Thursday, June 25, 2026 12:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଘମାଘୋଟ ଯୁଦ୍ଧ ବେଳେ ସେନାପତି ଅନ୍ତର୍ଦ୍ଧାନ

ବାଲେଶ୍ୱରରେ କରୋନା, ଦିଲ୍ଲୀରେ ହୋମ୍ ଆସୋଲେସନ୍!

by Our Correspondent
30 Oct, 2020- 11:15 AM
in Latest News, News, Politics
1 min read
0
ଘମାଘୋଟ ଯୁଦ୍ଧ ବେଳେ ସେନାପତି ଅନ୍ତର୍ଦ୍ଧାନ

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପାଇଁ ଏବେ ଘମାଘୋଟ ଲଢ଼େଇ । ବାଜି ଜିତିବା ପାଇଁ ଜାନ୍ ଲଗାଇଛନ୍ତି ନେତା ଓ କର୍ମୀ । ବିଜେଡ଼ି ଓ ବିଜେପି ମଧ୍ୟରେ କର ବା ମର ପରିସ୍ଥିତି । ଏହି ଘମାଘୋଟ ଯୁଦ୍ଧରେ କଂଗ୍ରେସ କିନ୍ତୁ ପଛରେ ପଡିଯାଇଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ସଚ୍ଚା ନେତା ଓ କର୍ମୀ ଖଟୁଥିଲେ ମଧ୍ୟ ଯୁଦ୍ଧର ସେନାପତି ରଣକ୍ଷେତ୍ର ଛାଡ଼ିଛନ୍ତି । ଭୋଟ ୫ ଦିନ ପୂର୍ବରୁ ସେନାପତି କାହାରିକୁ ନ ଜଣାଇ ଦିଲ୍ଲୀ ପଳାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଯେଉଁ ସେନାପତିଙ୍କ କଥା କୁହାଯାଉଛି ସେ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୁପୁତ୍ର ନବଜ୍ୟୋତି ଓରଫ୍ ସୁଲିଆ ପଟ୍ଟନାୟକ । ଦୁଇବର୍ଷ ହେଲା ବାଲେଶ୍ୱର କଂଗ୍ରେସର କର୍ଣ୍ଣଧାର ସାଜିଥିବା ସୁଲିଆ ଉପନିର୍ବାଚନ ଦିନ ଘୋଷଣା ପରଠୁ ବାଲେଶ୍ୱରରେ ରହି ସବୁକିଛି ପରିଚାଳନା କରୁଥିଲେ । ପ୍ରାର୍ଥୀ ଚୟନ ଦାୟିତ୍ୱଠାରୁ ଆରମ୍ଭ କରି ଦଳୀୟ ପାଣ୍ଠି ପରିଚାଳନା ଓ ପ୍ରଚାରର ସେ ଥିଲେ ମଙ୍ଗ । ମାତ୍ର ୨୭ ତାରିଖରୁ ତାଙ୍କୁ ଆଉ ଦେଖିବାକୁ ମିଳିଲାନି । ସେ କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ୍ କରି ଜଣାଇଲେ ଏବଂ ଭୁବନେଶ୍ୱର ବାସଭବନରେ ହୋମ୍ ଆଇସୋଲେସନରେ ଥିବା ଜଣାଇଲେ ।

ତେବେ ସୁଲିଆ ବାସ୍ତବରେ ଭୁବନେଶ୍ୱରରେ ନାହାନ୍ତି । କାହାରିକୁ ନଜଣାଇ ସେ ଦିଲ୍ଲୀ ପଳାଇଥିବା ଖବର ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ବାଲେଶ୍ୱର ନିର୍ବାଚନ ଦାୟିତ୍ୱରେ ଥିବା ସୁଦର୍ଶନ ଦାସ ଓ ସତ୍ୟଶିବ ଦାଶଙ୍କ ଭଳି ବରିଷ୍ଠ ସହଯୋଗୀମାନେ ମଧ୍ୟ ତାଙ୍କର ଟେର୍ ପାଇନାହାନ୍ତି । ଆଗକୁ ନିର୍ବାଚନ ଥିବା ବେଳେ କେଉଁ ପରିସ୍ଥିତିରେ ସୁଲିଆ ଓଡ଼ିଶାରୁ ଅନ୍ତର୍ଦ୍ଧାନ ହୋଇଗଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । କୋଭିଡ୍ ଆଳରେ ବାଲେଶ୍ୱର ମଇଦାନ ଛାଡ଼ିବା ପଛରେ ଏକ ବିରାଟ ଡିଲ୍ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି ।

ନିଜେ ସୁଲିଆ ପଟ୍ଟନାୟକ ଏହି ଚର୍ଚ୍ଚାକୁ ଖୋରାକ୍ ଦେଇଛନ୍ତି । ସେ କୋଭିଡ୍ ରେ ଆକ୍ରାନ୍ତ ହୋଇ ମଧ୍ୟ ହସ୍ପିଟାଲ୍ ଯିବାର ଆବଶ୍ୟକତା ପଡ଼ି ନ ଥିଲା ବେଳେ କାହାରିକୁ ନ ଜଣାଇ ହଠାତ୍ ଦିଲ୍ଲୀ ଚାଲିଗଲେ କାହିଁକି? ଯଦି କୋଭିଡ୍ ରେ ଆକ୍ରାନ୍ତ, ଫ୍ଲାଇଟ୍ ରେ ଯାତ୍ରା କରି ଭାଇରସ୍ ବାଣ୍ଟିଲେ ନାହିଁ କି? ଆଗକୁ ଉପନିର୍ବାଚନ ଥିବାରୁ ବାଲେଶ୍ୱର କିମ୍ବା ଭୁବନେଶ୍ୱରରେ ରହି ନିର୍ବାଚନ ପରିଚାଳନା କରିବାରେ କ’ଣ ଅସୁବିଧା ଥିଲା?

ସେ ଯାହା ବି ହେଉ, ସୁଲିଆଙ୍କ ଏହି ଅନ୍ତର୍ଦ୍ଧାନ ବାଲେଶ୍ୱରରେ କଂଗ୍ରେସ ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗିଦେଇଛି । ଦଳର ଦୁର୍ବଳ ସ୍ଥିତିକୁ ଏହା ଆହୁରି ଦୁର୍ବଳ କରିଛି । ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, କଂଗ୍ରେସ ଏବେ ବିଜେଡ଼ି ଓ ବିଜେପି ସହିତ ଲଢ଼ିବା ଅବସ୍ଥାରେ ନାହିଁ । ବରଂ ବେଣୁ ମଉସାଙ୍କୁ ଚେକ୍ ଦେଇ ତୃତୀୟ ସ୍ଥାନରେ ରହିଲେ ଦଳର ଇଜ୍ଜତ ବଞ୍ଚନ୍ତା ବୋଲି ସେ କହିଛନ୍ତି ।

ନବଜ୍ୟୋତି ଓରଫ୍ ସୁଲିଆ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଆମେ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ ।

Previous Post

ଟାଇମ୍ସ ହାଇଅର ଏଡୁକେସନ ରାକିଂଙ୍ଗ୍ ରେ ସୋଆ

Next Post

ଭୁବନେଶ୍ୱରରେ ୫୦% ଲୋକଙ୍କଠାରେ ଆଣ୍ଟିବଡି

Next Post
ଭୁବନେଶ୍ୱରରେ ୫୦% ଲୋକଙ୍କଠାରେ ଆଣ୍ଟିବଡି

ଭୁବନେଶ୍ୱରରେ ୫୦% ଲୋକଙ୍କଠାରେ ଆଣ୍ଟିବଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA