Friday, June 26, 2026 10:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋଆ ପକ୍ଷରୁ ‘ସାରୋଳଦାସ ମହାଭାରଥ’ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ

by Our Correspondent
14 Apr, 2021- 11:17 PM
in Latest News, News
1 min read
0
ସୋଆ ପକ୍ଷରୁ ‘ସାରୋଳଦାସ ମହାଭାରଥ’ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ

ଭୁବନେଶ୍ୱର : ପଂଚଦଶ ଶତାବ୍ଦୀର ଆଦିକବି ସାରଳା ଦାସଙ୍କ ଦ୍ୱାରା ରଚିତ ‘ସାରୋଳଦାସ ମହାଭାରଥ‘ ମହାକାବ୍ୟର ଦୁଇଟି ପର୍ବର ପାଠ ଆଧାରିତ ସଂସ୍କରଣ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ଲୋକାର୍ପିତ ହୋଇଯାଇଛି ।

ଆଦିକବି ଭାବେ ପରିଚିତ ସାରଳା ଦାସଙ୍କ ଏହି ମହାକାବ୍ୟରୁ ଆଧାରିତ ଶେଷ ଦୁଇଟି ପର୍ବ ‘ମୁସଳୀ’ ଏବଂ ‘ସ୍ୱର୍ଗାରୋହଣ’ ସଂସ୍କରଣର ଲୋକାର୍ପଣ ବିଶିଷ୍ଟ ଶିକ୍ଷାବିତ ତଥା ଭାଷାବିତ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦ୍ୱାରା ସୋଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ସୋଆର ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହ ସାରଳା ଦାସଙ୍କର ଏହି ମହାକାବ୍ୟ ସେ ସମୟର ଜନଜୀବନର ଏକ ଚିତ୍ର ପ୍ରଦାନ କରେ ବୋଲି କହିଥିଲେ । ଏହା ସୋଆର ଏକ ଉଚ୍ଚ କୋଟୀର କାର୍ଯ୍ୟ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟ ଉଦ୍ୟମକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏହାର ଡିଜିଟାଲ୍ ସଂସ୍କରଣର ମଧ୍ୟ ଉନ୍ମୋଚନ କରିଥିଲେ ।

ଏହି ମହାକାବ୍ୟର ୧୮ଟି ପର୍ବର କ୍ରିଟିକାଲ୍ ଏଡିସନ ଅର୍ଥାତ୍ ପାଠ ଆଧାରିତ ସଂସ୍କରଣ ମଧ୍ୟ ଆଗାମୀ ଦିନରେ ପ୍ରକାଶନ କରାଯିବ ।

ସୋଆର ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ଡ. ପଟ୍ଟନାୟକ କହିଥିଲେ ଯେ ଯଦିଓ ଏହା ଏକ କଷ୍ଟକର କାର୍ଯ୍ୟ ତେବେ ସାରଳା ଦାସଙ୍କର ଏହି ବିଶାଳ କାର୍ଯ୍ୟକୁ ବିଶ୍ୱବାସୀଙ୍କ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି । ଏଥି ସହିତ ସେ ସାରଳା ଦାସଙ୍କ ଜନ୍ମସ୍ଥାନ ଏବଂ କେଉଁ ଶତାବ୍ଦୀରେ ସେ ଜନ୍ମ ହୋଇଥିଲେ ସେ ନେଇ ଅଧିକ ଗବେଷଣା କରିବା ଦରକାର ବୋଲି କହିଥିଲେ । ଆଦିକବି ସାରଳା ଦାସ ନବମ-ଦଶମ ଶତାବ୍ଦୀ ସମୟରେ ନା ପଂଚଦଶ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ ଓ କାର୍ଯ୍ୟ କରିଥିଲେ ତାହା ବର୍ତମାନ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିଥିଲେ ।

ପ୍ରଫେସର ଗୌରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଏବଂ ଡ. ଭାଗ୍ୟଲକ୍ଷ୍ମୀ ମଲ୍ଲଙ୍କୁ ନେଇ ଗଠିତ ତିନି ଜଣିଆ ସମ୍ପାଦକୀୟ ମଣ୍ଡଳୀ ଏହି କ୍ରିଟିକାଲ୍ ଏଡିସନ ଅର୍ଥାତ୍ ପାଠ ଆଧାରିତ ସଂସ୍କରଣର ସମ୍ପାଦନା କରିଛନ୍ତି ।

ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ତଥା ଲେଖକ ଡ. ଅସିତ ମହାନ୍ତି ଓ ବିପିୟୁଟିର ପୂର୍ବତନ କୂଳପତି ତଥା ଲେଖକ ପ୍ରଫେସର ଓଁକାରନାଥ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ ।

ସମ୍ପାଦକୀୟ ମଣ୍ଡଳୀର ସଦସ୍ୟ ପ୍ରଫେସର ଗୌରାଙ୍ଗ ଚରଣ ଦାସ କହିଥିଲେ ଯେ ସାରଳା ଦାସଙ୍କୁ ପଂଚଦଶ ଶତାବ୍ଦୀର କବି ଭାବେ ସାଧାରଣତଃ ଗ୍ରହଣ କରାଯାଏ ଏବଂ ତାଙ୍କ ଦ୍ୱାରା ଲିଖିତ “ବିଚତ୍ର ରାମାୟଣ’ ଏବଂ “ଚଣ୍ଡୀ ପୁରାଣ’ର ପୋଥି ମଧ୍ୟ ଉପଲବ୍ଧ । “ମହାଭାରଥ’ ୧୮୯୮ ଏବଂ ୧୯୨୭ ମଧ୍ୟରେ ୪ ଟି ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଥିବା ବେଳେ ଏହା ୧୯୬୦ ଦଶକରେ ବିଶିଷ୍ଟ ଓଡ଼ିଆ ଶିକ୍ଷାବିତ ସ୍ୱର୍ଗତ ଆର୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ହୋଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା ।

ସମ୍ପାଦକୀୟ ମଣ୍ଡଳୀ ଉନବିଂଶ ଶତାବ୍ଦୀର ୨୦ଟି ପାଣ୍ଡୁଲିପିକୁ ରାଜ୍ୟ ସଂଗ୍ରାହାଳୟ, ଜାତୀୟ ସଂଗ୍ରହାଳୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସଂଗ୍ରହ କରିଛନ୍ତି । ଏହି ନୂଆ ସଂସ୍କରଣଟିରେ ୫୦୦ ରୁ ୬୦୦ ବର୍ଷ ପୁରାତନ ଶବ୍ଦ ବ୍ୟବହାର କରାଯିବ ସହ ଗଭୀର ବିଶ୍ଳେଷଣ କରାଯାଇ ପ୍ରସ୍ତୁତ କରାଯାଇଛି । ଡିଜିଟାଲ ସଂସ୍କରଣରେ ଯେଉଁ ହସ୍ତଲିପି ବ୍ୟବହାର କରାଯାଇଛି ତାହା ପାଠକ ମାନଙ୍କୁ ନିଜେ ନିଜର ଲେଖା ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବ ବୋଲି ପ୍ରଫେସର ଦାସ କହିଥିଲେ ।

ଡ. ଅସିତ ମହାନ୍ତି ପ୍ରକାଶନ ସମ୍ପର୍କରେ ଅଧିକ ଆଲୋଚନା କରିବା ସହ ସୋଆର ଏହି ପଦକ୍ଷେପ ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ । ବିଶିଷ୍ଟ ଓଡ଼ିଆ ଲେଖକ ତଥା ଗବେଷକ ସ୍ୱର୍ଗତ ଗୋପୀନାଥ ମହାନ୍ତିଙ୍କର ଏହି ମହାକାବ୍ୟକୁ ନେଇ ଲେଖିଥିବା ସନ୍ଦର୍ଭ ସମ୍ପର୍କରେ ଆଲୋଚନା କରି ଡ. ମହାନ୍ତି କହିଥିଲେ ଯେ ଆମେ ଏହି କବିଙ୍କ ସମ୍ପର୍କରେ ଅଧିକ ଜାଣିବାର ଆବଶ୍ୟକତା ରହିଛି ।

ପ୍ରଫେସର ମହାନ୍ତି ମଧ୍ୟ ସ୍ୱର୍ଗତ ମହାନ୍ତିଙ୍କର କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ ୧୯୫୬ରୁ ୧୯୫୮ ମଧ୍ୟରେ ସେ ସାରଳା ଦାସଙ୍କ ସମ୍ପର୍କରେ ୯ଟି ସନ୍ଦର୍ଭ ଲେଖିଥିଲେ । ସେ ପାଣ୍ଡୁଲିପିରେ ଥିବା ଏହି ମହାକାବ୍ୟର ୧୦୦ଟି ପୃଷ୍ଠାକୁ ଇଂରାଜୀରେ ଅନୁବାଦ କରିଥିଲେ ବୋଲି ପ୍ରଫେସର ମହାନ୍ତି କହିଥିଲେ ।

ସୋଆ ପରିଚାଳିତ ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ସୋଆର ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Previous Post

କ୍ୟାନସର ହସ୍ପିଟାଲ୍, ପାଲିଏଟିଭ୍ କେୟାର ସେଣ୍ଟର ପାଇଁ ଏମଓୟୁ

Next Post

ମାଟ୍ରିକ୍, +୨ ପରୀକ୍ଷା ସ୍ଥଗିତ

Next Post
ମାଟ୍ରିକ୍, +୨ ପରୀକ୍ଷା ସ୍ଥଗିତ

ମାଟ୍ରିକ୍, +୨ ପରୀକ୍ଷା ସ୍ଥଗିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA