Wednesday, June 24, 2026 06:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟଙ୍କୁ ଉପସଭାପତି ପଦରୁ ବହିଷ୍କାର କଲେ ନବୀନ

ଆଗକୁ ବଡ଼ କାର୍ଯ୍ୟାନୁଷ୍ଠାନର ସଙ୍କେତ

by Our Correspondent
12 Sep, 2023- 06:37 PM
in Latest News, News, Politics
1 min read
0
ସୌମ୍ୟଙ୍କୁ ଉପସଭାପତି ପଦରୁ ବହିଷ୍କାର କଲେ ନବୀନ

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ପ୍ରଥମ କାର୍ଯ୍ୟାନୁଷ୍ଠାନ ଭାବେ ଦଳର ଉପସଭାପତି ସଭାପତି ପଦରୁ ତାଙ୍କୁ ହଟାଇ ଦିଆଯାଇଛି । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏ ମର୍ମରେ ଅଫିସ୍ ଆଦେଶ ଜାରି ହୋଇଛି । ଏଥିସହ ବିଜେଡିରୁ ସୌମ୍ୟଙ୍କ ବିଦାୟ ଅବଗଣନା ଆରମ୍ଭ ହୋଇଛି ।

ଖଣ୍ଡପଡ଼ାରୁ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସୌମ୍ୟଙ୍କୁ ଦଳର ଉପସଭାପତି ପଦ ଦେଇଥିଲେ ନବୀନ । ମାତ୍ର ସେଥିରେ କେବଳ ସେ ସନ୍ତୁଷ୍ଟ ନ ଥିଲେ । କୁଆଡ଼େ ମନ୍ତ୍ରୀ ପଦ ଚାହିଁଥିଲେ । ମାତ୍ର ସେଥିରେ ସଫଳ ନ ହେବା ପରେ ବିଜେଡିରୁ ମୋହ ତୁଟେଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ତରିକା ତାଙ୍କୁ ଆଉ ପସନ୍ଦ ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ତାଙ୍କର ପରମ ଶତ୍ରୁ ପାଲଟିଛନ୍ତି । ରାଗ ସୁଜାଇବାକୁ ଯାଇ ସୌମ୍ୟବାବୁ ତାଙ୍କର ସେହି ଖବରକାଗଜକୁ ପୁଣି ଅସ୍ତ୍ର କରିଛନ୍ତି ।

ଇତିମଧ୍ୟରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ମନ୍ତ୍ରୀ ପ୍ରତାପ ଦେବ ତାଙ୍କୁ ବ୍ଲାକମେଲର୍ କହି ଗଣମାଧ୍ୟମରେ ବର୍ଷିଥିବା ବେଳେ ସୌମ୍ୟ ପାଲଟା ଜବାବରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ ।

ଆଜି ଦଳୀୟ ଉପସଭାପତି ପଦରୁ ସୌମ୍ୟଙ୍କୁ ହଟାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ଜଣାପଡ଼ିଛି । ସୌମ୍ୟଙ୍କ ଦଳ ବିରୋଧୀ ଆଚରଣକୁ ଆଉ ପ୍ରଶୟ ଦିଆଯିବ ନାହିଁ ବୋଲି ବାର୍ତ୍ତା ଆସିଛି । ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଦଳୀୟ ନେତାମାନେ ସ୍ୱାଗତ କରିଛନ୍ତି ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସୌମ୍ୟଙ୍କ ସମ୍ପର୍କରେ ମଞ୍ଜ କଥା ଲେଖି ତାଙ୍କ କଟା ଘାରେ ଚୂନ ବୋଳିଛନ୍ତି । ସୌମ୍ୟଙ୍କ ବିରୋଧରେ ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ ଆଦେଶକୁ ସେୟାର୍ କରି ବବି ଲେଖିଛନ୍ତି-

କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ । ଯେଉଁଠି କୃତଜ୍ଞତା ନ ଥାଏ, ସେଠାରେ ଈଶ୍ୱର ମଧ୍ୟ ସହାୟତା କରନ୍ତି ନାହିଁ । ଜୟ ଜଗନ୍ନାଥ ।

ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୌମ୍ୟଙ୍କ ନାଁ ନ ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ରାଜନୀତିରେ ରହି ଗର୍ବ ଓ ଅହଂକାରର ସ୍ଥାନ ନାହିଁ । ଦଳରେ ରହି ଦଳବିରୋଧୀ କାର୍ଯ୍ୟ ଆଦୌ ଠିକ୍ ନୁହେଁ । ସେ ବିଜେପିରେ ଥିଲା ବେଳେ ବିଜେପି ବିରୋଧରେ କହୁଥିଲେ । କଂଗ୍ରେସରେ ଥିଲା ବେଳେ କଂଗ୍ରେସ ବିରୋଧରେ କହୁଥିଲେ । ଦଳ ତାଙ୍କ ବିରୋଧରେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବ ବୋଲି ମାନସ କହିଛନ୍ତି ।

ସାଂସଦ ସସ୍ମିତ୍ ପାତ୍ର ଓ ଅମର ପଟ୍ଟନାୟକ ମଧ୍ୟ ସୌମ୍ୟଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସୌମ୍ୟ ମନ୍ତ୍ରୀ ପଦ ପାଇଁ ବ୍ଲାକମେଲିଂ କରୁଥିଲେ ଏବଂ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ତାଙ୍କୁ ଉପସଭାପତି ପଦରୁ ବହିଷ୍କାର କରି ତାଙ୍କ ପ୍ରତି ଆଉ ଆସ୍ଥା ରଖି ନ ଥିବା ଜଣାଇ ଦେଇଛନ୍ତି । ସୌଜନ୍ୟତା ଦୃଷ୍ଟିରୁ ସେ ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ । ନଚେତ୍ ଦଳବିରୋଧୀ କାର୍ଯ୍ୟ ଜାରି ରଖିଲେ ଆଗାମୀ ଦିନରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସସ୍ମିତ୍ କହିଛନ୍ତି ।

ତେବେ ଦଳ ସଭାପତିଙ୍କ କାର୍ଯ୍ୟାନୁଷ୍ଠାନକୁ ଛିଗୁଲେଇଛନ୍ତି ସୌମ୍ୟ । ତାଙ୍କୁ ଦଳର ଉପସଭାପତି ପଦରୁ ବହିଷ୍କାର ନେଇ ନବୀନ ବାବୁଙ୍କ ଦସ୍ତଖତରେ ଆସିଥିବା ଆଦେଶରେ ଦସ୍ତଖତ ଅସଲି ନା ନକଲି ବୋଲି ସେ କଟାକ୍ଷ କରିଛନ୍ତି ।

ଅନ୍ୟପକ୍ଷରେ ସୌମ୍ୟଙ୍କ ସମର୍ଥନରେ ବିଜେପି ଓ କଂଗ୍ରେସ ନେତାମାନେ ବାହାରିଛନ୍ତି । ସୌମ୍ୟଙ୍କୁ ସେମାନେ ହିମାଳୟ ପୁରୁଷର ଆଖ୍ୟା ଦେଇ ତାଙ୍କ ଉପରକୁ ଟେକା ଫୋପାଡ଼ିଲେ ବାଜିବ ନାହିଁ ବୋଲି କଟାକ୍ଷ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସୌମ୍ୟବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ବେଶୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

 

Previous Post

ପୋଲିସ ସେବା କେନ୍ଦ୍ର ପାଇଁ ଗୃହ ଉତ୍ସର୍ଗୀକୃତ

Next Post

କଲେଜ ଅଧ୍ୟକ୍ଷଙ୍କୁ ଦିଗଦର୍ଶନ

Next Post
କଲେଜ ଅଧ୍ୟକ୍ଷଙ୍କୁ ଦିଗଦର୍ଶନ

କଲେଜ ଅଧ୍ୟକ୍ଷଙ୍କୁ ଦିଗଦର୍ଶନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA