Wednesday, June 24, 2026 02:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜନୀତିରେ ୨୫ ବର୍ଷ ପୂରଣ କଲେ ନବୀନ

by Our Correspondent
01 Jun, 2022- 11:22 PM
in Latest News, News
1 min read
0
ରାଜନୀତିରେ ୨୫ ବର୍ଷ ପୂରଣ କଲେ ନବୀନ

ଭୁବନେଶ୍ୱର: ୧୯୯୭ ମସିହା ଜୁନ୍ ୧ ତାରିଖ । ବାପା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଖାଲି ହୋଇଥିବା ଆସ୍କା ଲୋକସଭା ଆସନରୁ ଉପନିର୍ବାଚନ ଜିତି ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ସାଧାରଣ ଜୀବନରେ ନବୀନଙ୍କର ସେହି ପ୍ରବେଶକୁ ଆଜି ୨୫ ବର୍ଷ ପୂରିଛି । ଏହି ୨୫ ବର୍ଷର ଲମ୍ବା ଯାତ୍ରାରେ ନବୀନ ରଚିଛନ୍ତି ଇତିହାସ । ବିଫଳତାର ସ୍ୱାଦ ଚାଖି ନ ଥିବା ଦେଶର ଅଦ୍ୱିତୀୟ ରାଜନେତା ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପୁଅ ହୋଇଥିଲେ ମଧ୍ୟ ପ୍ରଥମରୁ ରାଜନୀତିରେ ତାଙ୍କର ରୁଚି ନଥିଲା । ବାପାଙ୍କ ମୃତ୍ୟୁ ପରେ ବାଧ୍ୟବାଧକତାରେ ୫୨ ବର୍ଷ ବୟସରେ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର୍ । ୧୯୯୭ ରୁ ୨୦୦୦ ମଧ୍ୟରେ ଦୁଇ ଦୁଇ ଥର ସାଂସଦ ଏବଂ ଥରେ କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଆଉ ୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶାସନଭାର ଗ୍ରହଣ କରିବା ପରେ ପଛକୁ ଚାହିଁନାହାନ୍ତି ନବୀନ । କ୍ରମାଗତ ପାଞ୍ଚ ଥର ହେଲେଣି ମୁଖ୍ୟମନ୍ତ୍ରୀ । ତାଙ୍କର ଲୋକପ୍ରିୟତା, ବ୍ୟକ୍ତିତ୍ୱ ଓ ନେତୃତ୍ୱ ଏତେ ଉଚ୍ଚ ଯେ ୨୫ ବର୍ଷ ଧରି ତାଙ୍କର ପ୍ରତିଦ୍ୱନ୍ଦୀ ବାହାରି ପାରିନାହାନ୍ତି ।

ଦୁଇ ଦଶନ୍ଧୀ ଧରି ରାଜ୍ୟବାସୀଙ୍କ ହୃଦୟରେ ନବୀନ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତାଙ୍କର କଥା କମ୍ ଏବଂ କାମରେ ବିଶ୍ୱାସ ଯୋଗୁଁ ଲୋକମାନଙ୍କ ଦ୍ୱାରା ଆଦୃତ ହୋଇ ରହିଛନ୍ତି । ତାଙ୍କ ନେତୃତ୍ୱରେ ବିଜେଡ଼ି ଏକ ସଫଳ ଆଞ୍ଚଳି ଦଳ ଏବଂ ଦୃଢ଼ ସରକାର ଭାବେ ପ୍ରତିଷ୍ଠା ଲାଭ କରିପାରିଛି । ଲୋକଙ୍କ ବିକାଶ ପାଇଁ ତାଙ୍କର ଦୃଷ୍ଟିଭଙ୍ଗୀ ତାଙ୍କୁ ସ୍ୱତନ୍ତ୍ର ସ୍ଥାନ ଦେଇଛି । ନବୀନଙ୍କ ଦୃଢ଼ ନେତୃତ୍ୱ ଏବଂ ଅତୁଟ ଲୋକପ୍ରିୟତା ଆଜି ଗବେଷଣାର ବିଷୟବସ୍ତୁ ପାଲଟିଛି ।

ରାଜନୀତିରେ ନବୀନଙ୍କ ୨୫ ବର୍ଷ ପୂର୍ତ୍ତି ପାଇଁ ତାଙ୍କୁ ଆଜି ଅଜସ୍ର ଶୁଭେଚ୍ଛା ମିଳିଛି । ନବୀନ ନିବାସରେ ଦଳୀୟ ସହଯୋଗୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି କହିଛନ୍ତି, ଓଡ଼ିଶାବାସୀଙ୍କ ସେବାରେ ୨୫ ବର୍ଷ ପୂରଣ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି । ସମାଜର ତୃଣମୂଳସ୍ତରରେ ଥିବା ଲୋକର କଲ୍ୟାଣ ଓ ଉନ୍ନତି ପାଇଁ ଆପଣଙ୍କ ନିଷ୍ଠା ଏବଂ ସମର୍ପଣ ଭାବ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ ।

Previous Post

ମୃତ୍ୟୁ ଏମିତି ବି ଆସେ…

Next Post

ଅସହାୟ ବୃଦ୍ଧଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

Next Post
ଅସହାୟ ବୃଦ୍ଧଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

ଅସହାୟ ବୃଦ୍ଧଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA