Tuesday, April 21, 2026 06:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଦୟାଲ୍ ବୃଦ୍ଧାଶ୍ରମ ସିଲ୍ କଲା କ୍ରାଇମବ୍ରାଞ୍ଚ

୫ ଜଣିଆ ଟିମ୍ ର ତନାଘନା

by Our Correspondent
27 Mar, 2022- 03:43 PM
in Crime, Latest News, News
1 min read
0
ଦୟାଲ୍ ବୃଦ୍ଧାଶ୍ରମ ସିଲ୍ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଆଜି ଶର୍ମିଷ୍ଠା ରାଉତଙ୍କ ଦୟାଲ୍ ବୃଦ୍ଧାଶ୍ରମ ଆସି ସେଠାରେ ତନାଘନା କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ସେମାନେ ତନ୍ନ ତନ୍ନ ଯାଞ୍ଚ କରିବା ପରେ ତାହାକୁ ସିଲ୍ କରିଦେଇଛନ୍ତି । ସେଠାରୁ କେତୋଟି କାଠଫାଳିଆକୁ ଜବତ କରିଛନ୍ତି । ମାନସ ହତ୍ୟାକାଣ୍ଡରେ ଏହା ବ୍ୟବହୃତ ହୋଇଛି ନା ନାହିଁ ଜାଣିବା ପାଇଁ ଫରେନସିକ୍ ଲାବୋରେଟୋରିରେ ତାହା ପରୀକ୍ଷା କରାଯିବ ।

ଆଜି ଦିନ ପ୍ରାୟ ୧୧ଟା ବେଳକୁ କ୍ରାଇମବ୍ରାଞ୍ଚ ଟିମ୍ ସୁନ୍ଦରପଦା-ଜଟଣୀ ରାସ୍ତାରେ ଥିବା ଶର୍ମିଷ୍ଠା ରାଉତଙ୍କ ପୂର୍ବ ପରିଚାଳିତ ଦୟାଲ୍ ବୃଦ୍ଧାଶ୍ରମକୁ ଆସିଥିଲେ । ସାଙ୍ଗରେ ଫରେନସିକ୍ ଏବଂ ଏକ ଡାକ୍ତରୀ ଟିମ୍ ମଧ୍ୟ ଥିଲେ । ଏହି ଘରର ଉପରମହଲାରେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଗତ ଫେବ୍ରୁଆରୀ ୭ ତାରିଖରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । କ୍ରାଇମବ୍ରାଞ୍ଚ ଅଧିକାରୀମାନେ ସେହି ଘରକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଥ୍ରୀ ଡି କ୍ୟାମେରାରେ ଫିଙ୍ଗର୍ ପ୍ରିଣ୍ଟ ଏବଂ କିଛି ଫୁଟେଜ୍ ସଂଗ୍ରହ କରିଥିଲେ । ପଛପଟେ ଥିବା କେତୋଟି କାଠଫାଳିଆକୁ ମଧ୍ୟ ଜବତ କରିଥିଲେ । ସନ୍ଦେହ କରାଯାଉଛି ଯେ ମାନସକୁ ମାରିବାରେ ଏହି କାଠଫାଳିଆ ବ୍ୟବହାର କରାଯାଇଛି । ତେବେ ଫରେନସିକ୍ ଲାବ୍ ରେ ପରୀକ୍ଷା ପରେ ତାହା ସ୍ପଷ୍ଟ ହେବ ।

ବୃଦ୍ଧାଶ୍ରମର କେୟାରଟେକର୍ ଏବଂ ଅନ୍ୟ ଜଣେ ସହଯୋଗୀଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି । ସଂପୃକ୍ତ କେୟାରଟେକର୍ ମାନସ ହତ୍ୟାକାଣ୍ଡ ଘଟଣା ଦିନ ତଳ ମହଲାରେ ଥିଲେ । ମାନସ ଲେଖିଥିବା ଏକ ତିନିପୃଷ୍ଠାର ଚିଠି ସେ ଘର ସଫା କଲାବେଳେ ପାଇଥିଲେ ଏବଂ ତାହା ଶର୍ମିଷ୍ଠାଙ୍କୁ ଦେଇଥିଲେ ବୋଲି ସେ ବୟାନ ରଖିସାରିଛନ୍ତି । କ୍ରାଇମବ୍ରାଞ୍ଚ ଟିମ୍ ଏ ସମ୍ପର୍କରେ ଅଧିକ ପଚରାଉଚୁରା କଲା ପରେ ତାଙ୍କଠାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଥିବା ଜଣାପଡ଼ିଛି ।

ବୃଦ୍ଧାଶ୍ରମରେ ତଦନ୍ତ ସାରି କ୍ରାଇମବ୍ରାଞ୍ଚ ଟିମ୍ ଏୟାରଫିଲଡ ଥାନାକୁ ଯାଇଥିଲେ । ସେଠାରେ ଜବତ ହୋଇ ରହିଥିବା ଶର୍ମିଷ୍ଠାଙ୍କ କାର୍ ର ଫରେନସିକ୍ ଓ କେମିକାଲ୍ ପରୀକ୍ଷା କରାଯାଇଛି । ଏହି କାର୍ ଟି ଚାନ୍ଦବାଲିରୁ ମାନସଙ୍କ ଅପହରଣଠାରୁ ଆରମ୍ଭ କରି ହତ୍ୟା ଏବଂ ଶବକୁ ବୋହି ପୋତିବା ପର୍ଯ୍ୟନ୍ତ ବ୍ୟବହାର କରାଯାଇଛି । ଗତ ୨୩ ତାରିଖରେ ଶର୍ମିଷ୍ଠାଙ୍କ ସୁନ୍ଦରପଦାସ୍ଥିତ ସ୍କାଏ ଟାୱାର୍ ଆପାର୍ଟମେଣ୍ଟ ବେସମେଣ୍ଟରୁ ଚାନ୍ଦବାଲି ପୁଲିସ ଏହାକୁ ଜବତ କରିଥିଲା ।

ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ଗାଁ ଏବଂ ତାଙ୍କ ଶବ ପୋତାଯାଇଥିବା ଜାଗାକୁ ଯିବେ ବୋଲି ଜଣାପଡ଼ିଛି ।

ସେପଟେ କ୍ରାଇମବ୍ରାଞ୍ଚର ଅନ୍ୟ ଟିମ୍ ଶର୍ମିଷ୍ଠା ଏବଂ ଝୁନା ଭୋଇଙ୍କୁ ଖୋଜିବାକୁ ରାଜ୍ୟ ବାହାରକୁ ଯାଇଥିଲେ ମଧ୍ୟ ସେମାନେ ସଫଳ ହୋଇନାହାନ୍ତି । ଶର୍ମିଷ୍ଠା ସେମାନଙ୍କ ନିଦ ହଜାଇ ଦେଇଛି ।

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବରିଷ୍ଠ ଅଧିକାରୀ

Next Post

ମାଡ଼ ଖାଇଲା ମ୍ୟାଡାମ୍ ଙ୍କ ପତିଆରା

Next Post
ମାଡ଼ ଖାଇଲା ମ୍ୟାଡାମ୍ ଙ୍କ ପତିଆରା

ମାଡ଼ ଖାଇଲା ମ୍ୟାଡାମ୍ ଙ୍କ ପତିଆରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA