Saturday, June 27, 2026 02:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶନିବାରଠାରୁ ଟିକାକରଣ ବନ୍ଦ !

ରାଜ୍ୟରେ କରୋନା ହଜାର ମୁହାଁ, ଦେଶରେ ନୂଆ ରେକର୍ଡ

by Our Correspondent
08 Apr, 2021- 01:34 PM
in Latest News, News
1 min read
0
ଶନିବାରଠାରୁ ଟିକାକରଣ ବନ୍ଦ !

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ବେଳକୁ ରାଜ୍ୟରେ ଟିକାର ଅଭାବ ଏବେ ଚିନ୍ତାର ବିଷୟ ହୋଇଛି । ମୋଟ ୧୫୦୦ ଟିକାକରଣ କେନ୍ଦ୍ରରୁ ଗତକାଲି ସୁଦ୍ଧା ୪୦୦ କେନ୍ଦ୍ର ବନ୍ଦ ହୋଇଥିଲା । ଆଜି ଆଉ ୩୦୦ ଏହିଭଳି ମୋଟ ୭୦୦ କେନ୍ଦ୍ର ବନ୍ଦ ହୋଇଗଲାଣି । ଟିକା ଯୋଗାଇବାକୁ କେନ୍ଦ୍ରକୁ ବାରମ୍ବାର ଚିଠି/ମେଲ୍ ଲେଖାଯାଉଥିଲେ ମଧ୍ୟ ତାହାର ଉତ୍ତର ମିଳୁନି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ଓଡ଼ିଶାରେ ଦୈନିକ ଅଢ଼େଇ ଲକ୍ଷ ଟିକା ଦରକାର ପଡୁଛି । ମାତ୍ର ୦.୫% ଟିକା ନଷ୍ଟ ହେଉଛି । ବର୍ତ୍ତମାନ ୫.୩୪ ଲକ୍ଷ ଡୋଜ୍ ଗଚ୍ଛିତ ଥିବାରୁ ଆଉ ମାତ୍ର ଦୁଇଦିନ ଯିବ । ସେ ଭିତରେ କେନ୍ଦ୍ର ନ ପଠାଇଲେ ଶନିବାରଠାରୁ ରାଜ୍ୟରେ ଟିକାକରଣ ବନ୍ଦ ହୋଇଯିବ ।

ଆଜି ସଂଧ୍ୟା ସାଢ଼େ ୬ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ଅଭାବ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି ।

ଦ୍ୱିତୀୟ ଲହର କରୋନା ଏବେ ସମସ୍ତଙ୍କୁ ଆତଙ୍କିତ କରିଛି । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି । ଗତକାଲି ୭୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ପଜିଟିଭ୍ ଅଛନ୍ତି । ସୁନ୍ଦରଗଡ଼ରୁ ୧୩୧ ଏବଂ ନୂଆପଡ଼ାରୁ ୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେପଟେ ଦେଶରେ ସଂକ୍ରମଣ ଆଜି ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୭୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରେ କେବଳ ମହାରାଷ୍ଟ୍ରରୁ ଅଛନ୍ତି ୫୯, ୯୦୭ ପଜିଟିଭ୍ । ଦ୍ୱିତୀୟ ଅଧିକ ସଂକ୍ରମିତ ରାଜ୍ୟ ଛତିଶଗଡ଼ରୁ ଅଛନ୍ତି ୧୦, ୩୧୦ ପଜିଟିଭ୍ । ଏହି ୨୪ ଘଣ୍ଟାରେ ୬୮୫ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜଧାନୀ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ୁଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ବିଏମସି ପ୍ରଶାସନ ତତ୍ପର ହୋଇଛି । ଉଭୟ ବିଏମସି ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଚେକିଂ କଡ଼ାକଡ଼ି କରାଯାଉଛି । କୋଭିଡ୍ ନିୟମ ଭାଙ୍ଗୁଥିବା ପ୍ରତିଷ୍ଠାନକୁ ବିଏମସି ସିଲ୍ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ୍ ଡ୍ରାଇଭ୍ ନିର୍ଦ୍ଦେଶ ପରେ ଗତକାଲିଠାରୁ କମିଶନରେଟ୍ ପୁଲିସ ପକ୍ଷରୁ ସହରରେ ବ୍ୟାପକ ଚେକିଂ ଆରମ୍ଭ ହୋଇଯାଇଛି । ନିଜେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ଉ କରିଛନ୍ତି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।

ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି । ଏମାନଙ୍କ କରୋନା ଟେଷ୍ଟ ଏବଂ ୭ ଦିନିଆ କ୍ୱାରେଣ୍ଟାଇନ୍ କୁ ବାଧ୍ୟତାମୂଳକ କରାଯାଇଛି ।

Previous Post

ନବମ, ଏକାଦଶ ପିଲାଙ୍କ କ୍ଲାସ୍ ବାତିଲ

Next Post

‘ମିଶନ ଶକ୍ତି’ କୁ ମିଳିବ ଅବ୍ୟବହୃତ ସରକାରୀ ସମ୍ପତ୍ତି

Next Post
‘ମିଶନ ଶକ୍ତି’ କୁ ମିଳିବ ଅବ୍ୟବହୃତ ସରକାରୀ ସମ୍ପତ୍ତି

'ମିଶନ ଶକ୍ତି' କୁ ମିଳିବ ଅବ୍ୟବହୃତ ସରକାରୀ ସମ୍ପତ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA