Wednesday, June 24, 2026 09:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ

by Our Correspondent
22 Feb, 2025- 07:49 PM
in Latest News, News
1 min read
0
ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ

ଭୁବନେଶ୍ୱର: ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଖୁସି ଓ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପି.କେ. ମିଶ୍ରଙ୍କ ସହ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ସେ ଦାୟିତ୍ୱ ତୁଲାଇବେ । ଶକ୍ତିକାନ୍ତଙ୍କ ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି ।

୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେବା ପରେ ୧୯୭୨ ବ୍ୟାଚ୍ ଗୁଜୁରାଟ କ୍ୟାଡରର ଓଡ଼ିଆ ପୁଅ ପ୍ରମୋଦ କୁମାର(ପି.କେ) ମିଶ୍ରଙ୍କୁ ପିଏମଓରେ ଅତିରିକ୍ତ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଥିଲା । ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ୨୦୧୯ ମସିହାରେ ଅବସର ନେବା ପରେ ପି.କେ.ମିଶ୍ର ପ୍ରମୁଖ ସଚିବ-୧ ଭାବେ ଦାୟିତ୍ୱ ପାଇଛନ୍ତି । ସେବେଠାରୁ ସେ ତାଙ୍କର ଦାୟିତ୍ୱକୁ ସୂଚାରୁରୂପେ ତୁଲାଇ ଆସୁଛନ୍ତି । ଏବେ ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବେ ନିଯୁକ୍ତି ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ଦୁଇ ସର୍ବୋଚ୍ଚ ପଦବୀରେ ଦୁଇ ଓଡ଼ିଆ ପୁଅ କାର୍ଯ୍ୟ କରିବେ ।

ଓଡ଼ିଶାରେ ଜନ୍ମିତ ୬୮ ବର୍ଷୀୟ ଶକ୍ତିକାନ୍ତ ୧୯୮୦ ବ୍ୟାଚ୍ ର ତାମିଲନାଡୁ କ୍ୟାଡର ଆଇଏଏସ୍ ଅଫିସର । ୨୦୧୫ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଅର୍ଥ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ମୋଦୀ ସରକାର ବିମୁଦ୍ରାକରଣ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଓ ଏହାର ନିୟମକାନୁନ ସଂକ୍ରାନ୍ତରେ ଲୋକଙ୍କୁ ଅବଗତ କରାଇବା ସହ ସେମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାରେ ଶ୍ରୀ ଦାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଚର୍ଚ୍ଚାକୁ ଆସିଥିଲେ । ଉଭୟ ମନମୋହନ ସିଂ ଓ ନରେନ୍ଦ୍ର ମୋଦୀଙ୍କ ସରକାରରେ ବଜେଟ୍ ପ୍ରସ୍ତୁତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିଲେ । ଚାକିରିରୁ ଅବସର ନେଲା ପରେ ପଞ୍ଚଦଶ ଅର୍ଥ କମିସନ ସଦସ୍ୟ ପଦରେ ନିଯୁକ୍ତି ପାଇଥିଲେ । ଏଥିସହ ଜି-୨୦ରେ ତାଙ୍କୁ ଭାରତର ପ୍ରତିନିଧିତ୍ୱ ମିଳିଥିଲା ।

୨୦୧୮ ମସିହାରେ ଶକ୍ତିକାନ୍ତ ଆରବିଆଇ ଗଭର୍ଣ୍ଣର ପଦ ଅଳଙ୍କୃତ କରିଥିଲେ । ମହାମାରୀ କୋଭିଡ୍ ସମୟରେ ଭାରତ ସମେତ ସମଗ୍ର ବିଶ୍ୱ ଅର୍ଥନୈତିକ ସଙ୍କଟରେ ପଡ଼ିଥିବା ବେଳେ ସେ ଏହାକୁ ସଫଳତାର ସହ ସାମନା କରିଥିଲେ । ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ଥିଲା । ଆରବିଆଇ ଗଭର୍ଣ୍ଣର ଭାବେ ପ୍ରଥମ ଥର ପାଇଁ ସେ ଦୁଇଟି ପାଳି ପୂରଣ କରି ୨୦୨୩ ମସିହାରେ ଅବ୍ୟାହତି ନେଇଥିଲେ ।

Previous Post

କିଟ୍ ମହିଳା କର୍ମଚାରୀଙ୍କୁ ଡରାଇଲେ ସାମ୍ବାଦିକ!

Next Post

ନାନୋମେଡିସିନର ସଦ୍ୟତମ ବିକାଶ ଉପରେ କିଟରେ ଅନ୍ତର୍ଜାତୀୟ ସମ୍ମିଳନୀ

Next Post
ନାନୋମେଡିସିନର ସଦ୍ୟତମ ବିକାଶ ଉପରେ କିଟରେ ଅନ୍ତର୍ଜାତୀୟ ସମ୍ମିଳନୀ

ନାନୋମେଡିସିନର ସଦ୍ୟତମ ବିକାଶ ଉପରେ କିଟରେ ଅନ୍ତର୍ଜାତୀୟ ସମ୍ମିଳନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA