Saturday, June 27, 2026 08:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଆପ୍’ ମୁହାଁ ବିଜେପି ନେତା !

ଚର୍ଚ୍ଚାରେ ବୈଜୟନ୍ତ, ଅପରାଜିତା

by Our Correspondent
20 Aug, 2022- 05:39 PM
in Latest News, News, Politics
1 min read
0
‘ଆପ୍’ ମୁହାଁ ବିଜେପି ନେତା !

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ଉଧେଇବ ନା ନାଇଁ ତାହା ପର କଥା । ମାତ୍ର ବର୍ତ୍ତମାନର ସ୍ଥିତିରେ ଦଳରେ ନିଜର ଭବିଷ୍ୟତ ଦେଖିପାରୁନାହାନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ବିରୋଧୀ । ଧର୍ମେନ୍ଦ୍ରଙ୍କ ପ୍ରତିପତ୍ତି ଜାହିର ଏବଂ ଓଡ଼ିଶା ପ୍ରଭାରୀ ଭାବେ ସୁନୀଲ ବଂଶଲଙ୍କ ନିଯୁକ୍ତି ସେମାନଙ୍କର ଆଶାକୁ ମଉଳାଇ ଦେଇଛି । ଅମିତ ଶାହା-ସୁନୀଲ ବଂଶଲ-ଧର୍ମେନ୍ଦ୍ର ପ୍ରଧାନଙ୍କ ଛାଇରେ ସେମାନେ ବିଲକୁଲ୍ ଉଧେଇ ପାରିବେ ନାହିଁ ବୋଲି ନିଶ୍ଚିତ ହୋଇଗଲେଣି । ତେଣୁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସୁରକ୍ଷିତ ଜାଗା ଖୋଜିବା ଆରମ୍ଭ କରିଛନ୍ତି । ଆମ୍ ଆଦମୀ ପାର୍ଟି ‘ଆପ୍’ ର ଉଜ୍ଜଳ ସମ୍ଭାବନା ଭାବି କିଛି ସେୟାଡକୁ ଯିବା ପାଇଁ ମନ ବଳାଇଛନ୍ତି ।

‘ଆପ୍’ ମୁହାଁ ସମ୍ଭାବ୍ୟ ବିଜେପି ନେତାଙ୍କ ଭିତରେ ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ସର୍ବାଗ୍ରେ ଥିବା ଚର୍ଚ୍ଚା ହେଉଛି । ସେମାନେ କୁଆଡ଼େ ଏଥିପାଇଁ ଭିତିରିଆ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଦିଲ୍ଲୀରେ ବିଭିନ୍ନ ପ୍ରେସର୍ ଗ୍ରୁପ୍ କୁ ସେଥିପାଇଁ ବ୍ୟବହାର କରାଯାଉଛି । ଓଡ଼ିଶାରେ ଆପ୍ ର ଆକ୍ସନ୍ ପ୍ଲାନ୍, ନବୀନ ପଟ୍ଟନାୟକଙ୍କ ଦୃଢ଼ ବିକଳ୍ପ ଖୋଜା ଚାଲିଥିବାରୁ ଉଭୟ ଏହାକୁ ସୁଯୋଗ ବୋଲି ଧରିନେଇଥିବା କୁହାଯାଉଛି ।

ତେବେ ବୈଜୟନ୍ତ ଓ ଅପରାଜିତାଙ୍କ ନାଁ ଚର୍ଚ୍ଚାରେ କାହିଁକି?

ରାଜନୈତିକ ସମୀକ୍ଷକଙ୍କ ମତରେ ବୈଜୟନ୍ତ ଏବେ ଚାରିଆଡୁ ନିରାଶ ହୋଇଯାଇଛନ୍ତି । ବିଜେଡିରେ ଥିଲାବେଳେ ନବୀନଙ୍କ ପରେ ସେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହି ସ୍ୱପ୍ନ ତାଙ୍କୁ ବିଜେଡିରୁ ତଡ଼ିଦେଲା । ବିଜେପିରେ ଯୋଗଦେଇ କେନ୍ଦ୍ରାପଡ଼ାରୁ ପୁଣି ଲଢ଼ିଲେ, ମାତ୍ର ଜିତିପାରିଲେ ନାହିଁ । ରାଜ୍ୟସଭା ଯିବା ପାଇଁ ଉଦ୍ୟମ କରିଥିଲେ । ସେଥିରେ ମଧ୍ୟ ଫେଲ୍ ହୋଇଛନ୍ତି । ନାମକୁ ମାତ୍ର ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ତାଙ୍କୁ ଥଇଥାନ କରାଯାଇଛି । ହେଲେ ପାୱାର୍ ନାହିଁ । ଦିଲ୍ଲୀରେ ତାଙ୍କର ପୂର୍ବ ଛବିି ନାହିଁ କି ଓଡ଼ିଶାରେ ପୂର୍ବ କାଟତି ନାହିଁ । ବିଜେପି ରାଜନୀତିରେ ସେ ପ୍ରାୟ ଅଲୋଡ଼ା ହୋଇଯାଇଛନ୍ତି । ତାଙ୍କୁ କେହି ପଚାରୁନାହାନ୍ତି ।

ସେହିଭଳି ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ସାଂସଦ ହୋଇଥିଲେ ମଧ୍ୟ ମନ ତାଙ୍କର ସନ୍ତୁଷ୍ଟ ନାହିଁ । କାରଣ ବିଜେପିର ସେ ଓଡ଼ିଶା ଫେସ୍ ହେବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହେଉନି । ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାଟତିକୁ ସେ ଆଦୌ ସହ୍ୟ କରିପାରୁନାହାନ୍ତି । ଧର୍ମେନ୍ଦ୍ରଙ୍କ ପାୱାର୍ କୁ ପ୍ରତିହତ କରିବା ପାଇଁ ସେ ସମାନ୍ତରାଳ ସଂଗଠନ କରି ସାରା ରାଜ୍ୟ ବୁଲୁଛନ୍ତି । ବିଜେପି ସଂଗଠନଠାରୁ ସେ ପୃଥକ୍ ରହୁଥିବାରୁ ଦଳରେ ଏକଘରିକିଆ ହୋଇଛନ୍ତି କହିଲେ ଚଳେ । ଆଗାମୀ ଦିନରେ ଧର୍ମେନ୍ଦ୍ର ତାଙ୍କ ପାଇଁ ଆହୁରି ମହଙ୍ଗା ପଡ଼ିବେ ବୋଲି ତାଙ୍କ ବିଶ୍ୱାସ । ଏହି କାରଣରୁ ସେ ବେଳ ଥାଉ ବାଟ କାଟିବାକୁ ହୁଏତ ଚିନ୍ତା କରୁଛନ୍ତି ।

ଯାହା ବି ହେଉ, ବୈଜୟନ୍ତ ଏବଂ ଅପରାଜିତାଙ୍କୁ ଗୋଟିଏ ମୁଦ୍ରାର ଦୁଇ ପାଖ ବୋଲି କୁହାଯାଉଛି । ରାଜନୈତିକ ସମୀକ୍ଷକଙ୍କ ମତରେ ଉଭୟଙ୍କର କାର୍ଯ୍ୟକ୍ରମ, ଅଭିଳାଷ ଏବଂ ସ୍ୱଭାବ ପ୍ରାୟତଃ ସମାନ । ରାଜନୈତିକ ଉଚ୍ଚାକାଂକ୍ଷା ଏବଂ ଅହଂକାରରେ କେହି କାହାରିଠାରୁ କମ୍ ନୁହଁନ୍ତି । ଡ୍ରାମାବାଜି ଏବଂ ନିଜକୁ ପ୍ରଚାର କରାଇବାରେ ଧୂରନ୍ଧର । ଗାଁ ମୁଣ୍ଡରେ ହେଲିକପ୍ଟର ରଖି ବୈଜୟନ୍ତ ଲୋକଙ୍କ ଘରେ ଶାଗ ପଖାଳ ଖାଇବା କି ଗାଁ ସେଲୁନ୍ ରେ ବସି ଚୁଟି କାଟିବାର ଅଭିନୟ ନଜିର ଥିବା ବେଳେ ଅପରାଜିତା ଏବେ ପଛରେ ପଡ଼ିନାହାନ୍ତି । କେଉଁଠି ନାଚିଲେଣି ତ ଆଉ କେଉଁଠି ଚାଷ ଜମିରେ ଧାନ ତଳି ପକାଇବାର ଅଭିନୟ କରି ଟୁଇଟରରେ ଛାଡ଼ିଲେଣି । ସମ୍ଭବତଃ ଉଭୟଙ୍କର ଏହି ସମାନ ଗୁଣ ପରଷ୍ପରକୁ ନିକଟତ୍ତର କରିଛି ।

ଉଭୟଙ୍କର ‘ଆପ୍’ ଯିବା ଉଦ୍ୟମ ସତ ହୋଇଥିଲେ, ଦୁହେଁ ଏକାଠି ହୋଇ ଏହି ନିଷ୍ପତ୍ତି ନେବେ ନା ଆଉ କିଛି.. ତାହା ଦେଖିବାକୁ ସମସ୍ତେ ଉତ୍ସୁକ । ଏ ସମ୍ପର୍କରେ ସୋସିଆଲ୍ ମିଡ଼ିଆରେ ପୂର୍ବରୁ କିଛି ଖବର ଆସିଥିଲେ ମଧ୍ୟ ଉଭୟଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିନାହିଁ । ମାତ୍ର ତାଙ୍କ ଭକ୍ତମାନେ ଏହି ଖବରକୁ ଗୁଜବ ଓ ମନଗଢ଼ା ବୋଲି କହୁଛନ୍ତି ।

ଏ ସମ୍ପର୍କରେ ରାଜ୍ୟ ବିଜେପିର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆମେ କଥା ହୋଇଥିଲୁ । ସେ ସ୍ୱୀକାର କରିଥିଲେ ଯେ ଦଳ ଉପରେ ଖୁସି ନ ଥିବା କିଛି ନେତାଙ୍କର ପ୍ରଥମ ପସନ୍ଦ ହେଉଛି ବିଜେଡି । ହେଲେ ସେଠି ଜାଗା ନ ଥିବାରୁ ଦ୍ୱିତୀୟ ବିକଳ୍ପ ଭାବେ ‘ଆପ୍’ କଥା ଚିନ୍ତା କରୁଛନ୍ତି । ତେବେ ସିଧାସଳଖ ଭାବେ ବୈଜୟନ୍ତ ଓ ଅପରାଜିତାଙ୍କ ଉପରେ ସେ କିଛି କହି ନ ଥିଲେ ।

Previous Post

ଏଏସଓ ପରୀକ୍ଷା ୨୭ରେ

Next Post

ବିଜୁ ଛାତ୍ର ଜନତା ଦଳର ୨୦୬ ଜଣିଆ ଟିମ୍

Next Post
ବିଜୁ ଛାତ୍ର ଜନତା ଦଳର ୨୦୬ ଜଣିଆ ଟିମ୍

ବିଜୁ ଛାତ୍ର ଜନତା ଦଳର ୨୦୬ ଜଣିଆ ଟିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA