ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି। ଶୁକ୍ରବାର ବାଙ୍ଗାଲୋରରେ ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁପସ୍ଥିତିରେ କିଟ ପ୍ରତିନିଧି ସସ୍ମିତା ରାଉତ କର୍ଣ୍ଣାଟକ ରାଜ୍ୟପାଳ ଥାୱାର ଚାନ୍ଦ ଗେହଲଟଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ‘ବେଷ୍ଟ ୟୁନିଭରସିଟି ଉଇଥ ଏକସେଲେଣ୍ଟ ପ୍ଲେସମେଣ୍ଟ ଆଣ୍ଡ କ୍ୟାମ୍ପସ୍ ଇନ୍ ଇଣ୍ଡିଆ’ ବର୍ଗରେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।








