ଭୁବନେଶ୍ୱର: ଦୀର୍ଘ ବର୍ଷେ ହେଲା ଖାଲିପଡ଼ିଥିବା ମହିଳା କମିସନ ଅଧ୍ୟକ୍ଷ ପଦ ପୂରଣ କରିଛନ୍ତି ମୋହନ ସରକାର । ଶ୍ରୀମତୀ ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିସନ ର ନୂଆ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେଇଛନ୍ତି । କମିସନରେ ୪ ଜଣ ନୂଆ ସଦସ୍ୟାଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ଶ୍ରୀମତୀ ପ୍ରତିଭା ଶତପଥୀ, ଶ୍ରୀମତୀ ଉର୍ମିଳା ମହାପାତ୍ର, ଶ୍ରୀମତୀ କଳ୍ପନା ମଲ୍ଲିକ ଏବଂ ଶ୍ରୀମତୀ ମୁକ୍ତା ସାହୁ ।
ସେହିଭଳି ଶିଶୁ ଅଧିକାର ସୁରକ୍ଷା ସେଲର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି ଶ୍ରୀମତୀ ବବିତା ପାତ୍ର । କମିସନରେ ୬ ଜଣ ସଦସ୍ୟାଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ସୁକେଶ ସିଂ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ ଏବଂ ସୁଜାତା ନାୟକ ।