ଭୁବନେଶ୍ୱର: ପ୍ରତୀକ୍ଷାର ଅବସାନ ଘଟିଛି । ଭୁବନେଶ୍ୱରରୁ ରାଉରକେଲା ବିମାନ ସେବା ଆଜିଠୁ ଆରମ୍ଭ ହୋଇଛି । ଆଲାଏନ୍ସ ଏୟାର ବିମାନ ଉଡ଼ାଣକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରେ ପତାକା ଦେଖାଇ ଉଡ଼ାଣର ଶୁଭାରମ୍ଭ କରିଥିଲେ । ମନ୍ତ୍ରୀ ଟୁକୁନି ସାହୁ, ଅଶୋକ ପଣ୍ଡା ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।








