ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ କଂଣ୍ଟ୍ରୋଲ୍ ବୋର୍ଡ ଆଜି ନୂଆା ଚୟନକର୍ତ୍ତା ତାଲିକା ପ୍ରକାଶ କରିଛି । ଓଡ଼ିଆ କ୍ରିକେଟିୟର୍ ଶିବସୁନ୍ଦର ଦାସଙ୍କୁ ସିନିୟର୍ କ୍ରିକେଟ୍ ଦଳର ଚୟନକର୍ତ୍ତା ନିଯୁକ୍ତି ଦିଆଯାଇଛି । ଇଷ୍ଟ ଜୋନ୍ ରୁ ତାଙ୍କୁ ପ୍ରତିନିଧିତ୍ୱର ସୁଯୋଗ ମିଳିଛି । ଏହାସହ ଭାରତୀୟ କ୍ରିକେଟ୍ ଦଳର ଚୟନକର୍ତ୍ତା ଭାବେ ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ଶିବସୁନ୍ଦର ।
୨୩ ଟି ଟେଷ୍ଟ ଓ ୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ଶିବସୁନ୍ଦର । ୧୮୦ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୦,୯୦୮ ରନ୍ ସଂଗ୍ରହ କରିଛନ୍ତି ।
ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା । ଶିବସୁନ୍ଦରଙ୍କ ସହ ସୁବ୍ରତ ବାନାର୍ଜୀ, ସଲିଲ ଆଙ୍କୋଲା ଓ ଶ୍ରୀଧରନ ଶରତଙ୍କୁୁ ଚୟନକର୍ତ୍ତା ଭାବେ ନିଯୁକ୍ତି ଦିଆଯାଇଛି ।