Tuesday, April 28, 2026 09:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିର୍ବାଚନ କମିସନଙ୍କ କଠୋର ଆଭିମୁଖ୍ୟ

କାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ

by Our Correspondent
17 Feb, 2022- 06:30 PM
in Latest News, News
1 min read
0
ନିର୍ବାଚନ କମିସନଙ୍କ କଠୋର ଆଭିମୁଖ୍ୟ

ଭୁବନେଶ୍ୱର: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ମତଦାନ । ୩୦ଟି ଜିଲ୍ଲାର ୬୮ ଟି ବ୍ଲକର ୧୮୬ ଟି ଜିଲ୍ଲା ପରିଷଦ ଜୋନ୍, ୧୫୧୪ ଟି ଗ୍ରାମ ପଞ୍ଚାୟତ ପାଇଁ ୨୦,୪୩୬ ଟି ବୁଥ୍ ରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ ବେଳେ ଘଟିଥିବା ଗଣ୍ଡଗୋଳ, ହିଂସାକାଣ୍ଡର ଯେଭଳି ପୁନରାବୃତ୍ତି ନ ହୁଏ ସେଥିପାଇଁ ନିର୍ବାଚନ କମିସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନରେ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଏବଂ ପୁଲିସ ଡିଜିଙ୍କ ସହ ଏକ ଜରୁରୀ ବୈଠକରେ ଏହା ଉପରେ ଆଲୋଚନା କରିଛନ୍ତି । ବୈଠକ ପରେ ପୁଲିସ ଡିଜି ସୁନୀଲ ବଂଶଲ କହିଛନ୍ତି, ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବନି । ଭୋଟ ଗ୍ରହଣ ପ୍ରକ୍ରିୟାରେ ଯେଉଁମାନେ ବାଧା ଦେବେ, ଛଡ଼ା ଯିବନି ।

ଡିଜିପି କହିଛନ୍ତି, କାଲି ଗୋଟିଏ ଦୁଇଟି ଜାଗାରେ ହିଂସା, ଗଣ୍ଡଗୋଳ ହୋଇଥିବା ନଜରକୁ ଆସିଛି । ଗଣ୍ଡଗୋଳରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ବାକି ୪ଟି ପର୍ଯ୍ୟାୟ ନିର୍ବାଚନ ବିନା ହିଂସାରେ କରିବାକୁ ପଦକ୍ଷେପ ନେଉଛୁ ।

ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ବିଜେଡ଼ି-ବିଜେପି ପରଷ୍ପର ଉପରେ ଦୋଷ ଲଦାଲଦି ଜାରି ରଖିଛନ୍ତି । ବିଜେଡିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିସନଙ୍କୁ ଏକ ସ୍ମାରକପତ୍ର ଦେଇ ଗଞ୍ଜାମ ହିଂସାକାଣ୍ଡ ଘଟଣାରେ ସିଧାସଳଖ ବିଜେପି ନେତାଙ୍କ ସଂପୃକ୍ତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏହାପୂର୍ବରୁ ଆଜି ସକାଳେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ରାଜ୍ୟରେ ଅରାଜକତା, ହିଂସା ଶୀର୍ଷରେ ପହଞ୍ଚିଛି । ନିର୍ବାଚନୀ ହିଂସାକାଣ୍ଡରେ ଶାସକ ଦଳ କର୍ମୀଙ୍କ ସିଧା ସଂପୃକ୍ତି ଅଛି । ସ୍ଥିତି ଏପରି ଭୟାନକ ହୋଇ ପଡୁଛି ଯେ ଭୋଟରମାନେ ଭୋଟ୍ ଦେବାକୁ ଡରୁଛନ୍ତି । ନିର୍ବାଚନରେ ଜିତିବା ପାଇଁ ଶାସକ ଦଳ କଳବଳ କୌଶଳ ଲଗାଇ ସ୍ପଷ୍ଟ ଦିବାଲୋକରେ ଟଙ୍କା ବାଣ୍ଟୁଛନ୍ତି । ବିଧାୟକଙ୍କ ଭାଇ ଓ ମନ୍ତ୍ରୀଙ୍କ ଝିଅ ଟଙ୍କା ବାଣ୍ଟିବା ଏବଂ ଭୋଟ ଜବରଦଖଲର ଭିଡ଼ିଓ  ଭାଇରାଲ ହେଉଛି । ସତସାହାସ ଥିଲେ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ନେଇ ମୁଖ୍ୟମନ୍ତ୍ରୀ ରାଜନୈତିକ ଜବାବ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଥିଲେ ।

ତେବେ ବିଜେଡ଼ି ଏହାର କଡ଼ା ଜବାବ ଦେଇଛି । ରାଉରକେଲା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ ଓଡିଶା ହେଉଛି ଏକ ଶାନ୍ତିପ୍ରିୟ ରାଜ୍ୟ ଓ ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ । ହେଲେ ନିର୍ବାଚନରେ ପରାଜୟ ଭୟରେ ବିଜେପି ଏବେ ରକ୍ତମୁଖା ହୋଇଛି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରୁଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଜାଣିଲାଣି ଯେ ବିଜେଡି ଏକ ବୃହତ୍‌ ବିଜୟ ଆଡକୁ ଅଗ୍ରସର ହେଉଛି । ତେଣୁ ପରାଜୟ ଭୟରେ ବିଜେପି ତାହାର ପୁରୁଣା ଫର୍ମୁଲା ପକାଇ ଗଣ୍ଡଗୋଳ କରୁଛନ୍ତି । ନିର୍ବାଚନ ହାରିବାକୁ ଥିବାରୁ ମୁହଁ ବଞ୍ଚାଇବା ପାଇଁ ବିଜେଡିକୁ ଗାଳିଦେବା ସହିତ ବିଜେପି ଏବେ ହିଂସାକାଣ୍ଡ ଆରମ୍ଭ କରିଦେଉଛି ।

ଡକ୍ଟର ପାତ୍ର ରାଜ୍ୟ ବିଜେପି ସଭାପତିଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ଆପଣ ହିଂସାକୁ ପ୍ରଶୟ ଦିଅନ୍ତୁ ନାହିଁ । ହିଂସାକୁ ପ୍ରଶୟ ଦେଇଥିବାରୁ ଆପଣ ବିଗତ ଦିନରେ ବାରମ୍ବାର ନିର୍ବାଚନରେ ହାରୁଛନ୍ତି । ବିଜେପିର ନେତା ଓ କ୍ୟାଡରମାନେ ହିଂସାତ୍ମକ ନହୋଇ ଗଣତନ୍ତ୍ରର ଏହି ମହାପର୍ବରେ ଶାନ୍ତିଶୃଙ୍ଖଳାର ସହ ସାମିଲ ହୁଅନ୍ତୁ । ଯଦି ବିଜେପି ତାହାରା ହିଂସାତ୍ମକ ଆଚରଣ ପରିବର୍ତ୍ତନ ନକରେ ତେବେ ପୂର୍ବଥର ଭଳି ଶାନ୍ତିପ୍ରିୟ ଓଡିଶାବାସୀ ଚଳିତ ନିର୍ବାଚନରେ ମଧ୍ୟ ଆପଣଙ୍କୁ ପରାଜୟର ରାସ୍ତା ଦେଖାଇଦେବେ ।

Previous Post

ଧର୍ମେନ୍ଦ୍ରଙ୍କ ଟୁଇଟ୍, ବବିଙ୍କ ଜବାବ

Next Post

ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି କିଟ୍‍ର ସଫଳତା

Next Post
ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି କିଟ୍‍ର ସଫଳତା

ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି କିଟ୍‍ର ସଫଳତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA