Monday, August 10, 2026 06:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବ୍ୟଭିଚାର ନା ବ୍ଲାକମେଲିଂ??

ମନ୍ତ୍ରୀଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ

by Our Correspondent
15 Apr, 2023- 05:52 PM
in Latest News, News
1 min read
0
ବ୍ୟଭିଚାର ନା ବ୍ଲାକମେଲିଂ??

ଭୁୁବନେଶ୍ୱର: ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣି ଗୁରୁବାର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ସଂଯୁକ୍ତା ମହଲ ନାମ୍ମୀ ଜନୈକା ମହିଳା । ଅଭିଯୋଗପତ୍ର ଧରି ଦିନ ତମାମ ଥାନାରେ ରହିଲେ । ତାଙ୍କ ସହ ପୁଲିସ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କଲା । ସଂଧ୍ୟାରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇ ଡାକ୍ତରୀ ମାଇନା କରାଇଲା । ଗଣମାଧ୍ୟମ ଆଗରେ ସିଧାସଳଖ ମନ୍ତ୍ରୀଙ୍କ ନାଁ ନେଇ ମହିଳା ବିଷ ଓଗାଳିଲେ । ତାଙ୍କୁ ନେଇ ବିଳମ୍ବିତ ରାତି ଯାଏଁ ମହିଳା ଥାନାରେ ହାଇଡ୍ରାମା ଚାଲିଲା । ହେଲେ କ’ଣ ହେଲା କେଜାଣି ସକାଳକୁ ସେଭଳି କିଛି ହୋଇଥିବା ଜଣାପଡ଼ିଲାନି । ମନ୍ତ୍ରୀଙ୍କ ବିରୋଧରେ ଥାନାକୁ ଯାଇଥିବା ତଥାକଥିତ ପୀଡ଼ିତାଙ୍କୁ ଗଣମାଧ୍ୟମ ପଚାରିବାରୁ ସେ କହିଛନ୍ତି, ମୋତେ କିଛି ପଚାରନି । ମୁଁ କିଛି ଚାହୁଁନାହିଁ । 

କିଛିଦିନ ତଳେ ଏହି ମହିଳା ରାଜ୍ୟ ମହିଳା କମିସନଙ୍କ ପାଖରେ ଶ୍ରମମନ୍ତ୍ରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିବା ଶୁଣିବାକୁ ମିଳିଥିଲା । ନିର୍ଦ୍ଦିଷ୍ଟ ଭାବେ କ’ଣ ଅଭିଯୋଗ ଆଣିଥିଲେ ତାହା ପଦାକୁ ଆସିଲା ନାହିଁ । କୌଣସି କାରଣରୁ ସେତେବେଳେ ଥାନାକୁ ମଧ୍ୟ ଗଲେ ନାହିଁ । ତାଙ୍କୁ ପ୍ରଲୋଭନ ଦେଇ ପାଟି ଚୁପ୍ କରାଗଲା ବୋଲି ଚର୍ଚ୍ଚା ହେଲା ।

ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଚୁପ୍ ହୋଇଯାଇଥିବା ସଂଯୁକ୍ତା ମହଲ ସାଧାରଣ ମହିଳା ନୁହଁନ୍ତି । ସେ ହେଉଛନ୍ତି ବିଜେଡିର ଜଣେ ନାରୀନେତ୍ରୀ । ଅର୍ଥାତ ଶାସକ ଦଳରେ ଥାଇ ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବାକୁ ସାହାସ କରିଛନ୍ତି ।

ସୂଚନାଥାଉକି, ବିଜେଡିର ଏହି ନେତ୍ରୀ ଗଣମାଧ୍ୟମ ପାଇଁ ଅଜଣା କି ଅଚିହ୍ନା ନୁହଁନ୍ତି । ୨୦୧୭ ଡିସେମ୍ବର ୮ ତାରିଖ ରାତିରେ ନିଜ ବାମ ହାତକୁ ବ୍ଲେଡ୍ ରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୂର୍ବଦିନ ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦିକା ପଦରୁ ତାଙ୍କୁ ଅଚାନକ ଅବ୍ୟାହତି ଦିଆଯାଇଥିବାରୁ ସେ ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହୋଇଥିଲା ।

ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦିକା ପଦରୁ ତାଙ୍କର ଅବ୍ୟାହତି ପଛରେ ବି ରୋଚକ କାହାଣୀ ଥିଲା । ୨୦୧୭ ଡିସେମ୍ବର ୬ ତାରିଖରେ ସଂଯୁକ୍ତା ମହଲଙ୍କ ବିରୋଧରେ ତାଙ୍କ ମାଆ ନମିତା ପାତ୍ର, ଭଉଣୀ ରଶ୍ମିତା ବେହେରା ଏବଂ ନଣନ୍ଦ ଶୁଭସ୍ମିତା ପାତ୍ର ଏକ ପ୍ରେସମିଟ୍ କରି ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ସଂଯୁକ୍ତାଙ୍କର ପାରିବାରିକ କନ୍ଦଳ ସାମନାକୁ ଆସିବା ପରେ ସଂଗଠନ ଉପରେ ଏହାର କୁପ୍ରଭାବ ଆଶଙ୍କା କରି ବିଜୁ ଶ୍ରମିକ ସାମ୍ମୁଖ୍ୟ ପଦରୁ ତାଙ୍କୁ ହଟାଇ ଦିଆଯାଇଥିଲା ।

ସଂଯୁକ୍ତା ସେତେବେଳେ ବିଜେଡି ମହିଳା ମୋର୍ଚ୍ଚାର ଉପସଭାପତି ମଧ୍ୟ ଥିଲେ । ପାରିପାରିକ କଳହ କାରଣରୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ମହିଳା ସଂଗଠନ ଦାୟିତ୍ୱରୁ ଦଳ ତାଙ୍କୁ ହଟାଇ ନ ଥିଲା । ଏହି ସଂଯୁକ୍ତା ମହଲ ହିଁ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ସେପଟେ ଅଭିଯୋଗକାରିଣୀଙ୍କୁ ଚିହ୍ନିନାହାନ୍ତି ବୋଲି ମନ୍ତ୍ରୀ ଗଣମାଧ୍ୟମରେ ସିଧାସଳଖ ମନା କରିଦେଇଛନ୍ତି । ମନ୍ତ୍ରୀଙ୍କ କଥା ଯଦି ସତ ତେବେ ଏହି ମହିଳା ଶୂନ୍ୟରେ ତାଙ୍କର ଇଜ୍ଜତ ଲୁଟିଛନ୍ତି । ତାଙ୍କୁ ବଦନାମ କରିଛନ୍ତି । ତାଙ୍କର ମାନସମ୍ମାନ ମାଟିରେ ମିଶାଇଛନ୍ତି । ଅଥଚ ମନ୍ତ୍ରୀ ନିର୍ବିକାର ଭାବରେ ବସିଛନ୍ତି । ଉକ୍ତ ମହିଳାଙ୍କ ବିରୋଧରେ ସେ ମାନହାନୀ ମକଦ୍ଦମା କରୁନାହାନ୍ତି କାହିଁକି?

ଆମେ ଏଠି କହିରଖୁଛୁ ଯେ ଏହା ଏକ ବ୍ୟକ୍ତିଗତ ମାମଲା ଏବଂ ଅଭିଯୋଗକାରିଣୀ ନିରବ ରହିବାକୁ ପସନ୍ଦ କରିଥିବାରୁ ଆମେ ସେ ବିଷୟବସ୍ତୁ ଭିତରକୁ ଯିବା ଉଚିତ୍ ହେବ ନାହିଁ । ତେବେ କଥାଟି ବିଜେଡି ମହଲର ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଉକ୍ତ ମହିଳାଙ୍କୁ ଚିହ୍ନି ନାହିଁ ବୋଲି ମନ୍ତ୍ରୀଙ୍କ ସଫେଇ ଧର୍ମକୁ ଆଖିଠାର ବୋଲି ଚର୍ଚ୍ଚା ହେଉଛି ।

ଶେଷରେ ଏହି ମାମଲାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ପ୍ରେସମିଟ୍ କରିଛନ୍ତି । ମନ୍ତ୍ରୀଙ୍କୁ ବରଖାସ୍ତ ଦାବି କରିବା ସହ ମହିଳାଙ୍କ ସମ୍ମାନ କଥା ଉଠାଇଛନ୍ତି । ବିଜୁ ଜନତା ଦଳ ଅପରାଧୀ ଓ ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିମାନଙ୍କ ଦଳ ବୋଲି ଆକ୍ଷେପ କରିଛନ୍ତି ।

ନାରୀ ସୁରକ୍ଷାକୁ ନେଇ ଲୁହ ଗଡ଼ଉଥିବା ଲେଖାଶ୍ରୀଙ୍କୁ ଗୋଟିଏ ଛୋଟ ପ୍ରଶ୍ନ । ୨୦୨୦ ରେ କୋଭିଡ୍ ଲକଡାଉନ୍ ବେଳେ ଓଟିଭି ଚାନେଲ୍ ଅଫିସରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ୧୩ ବର୍ଷର ନାବାଳିକା ଝିଅକୁ ସେହି ସଂସ୍ଥାର ୪ ଜଣ କର୍ମଚାରୀଙ୍କ ସମେତ ୭ ଜଣ ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଘଟଣା ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲା । ମାମଲାଟି ମହିଳା ଥାନାଠାରୁ ଆରମ୍ଭ କରି ମହିଳା କମିସନ, ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ପହଞ୍ଚିଥିଲା । ନ୍ୟାୟ ପାଇଁ ବାରଦ୍ୱାର ହେଉଥିବା ନାବାଳିକା ପୀଡ଼ିତାଙ୍କ ମା’ ଙ୍କୁ ଚାକିରିକୁ ବାହାର କରିଦିଆଗଲା ।

ଖୋଦ୍ ରାଜଧାନୀ ଛାତିରେ ଏତେ ବଡ଼ ଜଘନ୍ୟ କାଣ୍ଡ ଏବଂ ତଦନ୍ତରେ ଶିଥିଳତାକୁ ନେଇ ଓଡିଶା ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ ମଧ୍ୟ ଥରୁଟିଏ ବି ପାଟି ଖୋଲିନାହାନ୍ତି ଲେଖାଶ୍ରୀ ମ୍ୟାଡାମ୍ ଏବଂ ତାଙ୍କ ଦଳ । ଦଳୀୟ ନେତାଙ୍କ ପରିବାରର ମାଲିକାନାରେ ଟିଭି ଚାନେଲ୍ ଥିବାରୁ ଉକ୍ତ ଯୌନ କେଳେଙ୍କାରୀକୁ ସେମାନେ ଅଣଦେଖା କରିଦେଲେନି କି? ପୀଡ଼ିତା ନାବାଳିକା ଆଉ ତାଙ୍କ ମା’ ଙ୍କ ପାଇଁ ହୃଦୟ କାନ୍ଦିଲା ନାହିଁ କେମିତି? ଆଉ ସେଇ ଲେଖାଶ୍ରୀଙ୍କ ମୁହଁରୁ ନାରୀ ସୁରକ୍ଷାକୁ ନେଇ ମହତ୍ ବାଣୀ?? ତାଙ୍କୁ ଲଜ୍ଜା ଲାଗିବା କଥା!

Previous Post

ସୋଆରେ କର୍ମଶାଳା: ଯୋଗ ଦେବେ ୮ ଦେଶର ପ୍ରତିନିଧି

Next Post

ଓଡ଼ିଆରେ ବି ହେବ ସିଏପିଏଫ କନେଷ୍ଟବଳ ପରୀକ୍ଷା

Next Post
ଓଡ଼ିଆରେ ବି ହେବ ସିଏପିଏଫ କନେଷ୍ଟବଳ ପରୀକ୍ଷା

ଓଡ଼ିଆରେ ବି ହେବ ସିଏପିଏଫ କନେଷ୍ଟବଳ ପରୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA