ଭୁବନେଶ୍ୱର: କୋଭିଡ ଯୋଗୁଁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିବା ଶ୍ରୀମନ୍ଦିର ଫେବ୍ରୁଆରୀ ୧ ରୁ ଖୋଲିବ । ଆଜି ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବଭଳି ପ୍ରତି ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।
ନିଷ୍ପତ୍ତି ଅନୁଯାୟୀ, ପୁରୀବାସୀ ପଶ୍ଚିମ ଦ୍ୱାର ବାଟେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଏହାର ବିସ୍ତୃତ ଗାଇଡଲାଇନ ପରେ ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ସାଙ୍ଗରେ କୋଭିଡ ନେଗେଟିଭ୍ ରିପୋର୍ଟ ଆଣିବାକୁ ପଡ଼ିବ । ଏଥିସହ ମାସ୍କ ପିନ୍ଧିବେ, ସାନିଟାଇଜ୍ କରିବେ ଏବଂ ସାମାଜିକ ଦୂରତା ମାନିବେ । ଶିଶୁ, ଗର୍ଭବତୀ ଏବଂ ବୃଦ୍ଧବୃଦ୍ଧାଙ୍କୁ ଦର୍ଶନ ପାଇଁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଜନ୍ମାଷ୍ଟମୀ, ସରସ୍ୱତୀ ପୂଜା ଭଳି ବଡ଼ ବଡ଼ ପୂଜାପାର୍ବଣରେ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।