୍ତକ ଆକ୍ରମଣ କରିଥିବା ଗତକାଲି ସେ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ ।

ବିଡିଓଙ୍କ ଅଭିଯୋଗ ଅନୁଯାୟୀ, ଶନିବାର ଦିନ ପୂର୍ବାହ୍ନରେ ସେ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଳିଆଗୁଡ଼ି ଗ୍ରାମକୁ ଏକ ଯୁଗ୍ମ ତଦନ୍ତରେ ଯାଇଥିଲେ । ଏହି ସମୟରେ ବିଧାୟକ ତାଙ୍କୁ ଦେଖା କରିବାକୁ ଚାହୁଁଥିବା ତାଙ୍କ ଲୋକମାନେ ବାରମ୍ବାର ଫୋନ୍ କରିଥିଲେ । ସେ କାର୍ଯ୍ୟବ୍ୟସ୍ତତା ଥିବାରୁ ପରେ ଦେଖା କରିବେ ବୋଲି କହିଥିଲେ । ଏହାର କିଛି ସମୟ ପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ୧୦ ରୁ ଅଧିକ କର୍ମୀଙ୍କୁ ସାଙ୍ଗରେ ଧରି ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ବୋଲି ବିଡିଓ ତାଙ୍କ ଏତଲାରେ ଲେଖିଛନ୍ତି । ତାଙ୍କଠାରୁ ମୋବାଇଲ୍ ଫୋନ୍, ଡାଏରି ଓ ଅନ୍ୟ ସରକାରୀ କାଗଜପତ୍ର ଲୁଟି ନେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

ବିଧାୟକ ଏହାକୁ ଖଣ୍ଡନ କରିବା ସହ ବିଡିଓଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ବିଡିଓ ତାଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ଏତଲା ଦେଇଛନ୍ତି । ଦେବଗଡ଼ ପୁଲିସ ଉଭୟଙ୍କ ଅଭିଯୋଗର ତଦନ୍ତ କରି ବିଡିଓଙ୍କ ଅଭିଯୋଗର ସତ୍ୟତାର ପ୍ରମାଣ ପାଇଥିଲା । ଶନିବାର ରାତିରେ ଭୁବନେଶ୍ୱର ଫେରି ଆସିଥିବା ବିଧାୟକଙ୍କୁ ଆଜି ସକାଳୁ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଥିଲା । ଦେବଗଡ଼ ନେବା ବାଟରେ ବିଧାୟକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅପରାହ୍ନରେ କୋର୍ଟରେ ହାଜର କରିଥିଲା ପୁଲିସ ।

ବିଧାୟକଙ୍କ ଗିରଫଦାରିର ନିନ୍ଦା ଓ ଦୃଢ଼ ପ୍ରତିବାଦ କରିଛି ବିଜେପି । ବିଧାୟକଙ୍କୁ ଗିରଫ କରାଯିବା ପଛରେ ବିଜେଡିର ସୁପରିକଳ୍ପିତ ଯୋଜନା ରହିଥିବା ଦଳର ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିବା ସହ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକ ଆଗ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ବିଡିଓଙ୍କ ଏତଲା ଉପରେ କେବଳ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିନ୍ଦା କରିଛନ୍ତି ।

ପ୍ରତିବାଦସ୍ୱରୂପ ଦଳ ପକ୍ଷରୁ ଆଜି ଦେବଗଡ଼ ଥାନା ଘେରାଉ କରାଯାଇଥିଲା । ବିଧାୟକ ମୋହନ ମାଝୀ, କୁସୁମ ଟେଟେ, ଭବାନୀ ଭୋଇ ଏବଂ ପୂର୍ବତନ ବିଧାୟକ ରବି ନାୟକ ଏହାର ନେତୃତ୍ୱ ନେଇଥିଲେ । ବିଡିଓଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଦାବି କରିଥିଲେ । ଦଳ ପକ୍ଷରୁ ସୋମବାର ଦେବଗଡ଼ ବନ୍ଦ ଡ଼ାକରା ଦିଆଯାଇଛି ।

ଅନ୍ୟପକ୍ଷରେ ବିଜେପିର ଅଭିଯୋଗର ଜବାବ ଦେଇଛି ବିଜେଡି । ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଓ ଭୟଭୀତ କରିବା ଓଡ଼ିଶାର ବିଜେପି ଜନପ୍ରତିନିଧିଙ୍କର ଅଭ୍ୟାସରେ ପରିଣତ ହୋଇଛି । ସେମାନଙ୍କ ଏଭଳି ହିଂସାକୁ ନିନ୍ଦା କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଛି । କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ମୟୁରଭଞ୍ଜ ଜିଲ୍ଲା ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣା ଜନସାଧାରଣଙ୍କ ମନରୁ ଯାଇନାହିଁ । ବିଜେଡି ସର୍ବଦା ଆଇନର ଶାସନ ସହିତ ଅଛି ଏବଂ ଆଇନକୁ ତା’ ବାଟରେ ଯିବାକୁ ଦେଇଥାଏ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Previous Post

ବଦଳିଲା ସକାଳୁଆ ସ୍କୁଲ ସମୟ

Next Post

ଅସମାନତା ହ୍ରାସ କ୍ଷେତ୍ରରେ କିଟ୍‍ ବିଶ୍ୱରେ ୮ମ

Next Post
ଅସମାନତା ହ୍ରାସ କ୍ଷେତ୍ରରେ କିଟ୍‍ ବିଶ୍ୱରେ ୮ମ

ଅସମାନତା ହ୍ରାସ କ୍ଷେତ୍ରରେ କିଟ୍‍ ବିଶ୍ୱରେ ୮ମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA