Tuesday, April 21, 2026 08:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମାଡ଼ ଖାଇଲା ମ୍ୟାଡାମ୍ ଙ୍କ ପତିଆରା

ରାଜ୍ୟ ନେତୃତ୍ୱ ଉପରକୁ ଦୋଷ ଠେଲିଲେ

by Our Correspondent
27 Mar, 2022- 08:54 PM
in Latest News, News, Politics
1 min read
0
ମାଡ଼ ଖାଇଲା ମ୍ୟାଡାମ୍ ଙ୍କ ପତିଆରା

ଭୁବନେଶ୍ୱର: ବିଏମସି ନିର୍ବାଚନରେ ବିଜେପିର ଏକାଙ୍ଗ ଚକ୍ରବର୍ତ୍ତୀ ଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ପ୍ରଚାର, ଖର୍ଚ୍ଚବାଚ ସବୁଥିରେ ତାଙ୍କର ଥିଲା ମାମଲତି । ହେଲେ ଘମାଘୋଟ ଯୁଦ୍ଧ ବେଳକୁ ମ୍ୟାଡାମ୍ ମୈଦାନରୁ ଉଭାନ ହୋଇଗଲେ । ଦିଲ୍ଲୀ ଛୁଙ୍କ ଦେଖାଇ ଭୋଟ ଦିନ ଭୋଟ ଦେବାକୁ ବି ଆସିଲେନି । ଶେଷରେ ଦଳକୁ ଯାହା ଫଳ ମିଳିବା କଥା ମିଳିଲା । ନିଜ ୱାର୍ଡରେ ବି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ପାରିଲେନି । ଏବେ ନିଜ ମୁଣ୍ଡରୁ ଦୋଷ ଖସାଇ ରାଜ୍ୟ ନେତୃତ୍ୱ ଉପରକୁ ଠେଲି ଦେଇଛନ୍ତି । ଯଦି ନେତୃତ୍ୱ ଦୁର୍ବଳ ହୋଇ ନ ଥାନ୍ତା ଆଜି ଏହି ଅବସ୍ଥା ଉପୁଜି ନ ଥାନ୍ତା ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ପଞ୍ଚାୟତ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେପି ଶୋଚନୀୟ ପରାଜୟ ବରଣ କରିଥିଲା । ଏଠାରୁ ପ୍ରତିନିଧିତ୍ୱ କରୁଥିବା ଅପରାଜିତା ଷଡ଼ଙ୍ଗୀଙ୍କ କାଟତି ଗାଁ ଭୋଟରଙ୍କ ନିକିତିରେ ତଉଲି ହୋଇଥିଲା । ଏବେ ପୌର ଏବଂ ମହାନଗର ନିଗମ ନିର୍ବାଚନରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ନିଜ କ୍ଷେତ୍ର ରାଜଧାନୀରେ ମ୍ୟାଡାମ୍ ଙ୍କ ପତିଆରା ମାଡ଼ ଖାଇଛି । ବିଜେପି ମେୟର ପ୍ରାର୍ଥୀ ୬୧ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲା ବେଳେ ୬୭ ୱାର୍ଡରୁ ୧୦ ୱାର୍ଡ ଦଳ ଖାତାକୁ ଆସିଛି । ଏହି ୧୦ଟି ୱାର୍ଡରୁ ୫ ଟି ୱାର୍ଡରେ ବିଜେଡ଼ି ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀଙ୍କ ସହଯୋଗ ଯୋଗୁଁ ବିଜେପି ପ୍ରାର୍ଥୀଙ୍କ ବିଜୟ ହୋଇଛି ।

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜେପିକୁ ଜିତେଇବା ଅପରାଜିତାଙ୍କ ପାଇଁ ଇଜ୍ଜତର ପ୍ରଶ୍ନ ଥିଲା । ସାଂସଦ ହୋଇ ଆସିବା ଦିନରୁ ବିଏମସିକୁ କବଜାରେ ରଖିବା ପାଇଁ ତାଙ୍କର ଯୋଜନା, ଗୋଟି ଚାଳନା ଆରମ୍ଭ ହୋଇଥିଲା । ସେହିକ୍ରମରେ ଏଥର ନିର୍ବାଚନ ପରିଚାଳନା ଓ ପ୍ରଚାରର ପ୍ରତ୍ୟକ୍ଷ ଦାୟିତ୍ୱ ନେଇଥିଲେ ମ୍ୟାଡାମ୍ । ସବୁ ୱାର୍ଡରେ ଦଳୀୟ କର୍ପୋରେଟର ଏବଂ ମେୟର ପ୍ରାର୍ଥୀ ଚୟନରେ ସେ ଥିଲେ ମୁଖ୍ୟ ପୁରୋଧା । ନିର୍ବାଚନ ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ୱ ସହ ନିଜେ ପ୍ରଚାର ମଙ୍ଗ ଧରିଥିଲେ ।

ମାତ୍ର ପ୍ରଥମରୁ ହିଁ ତାଙ୍କର ସବୁ କାର୍ଯ୍ୟରେ ଗଡ଼ବଡ଼ ଦେଖିବାକୁ ମିଳିଲା । ମେୟର ପ୍ରାର୍ଥିନୀଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଅନୁପସ୍ଥିତ ରହିଲେ । ପ୍ରଚାର ଦୁଇଦିନ ବାକିଥିବା ବେଳେ ପ୍ରାର୍ଥୀଙ୍କ ହାତ ଛାଡ଼ି ପାର୍ଲିଆମେଣ୍ଟ ଅଧିବେସନ ନାଁରେ ଦିଲ୍ଲୀ ଛୁ ମାରିଲେ । ଗଣମାଧ୍ୟରେ ତାଙ୍କୁ ସମାଲୋଚନା ହେଉଥିବା ଜାଣିବା ପରେ ଦିଲ୍ଲୀରୁ ଅତର୍ଚ୍ଛିଆରେ ଆସି ଶେଷ ଦିନ ଭୁବନେଶ୍ୱରର କିଛି ୱାର୍ଡରେ ପ୍ରଚାର କରିଥିଲେ । ଦଳର ଅନ୍ୟ ବରିଷ୍ଠ ନେତା ପ୍ରଚାର କରିବାକୁ ଆସିଲେନି କି ସାଂସଦ ସେମାନଙ୍କ ସହଯୋଗ ଲୋଡ଼ିଲେନି ।

ବଡ଼କଥା ଥିଲା କି ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଭୋଟ ନିବେଦନ କରୁଥିବା ଅପରାଜିତା ନିଜେ କିନ୍ତୁ ଭୋଟ ଦେବାକୁ ଏଠି ରହିଲେ ନାହିଁ । ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ଲାଗି ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଥିବାରୁ ସେ ଦିଲ୍ଲୀରେ ରହିବାକୁ ବାଧ୍ୟ ହେଲେ ବୋଲି ସଫେଇ ଦେଇଥିଲେ । ସାଂସଦଙ୍କର ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ ନାପସନ୍ଦ ହୋଇଥିଲା । ଦଳ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା । ସାଂସଦ ଚାହିଁଥିଲେ ଦଳୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରି ଭୋଟ୍ ପାଇଁ ଆସିପାରିଥାନ୍ତେ ବୋଲି କହି କିଛି ନେତା ବିଷୋଦଗାର କରିଥିଲେ ।

ତେବେ ସେ ଯାହା ହେଉ, ଦଳୀୟ ସଂଗଠନ ଏବଂ ନେତାଙ୍କଠାରୁ ଦୂରେଇ ନିଜସ୍ୱ ସଂଗଠନରେ ବିଶ୍ୱାସ ରଖୁଥିବା ସାଂସଦଙ୍କୁ ଏହି ଫଳାଫଳ ଝଟକା ଆଣିଛି । ଭୁବନେଶ୍ୱର ମହାନଗର ନିଗମ କମିସନର ଭାବେ ଅତୀତର ଲୋକପ୍ରିୟତାକୁ ଧରି ତାଙ୍କର ରହିଥିବା ଆତ୍ମବଡିମା ଭାଙ୍ଗିଗଲା ବୋଲି ତାଙ୍କ ବିରୋଧୀ ମହଲ କଟାକ୍ଷ କରିଛନ୍ତି । ଦଳରେ ପତିଆରା ରକ୍ଷା ପାଇଁ ଏହି ନିର୍ବାଚନ ତାଙ୍କ ପାଇଁ ବଡ଼ ଅସ୍ତ୍ର ଥିଲା । ସେ ନିଜକୁ ଯାହା ଭାବୁଛନ୍ତି ଲୋକଙ୍କ ପାଖରେ ସେଭଳି ଗ୍ରହଣୀୟ ନୁହଁନ୍ତି ବୋଲି ଏହି ନିର୍ବାଚନ ଫଳାଫଳ ପୁଣି ଥରେ ପ୍ରମାଣିତ କରିଛି ।

ସୂଚନାଥାଉକି, ଗତ ପଞ୍ଚାୟତ ନିର୍ବାଚନରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଘମାଘୋଟ ପ୍ରଚାର ସତ୍ତ୍ୱେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା ୨୬ ଟି ଜିଲ୍ଲା ପରିଷଦ ଜୋନ୍ ରୁ ଗୋଟିଏ ବି ଆସନ ବିଜେପି ଜିତିପାରିଲା ନାହିଁ । ଜଟଣୀ ଅନ୍ତର୍ଗତ ଛଣଘର ଗ୍ରାମପଞ୍ଚାୟତରେ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ସାଂସଦ ଖୁବ୍ ପରିଶ୍ରମ କରିଥିଲେ । ମାତ୍ର ସେହି ପ୍ରାର୍ଥୀଙ୍କୁ ମିଳିଥିଲା ମାତ୍ର ୧୪ ଖଣ୍ଡ ଭୋଟ ।

ଖୋର୍ଦ୍ଧା ଜିଲ୍ଲାରେ ୩୦ଟି ଜିଲ୍ଲା ପରିଷଦ ଜୋନ୍ ରୁ ଗତଥର ବିଜେପି ୧୦ଟି ଜୋନ୍ ଦଖଲ କରିଥିଲା । ମାତ୍ର ଏଥର ବିଜେପି ଖାତାକୁ ଆସିଛି ମାତ୍ର ଦୁଇଟି ଜୋନ୍ । ତାହାପୁଣି ପୁରୀ ସଂସଦୀୟ କ୍ଷେତ୍ର ବାଣପୁରରୁ ।

Previous Post

ଦୟାଲ୍ ବୃଦ୍ଧାଶ୍ରମ ସିଲ୍ କଲା କ୍ରାଇମବ୍ରାଞ୍ଚ

Next Post

ବସ୍ ଭିତରୁ ଧରାପଡ଼ିଲେ ଶର୍ମିଷ୍ଠା

Next Post
ବସ୍ ଭିତରୁ ଧରାପଡ଼ିଲେ ଶର୍ମିଷ୍ଠା

ବସ୍ ଭିତରୁ ଧରାପଡ଼ିଲେ ଶର୍ମିଷ୍ଠା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA