Thursday, April 30, 2026 06:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦ୍ୱିତୀୟ ଲହର କରୋନାର ଲମ୍ବା ଡିଆଁ

ନିଜେ ସତର୍କ ରହନ୍ତୁ, ପରିବାରକୁ ସୁରକ୍ଷିତ ରଖନ୍ତୁ

by Our Correspondent
01 May, 2021- 09:52 PM
in Latest News, News
1 min read
0
ଦ୍ୱିତୀୟ ଲହର କରୋନାର ଲମ୍ବା ଡିଆଁ

ଭୁୁବନେଶ୍ୱର: ପ୍ରଥମ ଲହର କରୋନାରେ ଦେଶରେ ସର୍ବାଧିକ ଦୈନିକ ସଂକ୍ରମଣର ରେକର୍ଡ ଥିଲା ୯୭,୪୦୦ । ଓଡ଼ିଶାରେ ଏହି ରେକର୍ଡ ଥିଲା ୪,୩୫୬ । ଆଜି ଦିନରେ ଦେଶର ଦୈନିକ ସଂକ୍ରମଣ ୪ ଲକ୍ଷ ପାର୍ କରିଛି । ଆମ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ପାର୍ କରିଛି ।

ପୂର୍ବ ଥର ଏହି ମହାମାରୀକୁ ସାମନା କଲା ବେଳେ ହସ୍ପିଟାଲ୍ ଗୁଡ଼ିକରେ ଅକ୍ସିଜେନ୍ ଭଳି ସଙ୍କଟ ନ ଥିଲା । ମାତ୍ର ଏବେ ଦେଶର ବଡ଼ ବଡ଼ ସହରର ହସ୍ପିଟାଲ୍ ରେ ଅକ୍ସିଜେନ୍ ର ଘୋର ସଙ୍କଟ ଦେଖାଦେଇଛି । ରୋଗୀଙ୍କୁ ବେଡ୍ ମିଳୁନି । ବେଡ୍ ଥିଲେ ଅକ୍ସିଜେନ୍ ମିଳୁନି । ସାମଗ୍ରିକ ଭାବେ ଆଗକୁ କରୋନା ଚିତ୍ର କ’ଣ ହେବ କେହି ଆକଳନ କରିପାରୁନାହାନ୍ତି ।

ଗତବର୍ଷ ଆରମ୍ଭରୁ ଭାରତବର୍ଷକୁ କବଳିତ କରିଥିଲା କରୋନା । ମାସ ମାସ ଧରି ଦେଶବାସୀ ଲକଡାଉନ୍, ସଟଡାଉନ୍ ଭିତରେ ଜୀବନ କାଟିଥିଲେ । ଜୀବନ ଓ ଜୀବିକାର ସଂଘର୍ଷ ଭିତରେ ମଣିଷ ଦୁର୍ବିସହ ହୋଇଗଲା । ଅନେକ ରୋଜଗାର ହରାଇଲେ । ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନରେ ତାଲା ପଡ଼ିଲା । ସରକାରଙ୍କ କଠୋର କଟକଣା ଏବଂ ଲୋକମାନେ ନିଜକୁ ସତର୍କ ରଖିବା ଦ୍ୱାରା ବର୍ଷ ଶେଷ ବେଳକୁ ସଂକ୍ରମଣ ହ୍ରାସ୍ ପାଇବାକୁ ଆରମ୍ଭ କରିଥିଲା ।

ତେବେ ଦୁର୍ଭାଗ୍ୟ ଯେ କରୋନାଠାରୁ ଦୂରେଇ ରହିବା ପାଇଁ ଲୋକଙ୍କ ସତର୍କତା ଓ ସରକାରଙ୍କ ପଦକ୍ଷେପ ବେଶୀ ଦିନ ରହିଲା ନାହିଁ । ଆମେରିକା, ବ୍ରିଟେନ ଓ ବ୍ରାଜିଲ୍ ଭଳି ଦେଶ କରୋନାର ଦ୍ୱିତୀୟ ଲହରରେ ଥରହର ହେଉଥିବା ବେଳେ ଆମ ସରକାର ନିଶ୍ଚିନ୍ତରେ ରହିଲେ । ବିଦେଶରେ ଲକଡାଉନ୍, ସଟଡାଉନ୍ ଫେରୁଥିବା ବେଳେ ଆମ ଦେଶରେ ସବୁ କଟକଣା ହଟିଗଲା । ସରକାର ପ୍ରସ୍ତୁତ ରହିଲେନି, ଲୋକେ ବେଫିକର୍ ହୋଇଗଲେ ।

ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଚରଣ ଓ ଉଚ୍ଚାରଣ କରୋନା ନିଆଁରେ ପେଟ୍ରୋଲ୍ ଢ଼ାଳିବା ଅବସ୍ଥା ସୃଷ୍ଟି କଲା ବୋଲି ଅନେକ ମତ ଦେଉଛନ୍ତି ।

ଚଳିତବର୍ଷ ଆରମ୍ଭ ଅର୍ଥାତ୍ ଜାନୁଆରୀ ୨୮ ତାରିଖରେ ୱାଲର୍ଡ ଇକୋନୋମିକ୍ ଫୋରମସ୍ ର ଭର୍ଚୁଆଲ୍ ବୈଠକରେ ଯୋଗଦେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ଭାଷଣରେ କରୋନାକୁ ସ୍ୱାଃ କରିଦେଇଥିଲେ । କରୋନା ବିରୋଧୀ ଲଢ଼େଇରେ ଭାରତ ଜିତିଯାଇଥିବା ଘୋଷଣା କରି ବିଶ୍ୱଦରବାରରେ ସରକାରଙ୍କ ବାହାଦୁରି ଦେଖାଇଲେ ।

ମୋଦିଙ୍କର ଏହି ମନ୍ତବ୍ୟକୁ କୋଟି କୋଟି ଭାରତୀୟ ଅନ୍ଧ ଭାବରେ ବିଶ୍ୱାସ କଲେ । କରୋନା ଆମ ଦେଶରୁ ଚାଲିଯାଇଛି ବୋଲି ସମସ୍ତେ ଧରିନେଲେ । ଲୋକମାନେ କୋଭିଡ୍ ନିୟମ ଭୁଲିବା ପଛରେ ଏହାକୁ ମୁଖ୍ୟ ଦାୟୀ କରାଯାଉଛି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା କବଚକୁ ଲୋକେ ଆଉ ଖାତିର କଲେନି ।

ଇତିମଧ୍ୟରେ ଭାରତର ନିର୍ବାଚନ କମିଶନ ୫ ଟି ରାଜ୍ୟରେ ସାଧାରଣ ନିର୍ବାଚନ ସହ କିଛି ରାଜ୍ୟରେ ଉପନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କଲେ । ଆଶ୍ଚର୍ଯ୍ୟର କଥା ଯେ ପ୍ରଚାର, ଶୋଭାଯାତ୍ରା ପାଇଁ କଡ଼ା କଟକଣା ରହିଲାନି । ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା । ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଚାର କଲେ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ସଭାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଲା । ସାମାଜିକ ଦୂରତା ସ୍ୱପ୍ନ ହୋଇଗଲା । କାହାରି ମୁହଁରେ ମାସ୍କ ରହିଲାନି ।

କରୋନା ସଂକ୍ରମଣ ବୃଦ୍ଧିର ଏହା ପ୍ରମୁଖ କାରଣ ବୋଲି ସ୍ୱୀକାର କରିବାକୁ ପଡ଼ିବ । ଯେଉଁଥିପାଇଁ ମାଡ୍ରାସ୍ ହାଇକୋର୍ଟ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି । ଦ୍ୱିତୀୟ ଲହର କରୋନା ପାଇଁ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ଏକାକୀ ଦାୟୀ କରି ହତ୍ୟା କେସ୍ ରେ ବୁକ୍ କରିବା ଉଚିତ୍ ବୋଲି ମନ୍ତବ୍ୟ ଦେଇଛନ୍ତି ।

କହିବା ବାହୁଲ୍ୟ, ନିର୍ବାଚନ କମିଶନଙ୍କ ସମସ୍ତ ନିଷ୍ପତ୍ତି ପଛରେ କେନ୍ଦ୍ର ସରକାରଙ୍କ ଭୂମିକା କ’ଣ ତାହା ସମସ୍ତଙ୍କୁ ଜଣା । କେନ୍ଦ୍ର ସରକାର ଚାହିଁଥିଲେ ନିଷ୍ପତ୍ତି ଭିନ୍ନ ହୋଇଥାନ୍ତା ବୋଲି କୁହାଯାଉଛି । କେନ୍ଦ୍ର ସରକାର ଯେମିତି ଚାହିଁଛନ୍ତି ନିର୍ବାଚନ କମିଶନ ସେମିତି କରିଛନ୍ତି ବୋଲି ଲମ୍ବା ଅଭିଯୋଗ ରହିଛି ।

ଇତିମଧ୍ୟରେ ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ସରକାରଙ୍କ ଦ୍ୱାରା ନିଯୁକ୍ତ ୫ ଜଣିଆ ବୈଜ୍ଞାନିକ ପରାମର୍ଶଦାତା ଫୋରମ୍ ଭାରତରେ କୋଭିଡ୍ ର ଅଧିକ ସଂକ୍ରମିତ ଭାରିଏଣ୍ଟ ସମ୍ପର୍କରେ ସୂଚନା ଦେଇଥିଲେ । ମାତ୍ର ମୋଦି ସରକାର ତାହାକୁ ଗୁରୁତ୍ୱ ଦେଇ ନ ଥିଲେ କି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ମୋଟାମୋଟି ଭାବେ, ଆତ୍ମପ୍ରଚାରରେ ମଗ୍ନ ସରକାର ଓ ଜନସାଧାରଣଙ୍କ ସତର୍କତା ଅଭାବରୁ ଆଜି ସାରା ଦେଶକୁ ବହୁମୂଲ୍ୟ ଦେବାକୁ ପଡୁଛି । ଏପ୍ରିଲ ୧୫ ତାରିଖରୁ କ୍ରମାଗତ ଭାବେ ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ଉପରେ ରହୁଥିଲା ବେଳେ ଆଜି ୪ ଲକ୍ଷ ୧ ହଜାର ୯୯୩ ହୋଇଛି । ଦିନକରେ ୩,୫୨୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଆମ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ୪୩୧ରେ ପହଞ୍ଚିଛି ।

Previous Post

କରୋନାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର

Next Post

ମେ’ ୫ ରୁ ୧୯ ସାରା ରାଜ୍ୟରେ ଲକଡାଉନ୍

Next Post
ମେ’ ୫ ରୁ ୧୯ ସାରା ରାଜ୍ୟରେ ଲକଡାଉନ୍

ମେ' ୫ ରୁ ୧୯ ସାରା ରାଜ୍ୟରେ ଲକଡାଉନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA