ଭୁବନେଶ୍ୱର: ଆସନ୍ତା ମେ’ ୩୧ ତାରିଖରେ ହେବ ବ୍ରଜରାଜନଗର ଉପନିର୍ବାଚନ ଭୋଟ୍ । ଜୁନ୍ ୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି ।
ଏହି ଘୋଷଣା ଅନୁଯାୟୀ, ମେ’ ୪ ତାରିଖରେ ଉପନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ମେ’ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲର ସମୟ ରଖାଯାଇଛି । ୧୨ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ୧୬ ତାରିଖ ରହିଛି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ।
ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କର ମୃତ୍ୟୁ ଯୋଗୁଁ ସେହି ଆସନ ଖାଲି ପଡ଼ିଥିଲା । ଗତ ଡିସେମ୍ବର ୩୧ ତାରିଖରେ ଶ୍ରୀ ମହାନ୍ତିଙ୍କର ଅକାଳ ବିୟୋଗ ହୋଇଥିଲା ।