Wednesday, June 24, 2026 01:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୃତ୍ୟୁ ଏମିତି ବି ଆସେ…

ଅଲବିଦା କେକେ !

by Our Correspondent
01 Jun, 2022- 01:04 PM
in Latest News, News
1 min read
0
ମୃତ୍ୟୁ ଏମିତି ବି ଆସେ…

ଭୁବନେଶ୍ୱର: ମଣିଷ ଜୀବନରେ ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ । ସାଧାରଣ, ଅସାଧାରଣର ମୂଲ୍ୟ ସେ ବୁଝିପାରେନା । ଏହି ମୃତ୍ୟୁ କେତେବେଳେ କାହା ପାଖକୁ କେଉଁ ରୂପରେ ଆସେ ତାହା ଛାର୍ ମଣିଷ ପକ୍ଷେ ଜାଣିବା ସମ୍ଭବ ନୁହେଁ । ଆଉ ଜାଣିବା ବେଳକୁ ସବୁ ସରିଯାଇଥାଏ । ବଲିଉଡ୍ ର ପ୍ରସିଦ୍ଧ ଗାୟକ କ୍ରିଷ୍ଣକୁମାର କୁନ୍ନଥ ଓରଫ୍ କେକେ ଏହାର ବ୍ୟତିକ୍ରମ ହୋଇନାହାନ୍ତି । ସୁସ୍ଥ ସବଳ ଚେହେରାର ଏହି ୫୩ ବର୍ଷୀୟ ସୁପ୍ରସିଦ୍ଧ ଗାୟକ ଷ୍ଟେଜ୍ ପ୍ରୋଗ୍ରାମ୍ ରେ ହଜାର ହଜାର ଦର୍ଶକଙ୍କ ମନୋରଞ୍ଜନ କରୁଥିବା ବେଳେ ଅଚାନକ ମୃତ୍ୟୁ ତାଙ୍କୁ ଡାକିନେଇଛି । କେକେଙ୍କର ଦାରୁଣ ମୃତ୍ୟୁ ସମଗ୍ର ବଲିଉଡ୍ ଜଗତ ଏବଂ କୋଟି କୋଟି ଫ୍ୟାନ୍ ଙ୍କୁ ସ୍ତବ୍ଧ କରିଦେଇଛି ।

ଦୁଇଦିନିଆ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ କୋଲକତା ଆସିଥିଲେ କେକେ । ଗତକାଲି ସଂଧ୍ୟାରେ ଗୁରୁଦାସ କଲେଜ ବାର୍ଷିକ ଉତ୍ସବରେ ତାଙ୍କର ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ହୋଇଥିଲା । ନଜରୁଲ ମଞ୍ଚ ଅଡିଟୋରିୟମ୍ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଧୂମଧାମରେ ଚାଲିଥିଲା । ନିଜର ଲୋକପ୍ରିୟ ଗୀତଗୁଡ଼ିକୁ ଗାଇ ସମସ୍ତଙ୍କୁ ମତୁଆଲା କରିଥିଲେ କେକେ । ତେବେ ଗୀତ ଗାଉଥିବା ବେଳେ ହଠାତ୍ ନିଜକୁ ଅସହଜ ମନେ କରିଥିଲେ । ତାଙ୍କ ଦେହ ଭଲ ଲାଗି ନ ଥିଲା । ତାହା ସତ୍ତ୍ୱେ ଷ୍ଟେଜ୍ ନ ଛାଡ଼ି ଦର୍ଶକଙ୍କ ଅନୁରୋଧର ଗୀତ ଗୁଡ଼ିକ ଗାଇଥିଲେ ।

ତେବେ ବେଳକୁ ବେଳ ଅଧିକ ଅସୁସ୍ଥ ଅନୁଭବ କରିବାରୁ ବିଶ୍ରାମ ପାଇଁ ସେ ରହୁଥିବା ହୋଟେଲକୁ ପଳାଇ ଆସିଥିଲେ । ତେବେ ରାତି ୧୦ଟା ବେଳେ ହୋଟେଲରେ ପହଞ୍ଚିବା କ୍ଷଣି ତାଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା । ତାଙ୍କୁ ତୁରନ୍ତ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲ୍ ଆଣିବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ସେ ହୃଦଘାତ୍ ର ଶିକାର ହୋଇଥିବା ଜଣାପଡ଼ିଛି ।

“ପଲ୍’ ଏବଂ “ୟାରୋଁ’ ଆଲବମ୍ ଗୀତ ପାଇଁ କେକେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିଣିଥିଲେ । ନବେ ଦଶକର ଶେଷ ଭାଗରେ କେକେଙ୍କର ଏହି ଦୁଇଟି ଗୀତ କିଶୋର ଓ ଯୁବବର୍ଗଙ୍କ ମଧ୍ୟରେ ଚହଳ ପକାଇଥିଲା । ସ୍କୁଲ, କଲେଜର ଫେୟାରୱେଲ୍ ଏବଂ ସାଂସ୍କୃତିକ ଉତ୍ସବରେ ଏହି ଗୀତର ଖୁବ୍ ଡିମାଣ୍ଡ ଥିଲା । ୨୦୦୦ ପରଠାରୁ ସେ ବଲିଉଡ୍ ରେ ଗୀତ ଗାଇବା ଆରମ୍ଭ କରିଥିଲେ । ଆଉ ତାଙ୍କର ସବୁ ଗୀତ ହିଟ୍ ହୋଇଥିଲା ।

ତାଙ୍କର ବଲିଉଡ୍ ହିଟ୍ ଗୀତ ମଧ୍ୟରେ ଥିଲା ତଡ଼ପ୍ ତଡ଼ପ୍(ହମ୍ ଦିଲ ଦେ ଚୁକେ ସନମ୍), ଦସ୍ ବାହାନେ(ଦସ୍), ତୁନେ ମାରି(ଗୁଣ୍ଡେ), ଗୋରି ଗୋରି(ମେଁ ହୁଁ ନା), ତୁ ଜୋ ମିଲା(ବଜରଙ୍ଗୀ ଭାଇଜାନ୍), କ୍ୟା ମୁଝେ ପ୍ୟାର୍ ହୈ( ୱଲମହେ) । କେବଳ ବଲିଉଡ୍ ନୁହେଁ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟମ, ମରାଠି ଏବଂ ବେଙ୍ଗଲୀ ଭାଷାରେ ସେ ଅନେକ ଗୀତ ଗାଇଥିଲେ ।

ତାଙ୍କର ପତ୍ନୀ ଏବଂ ଦୁଇ ସନ୍ତାନ ଅଛନ୍ତି ।

ସୁପ୍ରସିଦ୍ଧ ଗାୟକ କେକେଙ୍କ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । କେକେଙ୍କର ଏଭଳି ମୃତ୍ୟୁକୁ ବଲିଉଡ୍ ର କଳାକାରମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ପ୍ରତିଭାବାନ ଗାୟକଙ୍କ ଅକଳା ନିଧନ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

Previous Post

ପ୍ରଫେସର ସଂଘମିତ୍ରା ମିଶ୍ର ସମ୍ ହସ୍ପିଟାଲର ନୂତନ ଡିନ୍

Next Post

ରାଜନୀତିରେ ୨୫ ବର୍ଷ ପୂରଣ କଲେ ନବୀନ

Next Post
ରାଜନୀତିରେ ୨୫ ବର୍ଷ ପୂରଣ କଲେ ନବୀନ

ରାଜନୀତିରେ ୨୫ ବର୍ଷ ପୂରଣ କଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA