Tuesday, April 21, 2026 03:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ବରିଷ୍ଠ ସାମ୍ବାଦିକ ନବୀନ ଦାସ ପୁଅଙ୍କ ମୃତଦେହ ପୋଖରୀରୁ ମିଳିଲା

କିଛି ଯୁବକ ରାତିରେ ଅପହରଣ କରିଥିଲେ

by Our Correspondent
10 Oct, 2021- 06:04 PM
in Crime, Latest News, News
1 min read
0
ବରିଷ୍ଠ ସାମ୍ବାଦିକ ନବୀନ ଦାସ ପୁଅଙ୍କ ମୃତଦେହ ପୋଖରୀରୁ ମିଳିଲା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ାସ୍ଥିତ ନମକାନି ପୋଖରୀରୁ ଉଦ୍ଧାର ହୋଇଥିବା ଶବ ଚିହ୍ନଟ ହୋଇଛି । ମୃତକ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ‘ନିର୍ଭୟ’ ସମ୍ପାଦକ ନବୀନ ଦାସଙ୍କର ବଡ଼ପୁଅ ମନୀଷ ଅନୁରାଗ ଦାସ(୩୦) । ତାଙ୍କୁ କେହି ହତ୍ୟା କରି ସେଠି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଗତକାଲି ରାତିରେ ସେ ଅପହରଣ ହୋଇଥିବା ନେଇ ଇନଫୋସିଟି ଥାନାରେ ଘର ଲୋକ ଅଭିଯୋଗ କରିଥିଲେ । ଆଜି ଏହି ଦୁଃଖଦ ଖବର ଆସିଲା ପରେ ବିଭିନ୍ନ ମହଲରେ ଗଭୀର ଦୁଃଖ ପ୍ରକାଶ ପାଇଛି । ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଅଭିଯୋଗ ଅନୁଯାୟୀ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ପରିବାର ସହ ରହୁଥିବା ମନୀଷ ଓରଫ୍ ଗୁଡୁଙ୍କୁ କିଛି ଯୁବକ ଗତକାଲି ରାତିରେ ଅପହରଣ କରିନେଇଥିଲେ । ସେମାନେ ମାଡ଼ ମାରୁଥିବା ନେଇ ବାପାଙ୍କୁ ସେ ଫୋନ୍ କରି ଜଣାଇଥିଲେ । ଅପହରଣକାରୀମାନେ ମଧ୍ୟ ତାଙ୍କ ବାପାଙ୍କୁ ଫୋନ୍ କରି ଟଙ୍କା ମାଗିଥିଲେ । ପରେ ପୁଅର ଅପହରଣ ସଂକ୍ରାନ୍ତରେ ଶ୍ରୀ ଦାସ ଇନଫୋସିଟି ଥାନାରେ ଏତଲା ଦେଇଥିଲେ । ଏହି ଏତଲାକ୍ରମେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ ।

ତେବେ ପାତ୍ରପଡ଼ାସ୍ଥିତ ନମକାନି ପୋଖରୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକମାନେ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଦେଖିଥିଲେ । ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ଚି ଶବ ଚିହ୍ନଟ ପାଇଁ ନବୀନ ଦାସଙ୍କୁ ଡାକିଥିଲେ । ଆଉ ତାହା ପୁଅ ଗୁଡୁ ବୋଲି ସେ ଚିହ୍ନଟ କରିଥିଲେ । ଏହା ବିଜୁଳି ବେଗରେ ପ୍ରଚାର ହେବା ପରେ ସେଠାରେ ଗହଳି ହୋଇଯାଇଥିଲା । ସାଇଣ୍ଟିଫିକ୍ ଟିମ୍ ସହ ଡିସିପି ଶ୍ରୀ ଦାସ ଏବଂ ଅନ୍ୟ ପୁଲିସ ଅଧିକାରୀମାନେ ସେଠାରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଏହି ରିପୋର୍ଟ ଲେଖାହେଲା ବେଳକୁ ଶବ ପୋଷ୍ଟମର୍ଟମ ପାଇଁ ଏମସ୍ ଅଣାଯାଇଛି ।

ଅପହରଣକାରୀମାନେ ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗିଥିବା ଏକପ୍ରକାର ସ୍ପଷ୍ଟ ହେଉଥିଲା ବେଳେ କାରଣ ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଏବଂ ପୁଲିସ ତଦନ୍ତକୁ ଅପେକ୍ଷା କରାଯାଇଛି ।

ଗୁଡୁଙ୍କର ନିର୍ବନ୍ଧ ସରିଥିଲା । ନଭେମ୍ବର ୨୧ ତାରିଖରେ ତାଙ୍କର ବିବାହ ହୋଇଥାଆନ୍ତା ।

Previous Post

ଦେବଗଡ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ

Next Post

ଜେଲ୍ ଗଲେ ୩ ଲାଞ୍ଚୁଆ କ୍ଲାସ୍ ୱାନ୍ ବାବୁ

Next Post
ଜେଲ୍ ଗଲେ ୩ ଲାଞ୍ଚୁଆ କ୍ଲାସ୍ ୱାନ୍ ବାବୁ

ଜେଲ୍ ଗଲେ ୩ ଲାଞ୍ଚୁଆ କ୍ଲାସ୍ ୱାନ୍ ବାବୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA