ଭୁବନେଶ୍ୱର: ଭୁବନେଶ୍ୱରଠାରେ ଉଦଘାଟିତ ହୋଇଛି ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ୍ ଓ ଗବେଷଣା ପ୍ରତିଷ୍ଠାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଉଦଘାଟନ କରିଛନ୍ତି । ଦେଶର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ବାଙ୍ଗାଲୋରର ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ସହଯୋଗରେ ଏହା ପ୍ରତିଷ୍ଠା କରାଯାଇଛି। ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଦୈନିକ ୩୦୦ ରୋଗୀଙ୍କୁ ଅତ୍ୟାଧୁନିକ ରେଡିଓଥେରାପି ସହିତ ୧୫୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ପାଇଁ କେମୋଥେରାପି ନେବାର ସୁବିଧା କରାଯାଇଛି। ଏହି ହସ୍ପିଟାଲ ହେଉଛି ସୁବ୍ରତ ବାଗ୍ଚୀ ଓ ସୁସ୍ମିତା ବାଗ୍ଚୀଙ୍କର ଓଡିଶା ପାଇଁ ମହତ୍ୱପୂର୍ଣ୍ଣ ଅବଦାନ।







