Tuesday, April 21, 2026 06:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ବସ୍ ଭିତରୁ ଧରାପଡ଼ିଲେ ଶର୍ମିଷ୍ଠା

by Our Correspondent
28 Mar, 2022- 04:18 PM
in Crime, Latest News, News
1 min read
0
ବସ୍ ଭିତରୁ ଧରାପଡ଼ିଲେ ଶର୍ମିଷ୍ଠା

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍ ଶର୍ମିଷ୍ଠା ରାଉତ ଏବଂ ସହଯୋଗୀ ଝୁନା ଭୋଇ ଶେଷରେ ଧରାପଡ଼ିଛନ୍ତି । କୋଲକତାରୁ ବସ୍ ରେ ଫେରୁଥିବା ବେଳେ ଭଦ୍ରକ ଜିଲ୍ଲା ନଳାଙ୍ଗ ଛକରୁ ପୁଲିସ ଦୁହିଁଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ଆଇପିସି ଧାରା ୩୬୩(ଅପହରଣ), ୩୬୪(ହତ୍ୟା ଉଦ୍ଦେଶ୍ୟରେ ଅପହରଣ), ୪୬୫(ଜାଲିଆତି), ୪୭୧(ପ୍ରମାଣ ନଷ୍ଟ), ୩୦୨(ହତ୍ୟା) ଏବଂ ୨୦୧ ଦଫାରେ ମାମଲା ରୁଜୁ ହୋଇଛି । ତିହିଡ଼ି ଥାନାରେ ସେମାନଙ୍କୁ ଜେରା କରାଯାଇଛି । ଅପରାହ୍ନରେ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର
କରାଯାଇ ୧୦ ଦିନିଆ ରିମାଣ୍ଡ ଆବେଦନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, କୋଲକତାରୁ ଏକ ବସ୍ ରେ ଶର୍ମିଷ୍ଠା ଏବଂ ଝୁନା ଆସୁଥିଲେ । ଦୁହେଁ ୨୨ ଏବଂ ୨୩ ନମ୍ବର ସିଟ୍ ରେ ବସିଥିଲେ । ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୁଲିସକୁ ସୂଚନା ମିଳିଯାଇଥିଲା । ସକାଳ ପ୍ରାୟ ସାଢ଼େ ୫ଟା ବେଳେ ନଳାଙ୍ଗ ଛକରେ ବସ୍ ଅଟକିବା ମାତ୍ରେ ପୁଲିସ ବସ୍ ଭିତରୁ ଶର୍ମିଷ୍ଠା ଏବଂ ଝୁନାଙ୍କୁ ଟେକି ଆଣିଥିଲା । ସେମାନଙ୍କୁ ସିଧା ତିହିଡ଼ି ଥାନାକୁ ଅଣାଯାଇଥିଲା । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁ ସେଠାରେ ପହଞ୍ଚି ସେମାନଙ୍କୁ ଜେରା କରିଥିଲେ । 

ପୁଲିସ ଆଖିରେ ଧୂଳି ଦେଇ ଶର୍ମିଷ୍ଠା ଏବଂ ଝୁନା ରାଜ୍ୟ ବାହାରକୁ ପଳାଇଥିବା ସୂଚନା ମିଳିଛି । ପ୍ରାୟ ୧୫ ଦିନ ହେଲା ସେମାନେ କେତେବେଳେ କୋଲକତା ତ ଆଉ କେବେ ଗୌହାଟୀରେ ଲୁଚିଥିଲେ । କୋଲକତା ରେଳଷ୍ଟେସନ୍ ରେ ଦୁହେଁ କିଛି ରାତି ବିତାଇଥିଲେ । ତେବେ କ୍ରାଇମବ୍ରାଞ୍ଚସେମାନଙ୍କୁ ପିଛା କରୁଥିବା ଜାଣି ଉପାୟଶୂନ୍ୟ ଶର୍ମିଷ୍ଠା କୋଲକତାରୁ ଭୁବନେଶ୍ୱର ପଳାଇ ଆସୁଥିବା କୁହାଯାଉଛି ।

ଗତ ଫେବ୍ରୁଆରୀ ୬ ତାରିଖରେ ମାନସ ସ୍ୱାଇଁ ଚାନ୍ଦବାଲି ପଳାସପୁରକୁ ଏକ ବାହାଘର ସୁଟିଂରେ ଯାଇଥିବା ବେଳେ ଶର୍ମିଷ୍ଠା ଏବଂ ତା’ର ସହଯୋଗୀମାନେ ମାନସଙ୍କୁ ଭୁବନେଶ୍ୱର ଅପହରଣ କରି ଆଣିଥିଲେ । ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମରେ ୭ ତାରିଖ ସଂଧ୍ୟାରେ ମାନସଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଶବକୁ ରଣପୁର ଅଞ୍ଚଳର ଏକ ଜଙ୍ଗଲ ତଳେ ସେମାନେ ପୋତି ଦେଇଥିଲେ । ମାର୍ଚ୍ଚ ୧୨ ତାରିଖରେ ମାନସଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ପୁଲିସ ଏହି ଘଟଣାରେ ପ୍ରଥମେ ୩ ଜଣଙ୍କୁ ଗିରଫ କରିବା ପରେ ହତ୍ୟାକାଣ୍ଡର କାରଣ ଜାଣିବାକୁ ପାଇଥିଲା । ମାନସଙ୍କ ପାଖରେ ଥିବା ଏକ ଚିପ୍ ଥିଲା ହତ୍ୟାର କାରଣ । ସେମାନଙ୍କ ସୂଚନା ଏବଂ ଶର୍ମିଷ୍ଠାଙ୍କ ଫୋନ୍ କଲ୍ ତଥ୍ୟ ଆଧାରରେ ପୁଲିସ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କୁ ଗତ ୨୧ ତାରିଖରେ ଗିରଫ କରିଥିଲା । ମାନସଙ୍କୁ ଅପହରଣ, ହତ୍ୟା ଏବଂ ଶବ ପୋତିଦେବାରେ ଶର୍ମିଷ୍ଠାଙ୍କୁ ସେ ସହଯୋଗ କରିଥିବା ପୁଲିସ କହିସାରିଛି । ପ୍ରକୃତରେ ଏହି ଚିପ୍ ରେ କ’ଣ ଥିଲା ତାହା ଶର୍ମିଷ୍ଠା ଏବଂ ନିରଞ୍ଜନଙ୍କ ମୁହଁରୁ କ୍ରାଇମବ୍ରାଞ୍ଚ ପୁଲିସ ବାହାର କରିବ ।

ସୂଚନାଯୋଗ୍ୟ, ସମ୍ପୂର୍ଣ୍ଣ ୱେବ୍ ଚାନେଲ ମାଲିକାଣୀ ଶର୍ମିଷ୍ଠା ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କରେ ଥିଲେ । କିଛି ମନ୍ତ୍ରୀ, ବିଧାୟକ, ଅଫିସର ଏବଂ ସମାଜସେବୀଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ଥିଲା । ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ । ତେବେ ବିଧାନସଭାରେ ପ୍ରସଙ୍ଗ ଉଠିବାର କିଛି ସମୟ ପରେ ଶର୍ମିଷ୍ଠାଙ୍କ ଗିରଫଦାରି ସମ୍ପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଆସିଥିଲା ।

Previous Post

ମାଡ଼ ଖାଇଲା ମ୍ୟାଡାମ୍ ଙ୍କ ପତିଆରା

Next Post

କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିସନର ଶେଷ ୨୦% ବକେୟା ଦେୟ

Next Post
କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିସନର ଶେଷ ୨୦% ବକେୟା ଦେୟ

କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିସନର ଶେଷ ୨୦% ବକେୟା ଦେୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA