ଭୁବନେଶ୍ୱର : ସମ୍ନାନଜନକ ଟାଇମ୍ସ ହାଇଅର ଏଡୁକେସନ (ଟିଏଚଇ ) ୱାର୍ଲଡ ୟୁନିଭର୍ସିଟି ରାକିଂଙ୍ଗ୍ ରେ କ୍ରମାଗତ ଦ୍ଵିତୀୟ ବର୍ଷ ଲାଗି ଇଞ୍ଜିନିଅରିଂ ଓ ଟେକ୍ନୋଲୋଜ୍ଜି ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ 601 -800 କାଟେଗୋରୀରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ | ବୁଧବାର ପ୍ରକାଶିତ ଏହି ରାକିଂଙ୍ଗ୍ ରେ କ୍ଲିନିକାଲ, ପ୍ରି କ୍ଲିନିକାଲ ଓ ହେଲଥ କାଟେଗୋରୀରେ ସୋଆ 601+ ବ୍ରାକେଟରେ ସ୍ଥାନ ପାଇଛି | ପୂର୍ବରୁ ଟିଏଚଇ ୱାର୍ଲଡ ରାଙ୍କୀଙ୍ଗରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ 1001 ପ୍ଲସ କାଟାଗୋରୀରେ ସ୍ଥାନ ପାଇଥିଲା ସୋଆ | ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା କୁ ନେଇ ଶିକ୍ଷା ପ୍ରଦାନ, ଗବେଷଣା, ସନ୍ଦର୍ଭ, ଶିଳ୍ପ ସଂଶ୍ଲିଷ୍ଟ ଆୟ ଓ ଅନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ମାପଦଣ୍ଡ କୁ ଆଧାର କରି ଏହି ରାକିଂଙ୍ଗ୍ ପ୍ରସ୍ତୁତ କରାଯାଇଛି |
ସୋଆ ଅଧୀନରେ ନଅ ଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଚଳିତବର୍ଷ ନାସନାଲ ଇନ୍ଷ୍ଟିଚ୍ୟୁସନାଲ ରାକିଂଙ୍ଗ୍ ଫ୍ରେମୱାର୍କ (ଏନଆଇଆରଏଫ ) 2020ରେ ଦେଶର 20ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି ସୋଆ | ସେହିପରି ଏହାର ମେଡିକାଲ ସାଇନ୍ସ ଫାକଲ୍ଟି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ 23 ତମ ସ୍ଥାନ, ଇଂଜିନିୟରିଂ ଫାକଲ୍ଟି ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର ) 34 ତମ ସ୍ଥାନ ଏବଂ ଫାକଲ୍ଟି ଅଫ ଡେଣ୍ଟାଲ ସାଇନସେସ ଏନଆଇଆରଏଫ ରାକିଂଙ୍ଗ୍ ରେ ଦେଶରେ 12ତମ ସ୍ଥାନ ହାସଲ କରିଛି |