ଭୁବନେଶ୍ୱର:ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡ଼ିର ଐତିହାସିକ ସଫଳତା ପାଇଁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ଏହିକ୍ରମରେ ଆଜି ରାଜ୍ୟର ବରିଷ୍ଠ ଆଇଏଏସ୍ ଏବଂ ଆଇପିଏସ୍ ଅଫିସରଙ୍କ ସମେତ ଓଏଏସ୍ ଅଫିସର ସଂଘ, ଓଏଫଏସ୍ ସଂଘ, ଓପିଏସ୍ ସଂଘ, ଓଏସଏସ୍, ଓଆରଏସ୍, କନେଷ୍ଟବଳ ଏବଂ ହାବିଲଦାର ସଂଘ, ବିଭାଗୀୟ ମୁଖ୍ୟ, ମେଡ଼ିକାଲ୍ ସର୍ଭିସ୍ ସଂଘ, ଅମଲା ସଂଘ, ଭେଟେନାରି ସଂଘ, ପଞ୍ଚାୟତ ଏକଜ୍ୟୁଟିଭ୍ ଅଫିସର୍ସ ସଂଘ, ଗ୍ରାମ ରୋଜଗାର ସେବକ ସଂଘ, ଡ୍ରାଇଭର ସଂଘ ଏବଂ ଠିକା କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ।
ଅଫିସରମାନଙ୍କ ଏହି ସଦିଚ୍ଛା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟର ବିକାଶ ଏବଂ ଉନ୍ନତି ନିମନ୍ତେ ଅଧିକ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ ।








