Saturday, April 25, 2026 02:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅସମାନତା ହ୍ରାସ କ୍ଷେତ୍ରରେ କିଟ୍‍ ବିଶ୍ୱରେ ୮ମ

ଇମ୍ପାକ୍‍ଟ ରାଙ୍କିଙ୍ଗ ୨୦୨୨

by Our Correspondent
01 May, 2022- 11:14 PM
in Latest News, News
1 min read
0
ଅସମାନତା ହ୍ରାସ କ୍ଷେତ୍ରରେ କିଟ୍‍ ବିଶ୍ୱରେ ୮ମ

ଭୁବନେଶ୍ୱର: ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ- ଅସମାନତା ଦୂର କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱରେ ୮ମ ସ୍ଥାନରେ ରହିଛି । ନିକଟରେ ପ୍ରକାଶ ପାଇଥିବା ଟାଇମ୍‍ସ ହାଇଅର ଏଜୁକେସନ୍‍ର ଇମ୍ପାକ୍‍ଟ ରାଙ୍କିଙ୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ରାଙ୍କ ପ୍ରଦାନ କରାଯାଇଛି ।

ପ୍ରତିବର୍ଷ ‘ଟାଇମ୍‍ସ ହାଇଅର ଏଜୁକେସନ୍‍’ ବିଶ୍ୱବିଦ୍ୟାଳୟ ରାଙ୍କ ବ୍ୟତୀତ ଅନ୍ୟାନ୍ୟ ବର୍ଗରେ ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗ କରିଥାନ୍ତି । ସେଥିମଧ୍ୟରୁ ଅନ୍ୟତମ ପ୍ରମୁଖ ହେଉଛି ଇମ୍ପାକଟ ରାଙ୍କିଙ୍ଗ । ଏଥିରେ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯ୍ୟକାରୀ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଯୋଗଦାନର ମୂଲ୍ୟାୟନ କରାଯାଇ ରାଙ୍କିଙ୍ଗ ପ୍ରଦାନ କରାଯାଇଛି । ଗବେଷଣା, ପରିଚାଳନା, ଆଉଟରିଚ୍‍ ଏବଂ ଗୁଣାତ୍ମକ ଶିକ୍ଷାଦାନ ଆଦି ମାପଦଣ୍ଡ ଆଧାରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାୟୀ ବିକାଶ ଲକ୍ଷ୍ୟ କ୍ଷେତ୍ରରେ କେତେ ଯୋଗଦାନ ରହିଛି ତାହା ମୂଲ୍ୟାୟନ କରାଯାଇ ରାଙ୍କିଙ୍ଗ ପ୍ରଦାନ କରାଯାଇଛି ।

ଚଳିତବର୍ଷ ଏହି ରାଙ୍କିଙ୍ଗରେ ଅସମାନତା ହ୍ରାସ କରିବା ପ୍ରଭାବ କ୍ଷେତ୍ରରେ ସମଗ୍ର ବିଶ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ୮ମ ସ୍ଥାନରେ ରହିଥିବା ବେଳେ ଜାତିସଂଘର ଅନ୍ୟାନ୍ୟ ବିକାଶ ଲକ୍ଷ୍ୟ ଯଥା ଗୁଣାତ୍ମକ ଶିକ୍ଷା, ଶାନ୍ତି, ନ୍ୟାୟ ଓ ପାର୍ଟନରସିପ ଆଦି କ୍ଷେତ୍ରରେ କିଟ୍‍ ୧୦୧+ ମଧ୍ୟରେ ରହିଛି । ସାମଗ୍ରିକ ଭାବେ ବିଶ୍ୱର ୧୦୬ଟି ଦେଶର ୧୫ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ୨୦୧+ ସ୍ଥାନରେ ରହିଛି । ଏହି ତାଲିକାରେ ହାତଗଣତି ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ କିଟ୍‍ ଭାରତରେ ୮ମ ସ୍ଥାନରେ ରହିଛି ।

କିଟ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି, କିଟ୍‍ ଶିକ୍ଷାଦାନ ଓ ଗବେଷଣା ସହ ଦୀର୍ଘ ୨୫ବର୍ଷ ହେଲା ସମାଜଭିତ୍ତିକ ଅନେକ କାର୍ଯ୍ୟ କରିଆସୁଛି, ଯାହାର ପରିଣାମ ସ୍ୱରୂପ ଅସମାନତା ଦୂର କରିବାରେ କିଟ୍‍କୁ ୮ମ ସ୍ଥାନ ମିଳିଛି । ଏକ ସାମାଜିକ ଦାୟିତ୍ୱବୋଧ ଭିତ୍ତିକ ବିଶ୍ୱବିଦ୍ୟାଳୟ ଭାବେ ଆରମ୍ଭରୁ ଶିକ୍ଷା ମାଧ୍ୟମରେ ସମାଜରୁ ଦାରିଦ୍ର୍ୟ ଦୂର କରିବା, ମହିଳା ସଶକ୍ତିକରଣ, ଗ୍ରାମ୍ୟ ବିକାଶ, ଜନଜାତିଙ୍କ ଉତ୍‍ଥାନ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ କିଟ୍‍ କାର୍ଯ୍ୟ କରିଆସୁଛି ।

ଏହି ସଫଳତା ପାଇଁ ଶ୍ରୀ ସାମନ୍ତ କିଟ୍‍ କୁଳାଧିପତି ପ୍ରଫେସର ବେଦ ପ୍ରକାଶ, କୁଳପତି ପ୍ରଫେସର ସସ୍ମିତା ସାମନ୍ତଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅପରପକ୍ଷରେ ଅସମାନତା ଦୂର କରିବାରେ କିଟ୍‍ ବାସ୍ତବରେ ବ୍ୟାପକ କାମ କରିଆସୁଛି ବୋଲି କିଟରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଅଧ୍ୟାପନା କରୁଥିବା ଅଧ୍ୟାପକ ଅଧ୍ୟାପିକାମାନେ ଓ କର୍ମଚାରୀମାନେ ମତ ପ୍ରକାଶ କରିଛନ୍ତି ।

Previous Post

ବିଡିଓଙ୍କୁ ମାଡ଼ ମାରି ଜେଲ୍ ଗଲେ ବିଜେପି ବିଧାୟକ

Next Post

ମେ’ ୩୧ ରେ ବ୍ରଜରାଜନଗର ଉପନିର୍ବାଚନ

Next Post
ମେ’ ୩୧ ରେ ବ୍ରଜରାଜନଗର ଉପନିର୍ବାଚନ

ମେ' ୩୧ ରେ ବ୍ରଜରାଜନଗର ଉପନିର୍ବାଚନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA