Wednesday, June 24, 2026 04:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅସହାୟ ବୃଦ୍ଧଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

by Our Correspondent
01 Jun, 2022- 11:29 PM
in News
1 min read
0
ଅସହାୟ ବୃଦ୍ଧଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ୭୯ ବର୍ଷ ବୟସରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ତାଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା । ସେହିଦିନ ଠାରୁ ସେ ନଇଁ ନଇଁ ଚାଲୁଛନ୍ତି । ସେ ଆଉ କେହି ନୁହନ୍ତି, ପରିଣତ ବୟସରେ ପାଦ ଥାପିଥିବା ଇମ୍ଫା କମ୍ପାନୀର ଅବସରପ୍ରାପ୍ତ ପି. ଆର. ଓ ପ୍ରେମାନନ୍ଦ ନାୟକ । ତାଙ୍କର ଅସହାୟତା ସମ୍ପର୍କରେ ଅବଗତ ହେଲା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ।

ସୂଚନାନୁସାରେ, ଭୁବନେଶ୍ୱରସ୍ଥିତ ଝାରପଡ଼ା ଅଞ୍ଚଳର ବାସିନ୍ଦା ପ୍ରେମାନନ୍ଦ ନାୟକ ଇମ୍ଫା କମ୍ପାନୀରେ କିଛି ବର୍ଷ ପୂର୍ବେ ପି.ଆର.ଓ ଭାବେ କାମ କରୁଥିଲେ । ଗତ ୨୦୦୧ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ । ସେ ଦିନେ ବଜାରରୁ ଘରକୁ ଫେରୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା । ସେହିଦିନ ଠାରୁ ସେ ନଇଁ ନଇଁ ଚାଲୁଛନ୍ତି । ତାଙ୍କର କହିବାନୁସାରେ, ସେ ଦୈନିକ ୧୩ ରୁ ୧୪ଟି ଖବରକାଗଜ ପଢନ୍ତି ଓ ସେ ଖବରକାଗଜମାନଙ୍କରୁ ହିଁ ଓଡ଼ିଶା ମୋ ପରିବାରର ସମାଜସେବା କାର୍ଯ୍ୟକ୍ରମ ବିଷୟରେ ଜାଣିବାକୁ ପାଇଥିଲେ । ସେ ଓଡ଼ିଶା ମୋ ପରିବାରର ସମସ୍ତ କର୍ମକର୍ତ୍ତାଙ୍କ ବିଷୟରେ ସୂଚନା ରଖିଛନ୍ତି ।

ଗତ ମେ’ ୨୦ ତାରିଖରେ ସେ ଓଡ଼ିଶା ମୋ ପରିବାର କାର୍ଯ୍ୟାଳୟକୁ ଆସି ତାଙ୍କ ମେରୁଦଣ୍ଡରେ ଭୋଗୁଥିବା ଯନ୍ତ୍ରଣା ବିଷୟରେ କହିଥିଲେ ଏବଂ ତାଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାରେ ସାହାଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ହେଲ୍ପଡ଼େସ୍କ ସହଯୋଗୀ ରଶ୍ମୀ ରଞ୍ଜନଙ୍କ ମାଧ୍ୟମରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଦେଖିବା ପରେ, ସେ ପ୍ରାପ୍ତ ବୟସରେ ପହଞ୍ଚିଥିବାରୁ ଅପରେସନ ନ କରିବାକୁ ପରାମର୍ଶ ଦେଇଥିଲେ । ଅପରେସନ କଲେ ତାଙ୍କ ଜୀବନ ଉପରେ ବିପଦ ଆସିପାରେ ବୋଲି ଡାକ୍ତର କହିଥିଲେ । ଏହାପରେ ତାଙ୍କୁ କିଛି ମେଡ଼ିସିନ ଖାଇବା ସହ ଅଣ୍ଟାରେ ଏକ ବେଲ୍ଟ ବାନ୍ଧିବାକୁ ପରାମର୍ଶ ଦେଇଥିଲେ ଓ ପ୍ରତିଦିନ ବ୍ୟାୟାମ କରିବାକୁ କହିଥିଲେ । ଓଡ଼ିଶା ମୋ ପରିବାର ପକ୍ଷରୁ ତାଙ୍କୁ ହସ୍ପିଟାଲରେ ସମସ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ଏବଂ ତାଙ୍କ ଅଣ୍ଟାର ମାପ ନିଆଯାଇ ଏକ ବେଲ୍ଟ ପ୍ରଦାନ କରାଯାଇଥିଲା ।

ନିଜ ପରିବାର ସଦସ୍ୟମାନଙ୍କ ଭଳି ତାଙ୍କୁ ସାହାଯ୍ୟ ଯୋଗାଇ ଦେଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ ।

Previous Post

ରାଜନୀତିରେ ୨୫ ବର୍ଷ ପୂରଣ କଲେ ନବୀନ

Next Post

ପଞ୍ଚାୟତ ପ୍ରତିନିଧିଙ୍କୁ ଦିଗଦର୍ଶନ ଦେଲେ ନବୀନ

Next Post
ପଞ୍ଚାୟତ ପ୍ରତିନିଧିଙ୍କୁ ଦିଗଦର୍ଶନ ଦେଲେ ନବୀନ

ପଞ୍ଚାୟତ ପ୍ରତିନିଧିଙ୍କୁ ଦିଗଦର୍ଶନ ଦେଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA