Monday, May 11, 2026 07:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାବାସ୍ ଆଶା ଦିଦି ଶିବାନୀ

ମୁଖ୍ୟମନ୍ତ୍ରୀ ଫୋନ୍ କରି ପ୍ରଶଂସା କଲେ

by Our Correspondent
25 Oct, 2024- 08:31 PM
in Latest News, News, Story Of The Week
1 min read
0
ସାବାସ୍ ଆଶା ଦିଦି ଶିବାନୀ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ମହନୀୟତା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି । ବାତ୍ୟା ବିପଦରୁ ସୁରକ୍ଷା ସକାଶେ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଦାୟିତ୍ୱ ମୁଣ୍ଡାଇଥିବା ଶିବାନୀ କେବଳ ସରକାରୀ ଦାୟିତ୍ୱରେ ନିଜକୁ ସୀମିତ ରଖି ନ ଥିଲେ । ବରଂ ମାନବିକତାର ଶ୍ରେଷ୍ଠତ୍ୱ ନିଦର୍ଶନ କରିଥିଲେ । ପ୍ରବଳ ବର୍ଷା ପବନକୁ ଖାତିର ନ କରି ଅସହାୟ ମଣିଷଙ୍କୁ ନିଜ ପିଠିରେ ପକାଇ ଦେଢ଼ କିଲୋମିଟର ଦୂରରେ ଥିବା ଆଶ୍ରୟସ୍ଥଳୀକୁ ବୋହି ଆଣିଥିଲେ । ତାଙ୍କର ଏହି ମହାନ୍ କାର୍ଯ୍ୟକୁ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେବଳ ପ୍ରଶଂସା କରିନାହାନ୍ତି । ଟେଲିଫୋନ୍ ରେ ତାଙ୍କ ସହ କଥା ହୋଇ ଧନ୍ୟବାଦ ଜଣାଇଛନ୍ତି ।

ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଦିଦି ଭାବେ କାର୍ଯ୍ୟ କରୁଛନ୍ତି ଶିବାନୀ ମଣ୍ଡଳ । ବାତ୍ୟା ପୂର୍ବରୁ ସ୍ଥାନୀୟ ଖସାମୁଣ୍ଡା ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାର ଦାୟିତ୍ୱ ନେଇଥିଲେ । ପ୍ରବଳ ବର୍ଷାରେ ଭିଜି ସେ ତାଙ୍କ କାର୍ଯ୍ୟ କରିଚାଲିଥିଲେ । ତେବେ ସେହି ପ୍ରତିକୂଳ ପାଗରେ ପାରାଲିସିସ୍ ରେ ଆକ୍ରାନ୍ତ ଗାଁର ଜଣେ ବୟସ୍କା ମହିଳା ଆଶ୍ରୟସ୍ଥଳୀକୁ ଯିବା ଏକପ୍ରକାର ଅସମ୍ଭବ ଥିଲା । ମାତ୍ର ଏହି ପରିସ୍ଥିତିକୁ ସାହାସର ସହ ମୁକାବିଲା କରିଥିଲେ ଶିବାନୀ ।

ଶିବାନୀ ତାଙ୍କୁ ନିଜ ପିଠିରେ ପକାଇ ଦେଢ଼ କିଲୋମିଟର ଦୂରରେ ଥିବା ଆଶ୍ରୟସ୍ଥଳୀକୁ ବୋହି ନେଇଥିଲେ । କେହି ଜଣେ ବ୍ୟକ୍ତି ଏହାର ଫଟୋ ସୋସିଆଲ୍ ମିଡିଆରେ ଛାଡ଼ିଲା ପରେ ତାହା ଭାଇରାଲ୍ ହୋଇଥିଲା । ଆଶା ଦିଦି ଶିବାନୀଙ୍କର ଏହି ମହନୀୟ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜେ ଫୋନ୍ କରି ଧନ୍ୟବାଦ ଜଣାଇବାକୁ ଆଗ୍ରହ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ସହ କଥା ହେଲା ବେଳେ ଆଶା ଦିଦି ଶିବାନୀ ସେଦିନ ସମୁଦାୟ ୭ ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳୀକୁ ନେଇଥିବା ଜାଣିବାକୁ ପାଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଉତ୍ସର୍ଗୀକୃତ ସେବାର ଉଚ୍ଚ ପ୍ରଶଂସା କରି କହିଥିଲେ- ‘ସରକାର ଏବଂ ମୁଁ ବ୍ୟକ୍ତିଗତ ଭାବେ ତୁମ କାମ ଉପରେ ବହୁତ ଖୁସି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ସବୁବେଳେ ଭଲରେ ରଖନ୍ତୁ । ବିପଦ ବେଳେ ତୁମେ ସମସ୍ତଙ୍କୁ ଏହିଭଳି ସାହାଯ୍ୟ କରୁଥାଅ’ ।

କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର ଭଲମନ୍ଦ ବିଷୟରେ ବୁଝିଥିଲେ ଏବଂ ତାଙ୍କର ଘର ନ ଥିବା ଜାଣିବା ପରେ ରାଜନଗର ବିଡିଓଙ୍କୁ ଟେଲିଫୋନ୍ କରି ତୁରନ୍ତ ଏକ ଘର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଶିବାନୀଙ୍କୁ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

 

Previous Post

କେନ୍ଦ୍ରାପଡ଼ାବାସୀଙ୍କୁ ଭୁଲି ଦିଲ୍ଲୀରେ ମଉଜ କଲେ!

Next Post

‘ଜିରୋ କାଜୁଆଲିଟି ନୁହେଁ, ଚାରି କାଜୁଆଲିଟି’

Next Post
‘ଜିରୋ କାଜୁଆଲିଟି ନୁହେଁ, ଚାରି କାଜୁଆଲିଟି’

'ଜିରୋ କାଜୁଆଲିଟି ନୁହେଁ, ଚାରି କାଜୁଆଲିଟି'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA