ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ’ ପକ୍ଷରୁ ୩ ଟି ସିଏସ୍ଆର୍ ସମ୍ମାନ ପ୍ରଦାନ କରାଯାଇଛି । ଗତ ରବିବାର ଦିନ ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍ଆର୍ ସମ୍ମାନ ଉତ୍ସବରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।
ସୋଆ ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ୨୦୨୪ ନିମନ୍ତେ ‘ସିଏସ୍ଆର୍ ଏକ୍ସିଲେନ୍ସ ଇନ୍ ଏଜୁକେସନ୍’ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି – ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)କୁ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ‘ସିଏସ୍ଆର୍ ଟପ୍ ଲିଡିଂ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସମ୍ମାନରେ ଭୂଷିତ କରାଯାଇଛି ।
ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ – ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟକୁ ‘ସିଏସ୍ଆର ଟପ୍ ହୋଟେଲ ମ୍ୟାନେଜମେଂଟ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ହୋଟେଲ୍ ଲି ମେରିଡିଏନ୍ ଠାରେ ଆୟୋଜିତ ଏହି ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଅଫିସର-ଅନ୍-ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ସିଏସ୍ଆର୍ର ଅଧ୍ୟକ୍ଷ ଡକ୍ଟର ଏସ୍.କେ ସଚଦେବଙ୍କ ଠାରୁ ଏହି ୩ଟି ସମ୍ମାନ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦୦ଟି ଶିକ୍ଷାନୁଷ୍ଠାନ ସାମିଲ ହୋଇଥିଲେ ।