Saturday, April 25, 2026 07:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜ୍ଞାପନ ଝାମେଲାରେ ଫସିଗଲେ ସୌମ୍ୟ!

by Our Correspondent
05 Sep, 2023- 10:42 PM
in Latest News, News
1 min read
0
ବିଜ୍ଞାପନ ଝାମେଲାରେ ଫସିଗଲେ ସୌମ୍ୟ!

ଭୁବନେଶ୍ୱର: ‘ସମ୍ବାଦ’ ଖବରକାଗଜକୁ ରାଜ୍ୟ ସରକାର ବିଜ୍ଞାପନ ଦେବା ବନ୍ଦ କରିଛନ୍ତି । ମାଲିକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସ୍ୱାଭାବିକ ଭାବେ ଏହା ବିଚଳିତ କରିଛି । କାରଣ ଲକ୍ଷେ ଦି ଲକ୍ଷର କଥା ନୁହେଁ, ନିର୍ବାଚନ ବର୍ଷରେ କୋଟି କୋଟି ଟଙ୍କା ହାତଛଡ଼ା ହୋଇଯିବ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଚାପସୃଷ୍ଟି ଓ ସମବେଦନା ଯୋଗାଡ଼ ଉଦ୍ୟମରେ ସେ ପୁଣି ଫସି ଯାଇଛନ୍ତି ।

ବିଜ୍ଞାପନ ପାଇଥିବା ଅନ୍ୟ ଖବରକାଗଜକୁ ନିଚ୍ଚା ଦେଖାଇଥିବାରୁ ତାଙ୍କୁ ଭୀଷଣ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ବେଶୀ ତାଙ୍କୁ ଅଡୁଆ ହୋଇଛି ପୁରୁଣା ଆମ ଘରର ହାଲଚାଲ୍ ଲେଖା । କେନ୍ଦ୍ର ବିଜେପି ସରକାରଙ୍କ ବିଜ୍ଞାପନ ତାଙ୍କ ଖବରକାଗଜକୁ ସାମୟିକ ବନ୍ଦ ହେବା ପରିପ୍ରେକ୍ଷୀରେ ମୋଦୀଜୀଙ୍କ ଉଚ୍ଚତା କେତେ ବୋଲି ପ୍ରଶ୍ନ ପଚାରି ପ୍ରଧାନମନ୍ତ୍ରୀଙ୍କୁ ସେ କଟୁ ସମାଲୋଚନା କରିଥିଲେ । ଯାହା ତାଙ୍କ ଉପରେ ଏବେ ସବାର ହୋଇଛି ।

୨୦୧୮ରେ ସୌମ୍ୟ ବାବୁ ବିଜେଡିରେ ଯୋଗଦେଇ ରାଜ୍ୟସଭାକୁ ଯାଇଥିଲେ । ଏହାପରେ ତାଙ୍କ ଖବରକାଗଜ ବିଜେଡି ସରକାରଙ୍କ ସ୍ତୁତିଗାନରେ ଲାଗିପଡ଼ିଥିଲା । ଏହାପୂର୍ବରୁ ପାଖାପାଖି ୧୮ ବର୍ଷ ଧରି ସେ ବିଜେଡି ସରକାର ବିରୋଧରେ ତାଙ୍କ ଖବରକାଗଜକୁ ଅସ୍ତ୍ର କରିଥିଲେ । ତେବେ ଅଚାନକ ବିଜେଡିକୁ ଆସି ଖବରକାଗଜର ସ୍ୱର ବଦଳାଇବା ପରେ କେନ୍ଦ୍ରର ମୋଦୀ ସରକାର ତାଙ୍କ କାଗଜକୁ ବିଜ୍ଞାପନ ବନ୍ଦ କରିଦେଇଥିଲେ । ପ୍ରତିକ୍ରି୍ୟାସ୍ୱରୂପ ତାଙ୍କ ଖବରକାଗଜରେ ସୌମ୍ୟବାବୁ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଲେଖିଥିଲେ ଆମ ଘରର ହାଲଚାଲ । ତାହାପୁଣି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଆଗମନରେ ।

ମୋଦୀଜୀଙ୍କ ଉଚ୍ଚତା କେତେ? ସୌମ୍ୟବାବୁ ତାଙ୍କ ଆଲେଖ୍ୟରେ ସିଧାସଳଖ ଏହି ପ୍ରଶ୍ନଟି ପଚାରିଥିଲେ । ଏହି ପ୍ରଶ୍ନ ପଚାରିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଗମ୍ଭୀର ଟିପ୍ପଣୀ ଦେଇଥିଲେ । ଲେଖିଥିଲେ, ଆମେ ଜାଣୁ ଯେ ତାଙ୍କୁ(ନରେନ୍ଦ୍ର ମୋଦୀ) ଅଡୁଆ ପ୍ରଶ୍ନ ପଚାରିଲେ ସେ କ୍ଷମତାର ନାଲି ଆଖି ଦେଖାନ୍ତି । ନିକଟ ଅତୀତରେ ଜନୈକ ସାମ୍ବାଦିକଙ୍କର କି ଅବସ୍ଥା ହୋଇଛି ତାହା ଆଜି ସାରା ଦେଶରେ ଚର୍ଚ୍ଚା ହେଉଛି ।

ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବର ବିଜ୍ଞାପନକୁ ଅନ୍ୟ ଗଣମାଧ୍ୟମକୁ ଦିଆଯାଇଥିବା ବେଳେ ‘ସମ୍ବାଦ’, ରେଡିଓ ଚକଲେଟ୍ ଓ ‘କନକ ନ୍ୟୁଜ’କୁ ବଞ୍ଚିତ କରାଯାଇଥିବାରୁ ସୌମ୍ୟବାବୁ ସେଥିରେ ଆପତ୍ତି ଉଠାଇ ପ୍ରଧାନମନ୍ତ୍ରୀଙ୍କ ଉପରେ ରକ୍ତ ଚାଉଳ ଚୋବାଇଥିଲେ । ସରକାରୀ ଅର୍ଥକୁ ଏପରି ଖର୍ଚ୍ଚ କରିବାର ଅଧିକାର ମୋଦୀଜୀଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଥିଲେ ।

ବିଜ୍ଞାପନ ନ ପାଇବାର ରାଗ ଏତେ ଯେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଉପରକୁ ମଧ୍ୟ ସେ ଅଙ୍ଗୁଳି ଉଠାଇଥିଲେ । ଅନ୍ୟକୁ ଛୋଟ କରି ନିଜକୁ ବଡ଼ କରିବାର ଚେଷ୍ଟା ଗୋଟିଏ ସୁପୁରୁଷର ଲକ୍ଷଣ ନୁହେଁ । ବିଶାଳ ହୃଦୟ ଓ ଉଚ୍ଚ ମନ କଥା କହୁଥିବା ବ୍ୟକ୍ତି ପକ୍ଷେ ଏହା ଶୋଭନୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ।

ଏବେ ବିଜେଡି ସରକାର ସୌମ୍ୟବାବୁଙ୍କ ମିଡିଆ ସଂସ୍ଥାକୁ ବିଜ୍ଞାପନ ବନ୍ଦ କରିବା ପରେ ରାଜନୀତିର ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡି ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରି ସୌମ୍ୟବାବୁଙ୍କ ସମର୍ଥନରେ ବାହାରିଛି ରାଜ୍ୟ ବିଜେପି । ସତେ ଯେମିତି ଅତୀତରେ ‘ସମ୍ବାଦ’ ଖବରକାଗଜ ପ୍ରତି ମୋଦୀ ସରକାର ଅନ୍ୟାୟ କରିଥିଲେ ବୋଲି ରାଜ୍ୟ ବିଜେପି ସ୍ୱୀକାର କରି ସୌମ୍ୟବାବୁଙ୍କ ପାଖରେ ପ୍ରାୟଶ୍ଚିତ କରୁଛି!

ଏପଟେ ସମ୍ବାଦ କାଗଜକୁ ରାଜ୍ୟ ସରକାରଙ୍କ ବିଜ୍ଞାପନ ବନ୍ଦ ପରେ ସାଥୀ ଗଣମାଧ୍ୟମର ପ୍ରତିବାଦ ଓ ପାଠକଙ୍କ ସହାନୁଭୂତି ଆଶା କରିଥିଲେ ସୌମ୍ୟବାବୁ । ମାତ୍ର ତାହା ବୁମେରାଂ ସଦୃଶ ହୋଇଛି । କାରଣ ନିଜକୁ ଏକ ନମ୍ବର ଖବରକାଗଜ କହି ଅନ୍ୟଙ୍କୁ ନୀଚ୍ଚା ଦେଖାଇବାର ଫଳ ତାଙ୍କୁ ଭୋଗିବାକୁ ପଡୁଥିବା କୁହାଯାଉଛି । ତାଙ୍କର ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥରେ ସାଥୀ ହେବାକୁ କେହି ଚାହିଁନାହାନ୍ତି ।

ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ତଥା ‘ନିର୍ଭୟ’ର ସମ୍ପାଦକ ନବୀନ ଦାସଙ୍କର ଏକ ଫେସବୁକ୍ ପୋଷ୍ଟ ଚର୍ଚ୍ଚାର ବିଷୟ ହୋଇଛି । ସେ ଲେଖିଛନ୍ତି, ନିର୍ଭୟକୁ ୭ ବର୍ଷ ବିଜ୍ଞାପନ ମିଳିନି । ହକି ବିଜ୍ଞାପନ ଗୋଟିଏ ବି ମିଳିନାହିଁ । ନିର୍ଭୟର କେହି ବିମାନରେ ଖେଳ ଦେଖିବାକୁ ଯାଇନାହାନ୍ତି । କିନ୍ତୁ ନା ଆମେ କାନ୍ଦିଛୁ ନା ଆମ ଲାଗି କେହି ପାଟି ଫିଟେଇଛନ୍ତି ।

ସମାଜର ପୂର୍ବତନ ସମ୍ପାଦକ ବାମାପଦ ତ୍ରିପାଠୀ ତାଙ୍କ ଫେସବୁକ୍ ରେ ଜଣାଇ ଦେଇଛନ୍ତି ଯେ ମାସେ ହେଲା ‘ସମାଜ’ କୁ କେନ୍ଦ୍ରର ବିଜ୍ଞାପନ ବନ୍ଦ ହୋଇଛି ।

ଅନ୍ୟପକ୍ଷରେ ସମ୍ବାଦ ପରିବାରର ଜଣେ ଘନିଷ୍ଠ ସହଯୋଗୀ ଶ୍ରୀମତୀ ଶୁଭଶ୍ରୀ ଲେଙ୍କା ଗୁରୁ ଦିବସରେ ‘ଗୁରୁ’ ସୌମ୍ୟବାବୁଙ୍କ ପ୍ରତି ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ଫେସବୁକ୍ ରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି । ନାଁ ନ ନେଇ ସେ ଲେଖିଛନ୍ତି, ‘ସମ୍ବାଦ’ ସଂସ୍ଥା ଓ ଏହାର ମୁଖ୍ୟ ଓଡ଼ିଶା ଓ ଓଡିଆମାନଙ୍କର ସ୍ୱାର୍ଥ ପାଇଁ ସବୁବେଳେ ପକ୍ଷଭୁକ୍ତ ରହି ଆସିଛନ୍ତି । ସେଥିପାଇଁ ସାରା ଓଡ଼ିଶାର ଜନଜୀବନରେ ତାଙ୍କର ସ୍ୱତନ୍ତ୍ର ପରିଚୟ । ‘ବର୍ଷା ଯୁଆଡ଼େ ଛତା ସିଆଡେ’ କରିନାହାନ୍ତି । ସେଥିପାଇଁ ଯେଉଁ ମୂଲ୍ୟ ଦେବାକୁ ପଡୁ ପଛେ ଓହରି ଯାଇନାହାନ୍ତି ।

ଯେଉଁ ସାମ୍ବାଦିକମାନେ ଏଇଠୁ କାମ ଆରମ୍ଭ କରି ବଡ଼ ସାମ୍ବାଦିକ ବୋଲାଉଛନ୍ତି ବା ବଡ଼ ବଡ଼ ଶକ୍ତିଶାଳୀ ଦଳମାନେ ସେମାନଙ୍କ ବଜାର ମୂଲ୍ୟ ଅଧିକ ଭାବି କୋଳେଇ ନେଇଛନ୍ତି, ସେମାନଙ୍କୁ କ’ଣ ଲୁଣର ଦାୟ ମନେପଡୁନି ବୋଲି ପ୍ରଶ୍ନ କରିଛନ୍ତି ଶୁଭଶ୍ରୀ । ଗୋଠ ମାତିଲେ ଖଣ୍ଡିଆ ମାତେ । ଏଣୁ ସାଧୁ ସାବଧାନ! ବୋଲି ସେ ସତର୍କ କରାଇଛନ୍ତି ।

Previous Post

ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ, ଡିସେମ୍ବରରୁ ପଟ୍ଟା ବଣ୍ଟନ

Next Post

କଂଗ୍ରେସରୁ ଲଢ଼ିବେନି ସୁର ରାଉତରାୟଙ୍କ ପୁଅ

Next Post
କଂଗ୍ରେସରୁ ଲଢ଼ିବେନି ସୁର ରାଉତରାୟଙ୍କ ପୁଅ

କଂଗ୍ରେସରୁ ଲଢ଼ିବେନି ସୁର ରାଉତରାୟଙ୍କ ପୁଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA